ETV Bharat / bharat

କମଲନାଥ ଓ ଦିଗବିଜୟଙ୍କ ପଡୋଶୀ ହେଲେ ସିନ୍ଧିଆ

author img

By

Published : Jan 21, 2021, 3:18 PM IST

ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆଉ ଏକ ଇଚ୍ଛା ପୂରଣ ହୋଇଛି। ରାଜଧାନୀ ଭୋପାଳରେ ରାଜ୍ୟ ସରକାର ଶ୍ୟାମଲା ହିଲସରେ ସିନ୍ଧିଆଙ୍କୁ ବି-5 ସରକାରୀ ବାସଗୃହ ଦିଆଯାଇଛି । ଅଧିକ ପଢନ୍ତୁ...

ଜ୍ୟୋତିରାଦିତ୍ୟ ସିନ୍ଧିଆ
ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆଉ ଏକ ଇଚ୍ଛା ପୂରଣ ହୋଇଛି। ରାଜଧାନୀ ଭୋପାଳରେ ରାଜ୍ୟ ସରକାର ଶ୍ୟାମଲା ହିଲସରେ ସିନ୍ଧିଆଙ୍କୁ ବି-5 ସରକାରୀ ବାସଗୃହ ଦିଆଯାଇଛି । ବର୍ତ୍ତମାନ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ବିଜେପି ନେତା ଉମା ଭାରତୀଙ୍କ ପଡ଼ୋଶୀ ହେବେ।

କମଲନାଥ ସରକାରରେ ସିନ୍ଧିଆ ସରକାରୀ ଆବାସ ପାଇପାରିନଥିଲେ। ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜଧାନୀ ଭୋପାଳରେ ଏହି ନୂତନ ଘର ପାଇବେ। ଏଠାରୁ ରାଜ୍ୟସଭା ସାଂସଦମାନେ ଲୋକଙ୍କୁ ଭେଟି ରାଜନୈତିକ ଆଲୋଚନା କରିପାରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ମାନଙ୍କୁ ସାଧାରଣତଃ ଶ୍ୟାମାଲା ହିଲସରେ ସରକାରୀ ଆବାସ ବଣ୍ଟନ କରାଯାଇଥାଏ।

ଶିବରାଜ ସିଂ ଚୌହାନଙ୍କ ସହ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଠାରେ ବଙ୍ଗଳା ରହିଛି। ସିନ୍ଧିଆ, କମଲନାଥ ସରକାରଙ୍କ ସମୟରେ ସରକାରୀ ବାସଗୃହ ଦାବି କରିଥିଲେ କିନ୍ତୁ ସେତେବେଳେ ତାଙ୍କୁ ସରକାରୀ ଆବାସ ବଣ୍ଟନ କରାଯାଇ ନଥିଲା । ସେ 2019ରେ ଲୋକସଭା ନିର୍ବାଚନରେ ​​ହାରିଥିଲେ। ଏହାପରେ ଜ୍ୟୋତିରାଦିତ୍ୟ ମାର୍ଚ୍ଚ 2020ରେ ତାଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ରାଜ୍ୟରେ ଶିବରାଜ ସରକାର ଗଠନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.