ETV Bharat / bharat

ପଦ୍ମ ଧରିବାର ଗୋଟିଏ ବର୍ଷ; କେମିତି ଅଛନ୍ତି ମହାରାଜା ? କେମିତି ଗ୍ରହଣ କଲା ବିଜେପି

author img

By

Published : Mar 11, 2021, 2:23 PM IST

କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ସିନ୍ଧିଆ ଯେତେବେଳେ ଦଳ ଛାଡି ଗୈରିକ ସଦସ୍ୟତା ଗ୍ରହଣ କଲେ ସେତେବେଳେ ଗୋଟିଏ ପ୍ରଶ୍ନ ସାରା ଦେଶରେ ବିଶେଷ କରି ରାଜନୈତିକ ସ୍ତରରେ ଚର୍ଚ୍ଚା ହେଲା । ପ୍ରଶ୍ନ ଥିଲା କଂଗ୍ରେସ ପାଣି ପବନ ବିଚାରଧାରା ସହ ଜଡିତ ଥିବା ସିନ୍ଧିଆ ବିଜେପି ବିଚାର ଧାରାରେ ସହଜ ହେବେ କେମିତି ? କଂଗ୍ରେସରେ ଥିବା ବେଳେ ବଳିଷ୍ଠ ଯୁକ୍ତି ଓ ପ୍ରଚଣ୍ଡ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଖୋଲା ଆହ୍ବାନ ଦେଉଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ
jyotiraditya scindia

ନୂଆଦିଲ୍ଲୀ: ଗ୍ବାଲିଅର ମହାରାଜା ତଥା ରାଜନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ଆଜି ଗୋଟିଏ ବର୍ଷ ପୂରଣ ହୋଇଛି । 11 ମାର୍ଚ୍ଚ 2020 ରେ ଜ୍ୟୋତିରାଦିତ୍ୟ କଂଗ୍ରେସ ସହ ସମସ୍ତ ସମ୍ପର୍କ ଛିନ୍ନ କରି ବିଜେପିରେ ସାମିଲ ହୋଇଥିଲେ । ସିନ୍ଧିଆଙ୍କ ଏହି ପଦକ୍ଷେପ ପରେ ମଧ୍ୟ ପ୍ରଦେଶରେ କମଳନାଥଙ୍କ ନେତୃତ୍ବରେ ଚାଲିଥିବା କଂଗ୍ରେସ ସରକାରର ଭାଙ୍ଗିଯିବା ସହ ପୁଣି ଥରେ ମାମା(ଶିବାରଜା)ଙ୍କ ନେତୃତ୍ବରେ ବିଜେପି ସରକାର ଗଢିଥିଲା ।

କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ସିନ୍ଧିଆ ଯେତେବେଳେ ଦଳ ଛାଡି ଗୈରିକ ସଦସ୍ୟତା ଗ୍ରହଣ କଲେ ସେତେବେଳେ ଗୋଟିଏ ପ୍ରଶ୍ନ ସାରା ଦେଶରେ ବିଶେଷ କରି ରାଜନୈତିକ ସ୍ତରରେ ଚର୍ଚ୍ଚା ହେଲା । ପ୍ରଶ୍ନ ଥିଲା କଂଗ୍ରେସ ପାଣି ପବନ ବିଚାରଧାରା ସହ ଜଡିତ ଥିବା ସିନ୍ଧିଆ ବିଜେପି ବିଚାର ଧାରାରେ ସହଜ ହେବେ କେମିତି ? କଂଗ୍ରେସରେ ଥିବା ବେଳେ ବଳିଷ୍ଠ ଯୁକ୍ତି ଓ ପ୍ରଚଣ୍ଡ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଖୋଲା ଆହ୍ବାନ ଦେଉଥିଲେ । ଅବଶ୍ୟ ତାହା ରାଜନୈତିକ ବାଧ୍ୟବାଧକତା ଥିଲା । କିନ୍ତୁ ପ୍ରଶ୍ନ ଥିଲା ବିଚାରଧାରା ଓ ରାଜନୀତି ଧାରାକୁ ନେଇ । ତେବେ ବିଜେପିରେ ମିଶିବାର ଗୋଟିଏ ବର୍ଷ ମଧ୍ୟରେ ସିନ୍ଧିଆ ନିଜକୁ ଗୈରିକ ଦଳରେ ବେଶ ସହଜ କରିପାରିଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଖ୍ୟାତି ପ୍ରତିଷ୍ଠା ଓ ଦକ୍ଷତା ମଧ୍ୟ ପ୍ରଦେଶ ରାଜନୀତିରେ ନିଶ୍ଚିତ ଭାବେ ଅଛି । ପୁଣି ସେ ଗ୍ବାଲିୟର ରାଜବଂଶର ଦାୟଦ ତଥା ବର୍ତ୍ତମାନର ରାଜା । ତେଣୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯେତେବେଳେ କଂଗ୍ରେସରେ ଥିଲେ ଦିଲ୍ଲୀରୁ ମଧ୍ୟ ପ୍ରଦେଶ ଆସୁଥିଲେ ତାଙ୍କୁ ସାକ୍ଷାତ କରିବା ପାଇଁ ଜନତା ତାଙ୍କ ସର୍କିଟ ହାଉସ ବା ରାଜ ଦରବାରକୁ ଯାଉଥିଲେ । ସେଠାରେ ସନ୍ଧିଆଙ୍କୁ ସାକ୍ଷାତ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଥିଲା । କିନ୍ତୁ କଂଗ୍ରେସ ଛାଡି ବିଜେପିରେ ଯୋଗେଦେବା ପରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏବେ ସେ ମଧ୍ୟ ପ୍ରଦେଶ ଆସିଲେ ନିଜ ରାଜଦରବାରରେ ନରହି ସିଧା ସଳଖ ଲୋକଙ୍କ ପାଖକୁ ଯାଉଛନ୍ତି । ଗାଁ ଗାଁ ସହର ସହର ବୁଲି ଲୋକଙ୍କ ସହ ସିଧା ସଳଖ ସମ୍ପର୍କ କରିବା ସହ ବିଭିନ୍ନ କାମ କରୁଛନ୍ତି ।

ସେହିପରି ସିନ୍ଧିଆ ଯେବେ କଂଗ୍ରେସରେ ଥିଲେ ମଧ୍ୟ ପ୍ରଦେଶ ରାଜନୀତିରେ 3 ଟି ଗୋଷ୍ଠି ଥିବା ଚର୍ଚ୍ଚା ହୁଏ । ଗୋଟିଏ ଗୋଷ୍ଠୀ ଖୋଦ ସିନ୍ଧିଆଙ୍କ ଥିବା ବେଳେ ଅନ୍ୟ ଦୁଇଟି ଦିଗବିଜୟ ସିଂ ଓ କମଳନାଥଙ୍କର । କିନ୍ତୁ ସିନ୍ଧିଆ ବିଜେପିକୁ ଆସିବା ପରେ ନିଜକୁ ସର୍ବସାଧାରଣ ସ୍ଥାନରେ ମଧ୍ୟ ବିଜେପିର କାର୍ଯ୍ୟକର୍ତ୍ତା ଭାବେ ନିଜକୁ ଉପସ୍ଥାପିତ କରୁଛନ୍ତି । ସେହିଭଳି ଗତ ଉପ ନିର୍ବାଚନରେ ବିଜେପିକୁ ଆସିଥିବା ନିଜ ସମର୍ଥକଙ୍କୁ ଜିତାଇବା ପାଇଁ ବିଜେପି ନେତାଙ୍କ ସହ ମିଶି କଠୋର ପରିଶ୍ରମ କରିଥିଲେ ।

ସେହିପରି ସିନ୍ଧିଆ ବିଜେପିକୁ ଆସିବା ପରେ ଚର୍ଚ୍ଚା ହେଉଥିଲା ବିଜେପି ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଅସହଜ ମନେ କରିବେ । କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କ ଅଧିକରୁ ଅଧିକ ଦୃଢ ହେବାରେ ଲାଗିଛି । ଏହି ସମ୍ପର୍କ ସେହି ଠାରୁ ଆରମ୍ଭ ହୋଇଥିଲା ଯେବେ ବିଜେପିରେ ସାମିଲ ହେବାପରେ ପ୍ରଥମ ଥର ସିନ୍ଧିଆ ଭୋପାଳ ଆସିଥିଲେ । ସେହିଦିନ ରାତ୍ରି ଭୋଜନ ପାଇଁ ଶିବରାଜ ସିନ୍ଧିଆଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ ।

ସେହିପରି ସମଗ୍ର ମଧ୍ୟ ପ୍ରଦେଶ ବିଜେପି ଶାଖାରେ ସିନ୍ଧିଆ ଗ୍ରହଣୀୟ ହୋଇପାରିଛନ୍ତି । ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତା ସିନ୍ଧିଆଙ୍କୁ ଭରଷା କରିବା ସହ ସଂଗଠନ ଦାୟିତ୍ବ ଦେଇଛନ୍ତି । ସେହିପରି ଆବଶ୍ୟକ ସହଯୋଗ ସମର୍ଥନ ସିନ୍ଧିଆ ମଧ୍ୟ ରାଜ୍ୟ ସ୍ତରୀୟ ନେତାଙ୍କୁ ଦେଉଛନ୍ତି ।

ଅନ୍ୟପଟେ ସିନ୍ଧିଆ ଯଦିଓ ପୂର୍ବରୁ କେନ୍ଦ୍ରୀୟ ରାଜନୀତି ସହ ଥିଲେ, ସେଥିପାଇଁ ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ସେ ବେଶ ସହଜ ହୋଇସାରିଛନ୍ତି । କୁହାଯାଉଛି ମୋଦି ସରକାରଙ୍କ କ୍ୟାବିନେଟ ମେ ’ ମାସ ପରେ ଯେକୌଣସି ମୂହୁର୍ତ୍ତରେ ବିସ୍ତାର ହୋଇପାରେ । ଯେଉଁଥିରେ ସିନ୍ଧିଆଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ମିଳିବା ନିଶ୍ଚିତ ବୋଲି ଆକଳନ କରୁଛନ୍ତି ରାଜନୈତିକ ପଣ୍ଡିତ ମାନେ ।

ଗୋଟିଏ ବର୍ଷରେ ସିନ୍ଧିଆ ବିଜେପିରେ ବେଶ ସହଜ ହେବାସହ ସମ୍ପର୍କକୁ ମଧ୍ୟ ଦୃଢ କରିଛନ୍ତି । ଏହାସହ ଦଳୀୟ ସଂଗଠନ କୁ ମଧ୍ୟ ବିସ୍ତାର କରିଛନ୍ତି । ଆଗାମୀ ଦିନରେ ବିଜେପିରେ ସେ ଆଗକୁ ବଢିବା ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.