ETV Bharat / bharat

ଜୁଲାଇ ସରିଲା, ଦୂର ହୋଇନି ଟିକା ଅଭାବ: ରାହୁଲ ଗାନ୍ଧୀ

author img

By

Published : Aug 1, 2021, 12:22 PM IST

ଦେଶରେ ଟିକା ଅଭାବକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ଜୁଲାଇ ମାସ ଶେଷ ହୋଇଛି  କିନ୍ତୁ ଟିକା ଅଭାବ ଦୂର ହୋଇନାହିଁ ; ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ଟିକା ଅଭାବକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଏନେଇ ଆଜି ଏକ ଟ୍ବିଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଜୁଲାଇ ମାସ ଶେଷ ହୋଇଛି କିନ୍ତୁ ଟିକା ଅଭାବ ଦୂର ହୋଇନାହିଁ । ଏହା ପୂର୍ବରୁ ଜୁଲାଇ ୨ତାରିଖରେ ରାହୁଲ ଗାନ୍ଧୀ ଟ୍ବିଟ କରି କହିଥିଲେ ଯେ ଜୁଲାଇ ମାସ ଆରମ୍ଭ ହେଲାଣି କିନ୍ତୁ ଟିକା ଆସିନାହିଁ ।

ତେବେ ଜୁଲାଇ ୨୮ରେ ରାହୁଲ ଗାନ୍ଧୀ କୋରୋନା ଟିକା ନେଇଥିବା ପାର୍ଟି ସୁତ୍ରରୁ ଜଣାପଡିଛି। ଏପ୍ରିଲ୍ ୨୦ ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ରାହୁଲ ଗାନ୍ଧୀ । ଏଥିପାଇଁ ତାଙ୍କର ଟୀକାକରଣ ବିଳମ୍ବ ହୋଇଥିଲା । ଭ୍ୟାକ୍ସିନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଯୋରଦାର ହଙ୍ଗମା ଜାରି ରହିଛି । ଗତ ମାସ ୧୭ ଜୁନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭ୍ୟାକ୍ସିନ ଡୋଜ ନେଇଥିବା ସୂଚନା ଦେଇଥିଲେ ଦଳର ବରିଷ୍ଠ ନେତା । ଏହାପରେ ରାହୁଲ କେବେ ଟିକା ନେବେ ବୋଲି ପ୍ରଶ୍ନ କରିଥିଲା ବିଜେପି । ତେବେ ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ପରିବାର ଟିକା ନେଇଛନ୍ତି ନା ନାହିଁ , ଏବଂ ସେ ଟିକା ଉପରେ ବିଶ୍ବାସ କରୁଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.