ଲକ୍ଷ୍ନୌ: ଉତ୍ତରପ୍ରଦେଶର ସାହାରାନପୁର ଠାରେ ଗୁରୁବାର ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ସାମ୍ବାଦିକ ଜଣକ କାରକୁ ଓଭରଟେକ୍ କରିବା ଫଳରେ ଗଣ୍ଡଗୋଳ ସୃଷ୍ଟି ହୋଇ ତାଙ୍କୁ ମାଡ଼ ମାରିଥିଲେ କାରରେ ବସିଥିବା ଲୋକେ । ତେବେ ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ପୋଲିସର କହିବାନୁସାରେ, ସାମ୍ବାଦିକ ଜଣକ ନିଜ ମୋଟର ବାଇକ୍ରେ କୌଣସି ସ୍ଥାନକୁ ଯାଉଥିବା ବେଳେ ଏକ କାର୍କୁ ଅତିକ୍ରମ କରିଥିଲେ । ଏହି ଓଭଟେକ୍ ଘଟଣାକୁ ନେଇ କାରରେ ଥିବା ୩ ଜଣ ବ୍ୟକ୍ତି ତାଙ୍କ ସହ ଗଣ୍ଡଗୋଳ କରିଥିଲେ । ଏହାପରେ ତାଙ୍କୁ ମାଡ଼ ମାରିଥିଲେ । ଉକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କୁ ଗଭୀର ଆଘାତ ଲାଗିଥିବା ପୋଲିସ କହିଛି ।
ଏହା ବି ପଢନ୍ତୁ: ମୋ ସ୍ବର ଦବାଇବାକୁ ଟ୍ବିଟର ଉପରେ ସରକାରଙ୍କ ଚାପ ରହିଛି: ରାହୁଲ
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଚିଲକାନାର ଅଧିବାସୀ ସୁଧିର ସୈନୀ ଓ ବୃତ୍ତିରେ ଜଣେ ରିପୋର୍ଟର । ସେ ସାହାରନପୁରରୁ ଆସୁଥିବା ବେଳେ ଅଲଟୋ କାରକୁ ଅତିକ୍ରମ କରିଥିଲେ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଥିବା SP ରାଜେଶ କୁମାର କହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ତୁରନ୍ତ ଏକ ରିପୋର୍ଟ ଦାଖଲ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
@ANI