ହାଇଦ୍ରାବାଦ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ସମୁଦାୟ ଶିଶୁ ଯତ୍ନ ଅନୁଷ୍ଠାନ (CCI) ଅଧୀନରେ ସମର୍ଥିତ ପର୍ଯ୍ୟବେକ୍ଷଣ ଗୃହ, ସ୍ବତନ୍ତ୍ର ଘର ଏବଂ ଶିଶୁଙ୍କ ସୁରକ୍ଷା କେନ୍ଦ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟ ଗୁଡିକ ଦ୍ବାରା ଦାଖଲ ହୋଇଥିବା ସୂଚନା ଓ ଶିଶୁ ସୁରକ୍ଷା ସେବା(ସିପିଏସ୍) ଗୁଡିକରୁ ଆସିଥିବା ରିପୋର୍ଟ ପ୍ରକାଶ ପାଇଛି ।
ଜୁଭେନାଇଲ୍ ଜଷ୍ଟିସ୍ ଶିଶୁଙ୍କର ସୁରକ୍ଷା ଅଧିନିୟମ, 2015 (ଜେଜେ ଆକ୍ଟ) ଏବଂ ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ମଡେଲ୍ ନିୟମ, 2016 CCI ର ନିୟମିତ ମନିଟରିଂ ଏବଂ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅଧିନିୟମର କାର୍ଯ୍ୟକାରିତା ପାଇଁ ପ୍ରାଥମିକ ଦାୟିତ୍ବ ଶିଶୁ ଅଧିକାର ଆଇନ, 2005, ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ଏବଂ ଶିଶୁ ଅଧିକାର ରାଜ୍ୟ ଆୟୋଗ (SCPCR) ଉପରେ ରହିଛି।
ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଦ୍ବାରା ରିପୋର୍ଟ କରାଯାଇଛି ଯେ, ଗତ ତିନି ବର୍ଷ ମଧ୍ୟରେ CCI ରେ ପିଲାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ହିଂସା ତଥା CCI ରେ ପିଲାଙ୍କର ଯୌନ ଶୋଷଣ ସମ୍ପର୍କରେ NCPCR ରେ ତଥ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ