ETV Bharat / bharat

Karnataka Assembly Election: ଆସନ୍ତାକାଲି ନିର୍ବାଚନୀ ଇସ୍ତାହାର ଜାରି କରିବ ବିଜେପି

ଆସନ୍ତାକାଲି ନିର୍ବାଚନୀ ଇସ୍ତାହାର ଜାରି କରିବ ବିଜେପି । ଏହି ସଙ୍କଳ୍ପ ପତ୍ରରେ ଯୁବପୀଢିଙ୍କ ସମେତ ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବାରୋପ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Apr 30, 2023, 10:29 PM IST

BJP manifesto for Karnataka elections
BJP manifesto for Karnataka elections

ବେଙ୍ଗାଲୁରୁ: ଆସନ୍ତା ମେ 10 ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ପଡ଼ିବ ଭୋଟ । ନିର୍ବାଚନୀ ତାରିଖ ପାଖେଇ ଆସୁଥିବା ବେଳେ ଆସନ୍ତାକାଲି (ସୋମବାର) ନିର୍ବାଚନୀ ସଙ୍କଳପତ୍ର ବା ଇସ୍ତାହାର ଜାରି କରିବ ବିଜେପି । କର୍ଣ୍ଣାଟକ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ଦଳର ଭେଟେରେନ ନେତା ବିଏସ୍‌ ୟେଦୁରପ୍ପାଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନିର୍ବାଚନୀ ଇସ୍ତାହାରରେ ଦଳ ଯୁବପୀଢିଙ୍କ ଲାଗି କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଭିତ୍ତିଭୂମି ବିକାଶ ଏବଂ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇପାରେ । ଏହାସହ ଦ୍ବାଦଶ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇପାରେ । 2018 ନିର୍ବାଚନୀ ଇସ୍ତାହାରରେ ବିଜେପି ସମାଜର ପ୍ରତ୍ୟେକ ବର୍ଗ ଉପରେ ଦୃଷ୍ଟି ଦେଇଥିଲା । ପାର୍ଟି ଏହାର ନିର୍ବାଚନୀ ଇସ୍ତାହାରରେ ଗୋ ସୁରକ୍ଷା ଉପରେ ମଧ୍ୟ ଦୃଷ୍ଟି ଦେଇଥିଲା ।

ଏହା ବି ପଢନ୍ତୁ- Krantaka Assembly Election: ମହୀଶୂରରେ ମୋଦିଙ୍କ ମେଗା ରୋଡ ଶୋ'

ସେପଟେ ରବିବାର କୋଲାରରେ ଜନସଭାକୁ ସମ୍ବୋଧିତ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ 'ମୋଦି ହେଉଛନ୍ତି ବିଷଧର ସାପ' ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସାପ ହୋଇ ଲୋକଙ୍କ ବେକରେ ପଡ଼ିବାରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି । ତେବେ କର୍ଣ୍ଣାଟକବାସୀ ଏହାର ଜବାବ ଭୋଟ ମାଧ୍ୟମରେ ଦେବେ ବୋଲି ସେ କହିଛନ୍ତି। ଏଇଠି ସୂଚନା ଥାଉ କି କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ କହିଥିଲେ, " ମୋଦି ହେଉଛନ୍ତି ବିଷଧର ସାପ । ଯଦି ତୁମେ ତାଙ୍କୁ ଛୁଇଁବ, ମୃତ୍ୟୁ ନିଶ୍ଚିତ। "

କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ବୟାନକୁ ଆଜି ଟାର୍ଗେଟ କରି ମୋଦି କହିଛନ୍ତି, "ଆଜି ଯେତେବେଳେ ମୁଁ ଦୁର୍ନୀତି ସହିତ ସଂଘର୍ଷ କରୁଛି, ସେତେବେଳେ କଂଗ୍ରେସ ମୋତେ ଧ୍ୟାନଭ୍ରଷ୍ଟ କରାଉଛି । କଂଗ୍ରେସ ଧମକାଉଛି । ସେମାନେ କହୁଛନ୍ତି ମୋର କବର ଖୋଳିବେ । ଅନ୍ୟପଟେ ସେମାନେ ମୋତେ ବିଷଧର ସାପ ସହିତ ମଧ୍ୟ ତୁଳନା କରୁଛନ୍ତି । ମୋ ପାଇଁ ଦେଶବାସୀ ହେଉଛନ୍ତି ଭଗବାନ ଶିବ । ଆଉ ତାଙ୍କ ବେକରେ ସାପ ହୋଇ ରହିବାରେ ମୋର କୌଣସି ଆପତ୍ତି ନାହିଁ । ଆସନ୍ତା ମେ 10 ତାରିଖରେ କଂଗ୍ରେସକୁ ଏହାର ଉଚିତ ଜବାବ ଦେବେ କର୍ଣ୍ଣାଟକବାସୀ ।"

ଅନ୍ୟପଟେ କଂଗ୍ରେସ ରାଜ୍ୟବାସୀଙ୍କୁ 200 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦେବ ବୋଲି ପ୍ରତିଶୃତି ଦେଇଛି । ହେଲେ କଂଗ୍ରେସ ଏବେ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି ମୋଦି । କଂଗ୍ରେସ ଚାଷୀମାନଙ୍କ ପାଇଁ କିଛି କରିନାହିଁ । ସେମାନେ କେବଳ ପ୍ରତିଶୃତି ବ୍ୟତୀତ ଅନ୍ୟ କିଛି କରିପାରିବେ ନାହିଁ । ମାତ୍ର ବିଜେପି ଚାଷୀଙ୍କ ଲାଗି 2.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି । ସେମାନେ ପ୍ରତିଥର ଚାଷୀଙ୍କୁ ଗୁରୁତ୍ବ ଦେଉନଥିବା ବେଳେ ବିଜେପି ଲଗାତାର ଭାବେ ଚାଷୀଙ୍କ ବିକାଶ ଲାଗି କାର୍ଯ୍ୟ କରୁଛି ବୋଲି କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.