ETV Bharat / bharat

Union Budget: ପୁନଃରୁଦ୍ଧାର ହେବ ସେବା କ୍ଷେତ୍ର - ବଜେଟ ୨୦୨୨

ଆଉ କିଛି ସମୟ ପରେ ଉପସ୍ଥାପିତ ହେବ ବର୍ଷ ୨୦୨୨-୨୩ ପାଇଁ ବଜେଟ । କଣ ରହିବ ବଜେଟ ସେ ନେଇ ଆକଳନ ଚାଲିଛି । କର୍ମନିଯୁକ୍ତି, ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇ ବଜେଟ ଉପସ୍ଥାପନ ହୋଇପାରେ ବୋଲି ଅନେକ ଆଶାବାଦୀ ଅଛନ୍ତି । ବିଶେଷ କରି କର୍ମ ନିଯୁକ୍ତି ଉପରେ ଅଧିକ ଫୋକସ ରହିବ । ଅଧିକ ପଢନ୍ତୁ

କର୍ମ ନିଯୁକ୍ତିକୁ ଫୋକସ
କର୍ମ ନିଯୁକ୍ତିକୁ ଫୋକସ
author img

By

Published : Feb 1, 2022, 9:02 AM IST

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଉପସ୍ଥାପିତ ହେବ ବର୍ଷ ୨୦୨୨-୨୩ ପାଇଁ ବଜେଟ । କଣ ରହିବ ବଜେଟ ସେ ନେଇ ଆକଳନ ଚାଲିଛି । କର୍ମନିଯୁକ୍ତି, ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇ ବଜେଟ ଉପସ୍ଥାପନ ହୋଇପାରେ ବୋଲି ଅନେକ ଆଶାବାଦୀ ଅଛନ୍ତି । ବିଶେଷ କରି କର୍ମ ନିଯୁକ୍ତି ଉପରେ ଅଧିକ ଫୋକସ ରହିବ । ଯଦି ଆଗକୁ ସବୁ କିଛି ଭଲ ଚାଲେ କୋରୋନା ପାଇଁ ଯଦି ଆଉ ଅସୁବିଧା ଭୋଗିବାକୁ ନ ପଡେ ତେବେ ଆଗାମୀ ୬ରୁ ୭ ମାସ ମଧ୍ୟରେ ଚାକିରି ହରାଇଥିବା ସମସ୍ତଙ୍କ ପୁନଃଉଦ୍ଧାର ହେବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସନୟାଲ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୀବ ସନୟାଲ କହିଛନ୍ତି ‘ମାର୍କ ଦେବା କଷ୍ଟକର । ବର୍ତ୍ତମାନ ମୁଁ କିଛି ଅନୁମାନ କରି ପାରିବି ନାହିଁ ହେଲେ ମୋର ବ୍ୟକ୍ତିଗତ ଦକ୍ଷତା ଅନୁସାରେ ମୁଁ କହିପାରିବି ଯେ ଯଦି କ୍ରମାଗତ ଭାବେ ଅର୍ଥନୀତି ଅଭିବୃଦ୍ଧି ହୁଏ ତେବେ ଆଗାମୀ ୬ ରୁ ୭ ମାସ ମଧ୍ୟରେ ମହମାରୀରେ ଚାକିରି ହରାଇଥିବା ସମସ୍ତଙ୍କ ପୁନଃଉଦ୍ଧାର ହେବ’ ବୋଲି କହିଛନ୍ତି ଅର୍ଥନୀତି ପରାମର୍ଶଦାତା ।

ସେ ଆହୁରି କହିଛନ୍ତି ଏହାର ଅର୍ଥ ନୁହେଁ ଯେ ଏହା ବେକାରୀ ସମସ୍ୟାକୁ ସମାଧାନ କରିବ କିନ୍ତୁ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିଲେ କୋରୋନା ଯୋଗୁଁ ଦେଶରେ ଘଟିଥିବା ଚାକିରିର କ୍ଷତି 6 ରୁ 9 ମାସ ମଧ୍ୟରେ ପୁନରୁଦ୍ଧାର ହେବ । କେହି ବି ଚାକିରି ହରାଇବା କିମ୍ବା କାହାର ଦରମା ହ୍ରାସ ହେବାର ଭୟ ନାହିଁ । ବର୍ତ୍ତମାନ ସ୍ଥିତି ସୁଧୁରିଛି। ଯଦି ଅଭିବୃଦ୍ଧି ଅଛି ତେବେ ଚାକିରି ଅଛି । ଗତ ଦୁଇ ବର୍ଷ ହେବ ଏହି ସେକ୍ଟର ପ୍ରଭାବିତ ହୋଇଛି । ୨୦୨୦-୨୧ରେ ୮.୪ ପ୍ରତିଶତ ରହିଥିଲା ଏହା ପରେ ୨୦୨୧-୨୨ରେ ଏହା ୮.୨ ପ୍ରତିଶତ ହୋଇଛି ।

ପ୍ରକାଶ ଥାଉ କି, ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ୍ ଉପସ୍ଥାପନ ହେବ । ସୀତାରମଣଙ୍କ ଦ୍ବାରା ଚତୁର୍ଥ ଥର ପାଇଁ ଉପସ୍ଥାପିତ ହେବାକୁ ଥିବା ଏହି ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । ବର୍ଷକ ପାଇଁ ସରକାରଙ୍କ ଏହା ଏକ ଆହ୍ବାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.