ETV Bharat / bharat

ସୁପ୍ରିମକୋର୍ଟରେ କୋଭିଡ ବିସ୍ଫୋରଣ, ୪ ବିଚାରପତି ଓ ୧୫୦ ଷ୍ଟାଫ ସଂକ୍ରମିତ

author img

By

Published : Jan 9, 2022, 10:56 PM IST

ସୁପ୍ରିମକୋର୍ଟରେ କୋଭିଡ ବିସ୍ଫୋରଣ । ୪ଜଣ ବିଚାରପତି ଏବଂ ପ୍ରାୟ ପାଞ୍ଚ ପ୍ରତିଶତ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟର ୪ ବିଚାରପତି ଓ ୧୫୦ ଷ୍ଟାଫ କୋଭିଡ ସଂକ୍ରମିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର 4 ଜଣ ବିଚାରପତି ଏବଂ ଏହାର ପ୍ରାୟ ପାଞ୍ଚ ପ୍ରତିଶତ କର୍ମଚାରୀ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସର୍ବୋଚ୍ଚ କୋର୍ଟର 32 ଜଣ ବିଚାରପତିଙ୍କ ମଧ୍ୟରୁ ଅତି କମରେ ୪ଜଣ ବିଚାରପତି ଏବଂ ପ୍ରାୟ 3,000 କର୍ମଚାରୀଙ୍କ ମଧ୍ୟରୁ 150 ଜଣ ବର୍ତ୍ତମାନ ଏହି ସଂକ୍ରମିତ ହୋଇଥିବା ଟେଷ୍ଟିଂରୁ ଜଣାପଡିଥିବା ସର୍ବୋଚ୍ଚ ଅଦାଲତର ଜଣେ ଅଧିକାରୀ ଖବର ସରବରାହ ସଂସ୍ଥା PTIକୁ ସୂଚନା ଦେଇଛନ୍ତି ।

ଗତକାଲି(ଶନିବାର) ଦିଲ୍ଲୀରେ କୋଭିଡରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 20,181 ନୂଆ ମାମଲା ସାମ୍ନାକୁ ଆସିଥିଲା । ସେହିପରି ଏହି ଦୃତ ସଂକ୍ରମଣ ଫଳର ସଂକ୍ରମଣ ହାର ମଧ୍ୟ 19.60% କୁ ବୃଦ୍ଧି ପାଇଥିବା ଜଣା ପଡିଛି । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ମୋଟ 1,59,632 ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ 327 ଜଣଙ୍କର ମୃତ୍ୟୁ ଘଟିଛି ।

ବର୍ତ୍ତମାନର ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ କରୁଥିବା ବ୍ୟକ୍ତି, ଅର୍ଥାତ୍ ରେଜିଷ୍ଟ୍ରି କର୍ମଚାରୀ, ସଂଯୋଜକ ଏଜେନ୍ସିର କର୍ମଚାରୀ, ଆଡଭୋକେଟ୍ ଏବଂ ସେମାନଙ୍କର କର୍ମଚାରୀ ଇତ୍ୟାଦିଙ୍କ ପାଇଁ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ ପରୀକ୍ଷା କରାଇବାର ବ୍ୟବସ୍ଥା କରାଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.