ETV Bharat / bharat

ଉତ୍ତରାଖଣ୍ଡରେ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀକୁ ଉଦଘାଟନ କରିବେ ଜେପି ନଡ୍ଡା - ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡା

2022ରେ ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏବେଠୁ ସରଗରମ ହେଲାଣୀ ନିର୍ବାଚନୀ ତାତି । ଏନେଇ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ତରାଖଣ୍ତରେ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ । ଅଧିକ ପଢନ୍ତୁ...

2022ରେ ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ;ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀକୁ ଉଦଘାଟନ କରିବେ ନଡ୍ଡା

author img

By

Published : Sep 26, 2021, 9:14 AM IST

ନୂଆଦିଲ୍ଲୀ: 2022ରେ ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏବେଠୁ ସରଗରମ ହେଲାଣୀ ନିର୍ବାଚନୀ ତାତି । ଦେବଭୂମିରେ ଗଡ ରକ୍ଷା କରିବାକୁ କସରତ ଆରମ୍ଭ କଲାଣୀ ବିଜେପି । ଏନେଇ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ତରାଖଣ୍ତରେ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ । ଆଗାମୀ ଦିନରେ ହେବାକୁ ଥିବା ୫ଟି ରାଜ୍ୟର ନିର୍ବାଚନ ପାଇଁ ଏଠି ପ୍ରସ୍ତୁତ ହେବ ରଣନୀତି ।

  • भाजपा राष्ट्रीय अध्यक्ष श्री @JPNadda जी कल शाम 4 बजे वीडियो कॉन्फ्रेंसिंग के माध्यम से भाजपा महिला मोर्चा राष्ट्रीय कार्यसमिति बैठक को संबोधित करेंगे। pic.twitter.com/J4TcXuJEP7

    — Office of JP Nadda (@OfficeofJPNadda) September 25, 2021 " class="align-text-top noRightClick twitterSection" data=" ">

ଆସନ୍ତାକାଲି ସନ୍ଧ୍ୟା 4 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଡ୍ଡା ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକକୁ ସମ୍ବୋଧିତ କରିବେ । ଏନେଇ ନଡ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ଉତ୍ତରାଖଣ୍ତ ଡେରାଡୁନରେ ଏହି ବୈଠକ ହେବ । ବିଜେପି ମହିଳା ମୋର୍ଚ୍ଚା ସଭାପତି ଭାନାଥୀ ଶ୍ରୀନିବାସନ କହିଛନ୍ତି ଯେ ପଦାଧିକାରୀଙ୍କ ବୈଠକ ହେବା ସହ ଜାତୀୟ କାର୍ଯ୍ୟକାରୀଣୀ ବୈଠକ ମଧ୍ୟ ହେବ । ଯେଉଁଥିରେ ପାଞ୍ଚଟି ରାଜ୍ୟରେ ଆଗାମୀ ନିର୍ବାଚନ ସମେତ ଆସନ୍ତା ୬ ମାସ ପାଇଁ ଏକ ରୋଡ ମ୍ୟାପ ଯୋଜନା କରିବୁ ଏବଂ ନିର୍ବାଚନ ଆଗରୁ ବୁଥ ସ୍ତରରେ ସଂଗଠନ କିପରି ମଜବୁତ ହୋଇପାରିବ । ସେନେଇ ମଧ୍ୟ ଆଲୋଚନା କରାଯିବ ।

ସେପଟେ,ଜେପି ନଡ୍ଡା ତାଙ୍କ ସମ୍ବୋଧନରେ ମହିଳାଙ୍କ ଅଂଶଗ୍ରହଣ ଏବଂ ନେତୃତ୍ୱ ବୃଦ୍ଧି ବିଷୟରେ ଆଲୋଚନା କରିବେ। ଏହା ବ୍ୟତୀତ ମହିଳା ମୋର୍ଚ୍ଚା ବୈଠକରେ ରାଜନୈତିକ ପ୍ରସ୍ତାବ ପାରିତ ହେବ । ଯେଉଁଥିରେ ସରକାରଙ୍କ ଠାରୁ ମହିଳାମାନେ କଣ ଚାହୁଁଛନ୍ତି । ସେନେଇ ଆଲୋଚନା ହେବ ବୋଲି କହିଛନ୍ତି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଦୀପ୍ତି ରାୱତ ଭରଦ୍ୱାଜ। ଅନ୍ୟପଟେ, ସେପ୍ଟେମ୍ବର 27ରେ ରେଳମନ୍ତ୍ରୀ, ବୟନ ମନ୍ତ୍ରୀ ଦର୍ଶନ ଜାରଦୋଶ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଯୋଗଦେବେ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.