ETV Bharat / bharat

Karnataka Polls: ବିଜେପିର ନିର୍ବାଚନୀ ଇସ୍ତାହାର, ମାଗଣା କ୍ଷୀର ସହ ଦେବ ଗ୍ୟାସ ସିଲିଣ୍ଡର - ବିଜେପି ଇସ୍ତାହାର

କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରତିଶ୍ରୁତି ପେଡି ଖୋଲିଛି ଭାରତୀୟ ଜନତା ପାର୍ଟି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଜାଣନ୍ତୁ କଣ କଥା ଦେଇଛି ବିଜେପି ।

BJPs manifesto for Karnataka election
କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଇସ୍ତାହାର
author img

By

Published : May 1, 2023, 1:51 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଗାଦି ହାତେଇବାକୁ ଜୋରଦାର ପ୍ରସ୍ତୁତି କରିଛି ଭାରତୀୟ ଜନତା ପାର୍ଟି । କ୍ଷମତାସୀନ ବିଜେପି ଆଗାମୀ 5ବର୍ଷ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ପେଡି ଖୋଲିଛି । ବିଶେଷ କରି 6ଟି ଦିଗକୁ ଫୋକସ କରି ନିର୍ବାଚନୀ ଇସ୍ତାହାର ଜାରି କରିଛି ଭାରତୀୟ ଜନତା ପାର୍ଟି । ବିପିଏଲ କାର୍ଡଧାରୀଙ୍କୁ ମାଗଣା ସିଲିଣ୍ଡରଠୁ ନେଇ ୟୁସିସି ଓ ଏନଆରସି ଲାଗୁ କରିବା ପ୍ରତିଶ୍ରୁତି ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ଣ୍ଣାଟକ ବ୍ୟାଟଲ ପାଇଁ ପ୍ରଜା ପ୍ରଣଲିକା ନାମକ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି ।

  • #WATCH | Our manifesto is different from The Congress' manifesto which talks about guarantees, which has got an outdated warranty. Our manifesto contains a realistic, achievable promise which will fulfil the aspirations of Karnataka's youth, farmers, women, labours, middle class,… pic.twitter.com/SMTGpWZgl4

    — ANI (@ANI) May 1, 2023 " class="align-text-top noRightClick twitterSection" data=" ">

ୟୁସିସି କୋଡ ଲାଗୁ, ଜାତୀୟ ନାଗରିକ ପଞ୍ଜୀକରଣ ବା ଏନଆରସି 10 ଲକ୍ଷ ନିଯୁକ୍ତି, ଉଗାଡି, ଗଣେଷ ଚତୁର୍ଥୀ ଓ ଦିପାବଳୀରେ ବିପିଏଲ କାର୍ଡଧାରୀଙ୍କୁ 3ଟି ମାଗଣା ଗ୍ୟାସ ସିଲିଣ୍ଡର ସହ କ୍ଷମତାକୁ ଆସିଲେ ପ୍ରତିଦିନ ମାଗଣା 500 ଲିଟର ନନ୍ଦିନୀ କ୍ଷୀର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇ ଦେବାକୁ ଅଟଳ କେନ୍ଦ୍ର ଖୋଲାଯିବ । ବାସହୀନଙ୍କୁ 10 ଲକ୍ଷ ଘର ମିଳିବ । ଦେଶର ସବୁଠୁ ବଡ ପର୍ଯ୍ୟଟନ ରାଜ୍ୟର ମାନ୍ୟତା ଦେବାକୁ କର୍ଣ୍ଣାଟକ ପାଇଁ 15 କୋଟି ହଜାର ଟଙ୍କା ବ୍ୟୟବରାଦ ହେବ ।

ଇସ୍ତାହାର ଜାରି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ''ଆମ ନିର୍ବାଚନୀ ଇସ୍ତାହାର କଂଗ୍ରେସ ଇସ୍ତାହାରଠୁ ଅଲଗା । କଂଗ୍ରେସ ଯିଏକି ଗ୍ୟାରେଣ୍ଟି କଥା କୁହେ ଯାହାର ୱିରେଣ୍ଟି ଆଉ ନାହିଁ । ସେମାନେ କେବଳ କଥା କହୁନ୍ତି କିଛି ଦିଅନ୍ତି ନାହିଁ । ଆମ ଇସ୍ତାହାର ସତ୍ୟ ଯାହା କର୍ଣ୍ଣାଟକ ଯୁବଗୋଷ୍ଠୀ, ଚାଷୀ, ମହିଳା, ଶ୍ରମିକ ଓ ସାଧାରଣ ଲୋକଙ୍କ ଆଶା ପୂରଣ କରିବ । 6ଟି ବିଷୟକୁ କେନ୍ଦ୍ର କରି ଆମ ଇସ୍ତାହାର ପ୍ରସ୍ତୁତ ହୋଇଛି । ଆଗାମୀ ପିଢି ପାଇଁ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁର ବିକାଶ କରିବୁ । କର୍ଣ୍ଣାଟକ ପାଇଁ ଇସ୍ତାହାର ଏୟାର କଣ୍ଡିସନର ରୁମରେ ବସି ପ୍ରସ୍ତୁତ କରାଯାଇ ନାହିଁ ଏନେଇ କଠିନ ପରିଶ୍ରମ ହୋଇଛି । ଆମେ ଡବଲ ଇଞ୍ଜିନ ସରକାର । ବିକାଶ ଗତି ଦେବା ଆମର ମୁଖ୍ୟ ଲକ୍ଷ୍ୟ । ସେମାନେ କେବଳ ବିକାଶକୁ ଭାଙ୍ଗନ୍ତି ।''

ଏହା ବି ପଢନ୍ତୁ...Karnataka Polls: ରାହୁଲଙ୍କଠୁ ଶିଖ, ସେ ଗାଳି କଣ ଗୁଳି ଖାଇବାକୁ ପ୍ରସ୍ତୁତ କହିଲେ ପ୍ରିୟଙ୍କା

ଏହା ବି ପଢନ୍ତୁ...Ludhiana Gas Leak Tragedy: ହାଇଡ୍ରୋଜେନ ସଲଫାଇଡ ଗ୍ୟାସ୍‌ ନିର୍ଗମନ ଯୋଗୁଁ ଯାଇଛି ଜୀବନ

6ଟି ବିଷୟକୁ ବିଜେପିର ଫୋକସ:

1. ଖାଦ୍ୟ ସୁରକ୍ଷା

2. ଗୁଣାତ୍ମକ ଶିକ୍ଷା

3.ଉତ୍ତର ସ୍ବାସ୍ଥ୍ୟ ସେବା

4.ନିଶ୍ଚିନ୍ତ କର୍ମ ନିଯୁକ୍ତି

5. ସାମାଜିକ ନ୍ୟାୟ

6. ସମସ୍ତଙ୍କ ବିକାଶ ଓ ସମୃଦ୍ଧି

ପ୍ରକାଶଥାଉ କି, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର 9 ଦିନ ବାକି ରହିଛି । ଆସନ୍ତା 10 ତାରିଖରେ ଗୋଟିଏ ପର୍ଯ୍ୟାୟରେ 224ଟି ଆସନରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମଇ 13 ତାରିଖରେ ଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.