ETV Bharat / bharat

ରିଲ୍‌ ନୁହେଁ ରିୟଲରେ: ଦିନକ ପାଇଁ ବିଧାୟକ ହେବେ 182 ଛାତ୍ର - ବିଧାୟକ ହେବେ ଛାତ୍ର ଖବର

ଗୁଜୁରାଟ ବିଧାନସଭାରେ ଜୁଲାଇ 2ରେ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜିତ ହେବ । ଏଥିରେ 182 ଜଣ ଛାତ୍ର ଗୋଟିଏ ଦିନ ପାଇଁ ବିଧାୟକ ପଦ ସମ୍ଭାଳିବେ । ଗଣତନ୍ତ୍ର ବ୍ୟବସ୍ଥାରେ ଗୁଜୁରାଟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ଦିନକ ପାଇଁ ବିଧାୟକ ହେବେ ଛାତ୍ର
ଦିନକ ପାଇଁ ବିଧାୟକ ହେବେ ଛାତ୍ର
author img

By

Published : May 25, 2022, 10:46 AM IST

ଗାନ୍ଧୀନଗର: ଅନିଲ କପୁର ଅଭିନୀତ ବଲିଉଡ ଚଳଚ୍ଚିତ୍ର 'ଶିବାଜୀ' କାହାଣୀ କାହାକୁ ବା ଅଜଣା । ଜଣେ ସାମ୍ବାଦିକରୁ ସିଏମ ବନିଥିଲେ ଅନୀଲ କପୁର । ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲେ । ସେ ଥିବା କାହାଣୀ ଆଉ ଆମେ କହୁଛି ସତ । ଗୁଜୁରାଟ ବିଧାନସଭାରେ ଜୁଲାଇ 2ରେ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜିତ ହେବ । ଏଥିରେ 182 ଜଣ ଛାତ୍ର ଗୋଟିଏ ଦିନ ପାଇଁ ବିଧାୟକ ପଦ ସମ୍ଭାଳିବେ । ଗଣତନ୍ତ୍ର ବ୍ୟବସ୍ଥାରେ ଗୁଜୁରାଟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା ଜୁଲାଇରେ ରାଜ୍ୟ ବିଧାନମଣ୍ଡଳ ଏକ ବିଶେଷ ସଭା ଆୟୋଜିତ କରିବ । ମୁଖ୍ୟମନ୍ତ୍ରୀ, ତାଙ୍କ କ୍ୟାବିନେଟ୍ ସଦସ୍ୟ, ବିଧାୟକ ଏବଂ ବିଧାନସଭାରେ କାର୍ଯ୍ୟ କରୁଥିବା ଅନ୍ୟ ଅଧିକାରୀଙ୍କ ବଦଳରେ ଗୁଜୁରାଟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏଥିରେ ଉପସ୍ଥିତ ରହିବେ । ବିଧାୟକମାନଙ୍କ ସ୍ଥାନରେ ଛାତ୍ର ରହିବେ । ଗୁଜୁରାଟ ବିଧାନସଭାର ପଦ୍ଧତି ଏବଂ ପରମ୍ପରାକୁ ଅନୁସରଣ କରି ସେମାନେ ଗଣତାନ୍ତ୍ରିକ ପରମ୍ପରାକୁ ଶିଖିବେ ।

ଦର୍ଶକ ଭାବରେ ଶାସକ ତଥା ବିରୋଧୀ ବିଧାୟକ ଉପସ୍ଥିତ ରହିବେ । ଗୁଜୁରାଟ ବିଧାନସଭା ନିର୍ବାଚନକୁ ଆଉ ମାସେ ବାକି ଅଛି । ବିଧାନସଭା ପରିସରରେ ଜୁଲାଇ 2ରେ ଗୋଟିଏ ଦିନ ପାଇଁ ଆୟୋଜିତ ସ୍ବତନ୍ତ୍ର ଅଧିବେଶନ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ବାଚସ୍ପତି ନିମାବାହନ ଆଚାର୍ଯ୍ୟ ଏବଂ ଶାସକ ଏବଂ ବିରୋଧୀ ବିଧାୟକମାନେ ଉପସ୍ଥିତ କେବଳ ଦର୍ଶକ ଭାବରେ ଉପସ୍ଥିତ ରହିବେ ।

ଦଶମରୁ ଦ୍ବାଦଶ ଶ୍ରେଣୀ ଏବଂ କଲେଜ ଛାତ୍ରମାନେ ଗୃହର ସଦସ୍ୟ ହେବେ । ଅହମ୍ମଦାବାଦରେ ଅବସ୍ଥିତ ଏକ ଏନଜିଓ ଦ୍ବାରା ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଯେଉଁଥିରେ 10 ରୁ 12 ଶ୍ରେଣୀ ଏବଂ ବିଭିନ୍ନ ଜିଲ୍ଲାର କଲେଜ ଛାତ୍ରମାନେ ବିଧାନସଭାରେ ଗୃହର ନେତା, ବିରୋଧୀଦଳର ନେତା ଏବଂ ଅଧ୍ୟକ୍ଷ ଭାବରେ ଯୋଗଦେବେ । ଯୁବ ରାଜନୀତିରେ ସ୍ବତନ୍ତ୍ର ଅଧିବେଶନର ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର 400 ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ସମସ୍ତେ ଦର୍ଶକ ଗ୍ୟାଲେରୀରେ ଦର୍ଶକ ସାଜିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.