ETV Bharat / bharat

ଆମିଷ ଭୋଜନକୁ ନେଇ ଅଶାନ୍ତ JNU, ଏତଲା ରୁଜୁ କଲା ପୋଲିସ - ଏବିଭିପି ବାମପନ୍ଥୀ ମୁହାଁମୁହିଁ

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଅଶାନ୍ତି । ରାମ ନବମୀ ଉତ୍ସବ ପାଳନ ବେଳେ ଆମିଷ ଭୋଜନକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଓ ବାମପନ୍ଥୀ ଛାତ୍ର ସଂଗଠନ ମୁହାଁମୁହିଁ ହୋଇଛନ୍ତି । ଏନେଇ ଦିଲ୍ଲୀ ପୋଲିସ ଏତଲା ରୁଜୁ କରିଛି । ଅଧିକ ପଢନ୍ତୁ

JNUରେ ଆମିଷ ଭୋଜନକୁ ନେଇ ବିବାଦ
JNUରେ ଆମିଷ ଭୋଜନକୁ ନେଇ ବିବାଦ
author img

By

Published : Apr 11, 2022, 6:50 AM IST

Updated : Apr 11, 2022, 9:45 AM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଓ ବାମପନ୍ଥୀ ଛାତ୍ର ସଂଗଠନ ମୁହାଁମୁହିଁ ହୋଇଛନ୍ତି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆଜି ଏବିଭିପି ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି । ABVP କିଛି ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛି । JNUSU SFI, DSF ଏବଂ AISA ଏବିଭିପି ନାମରେ ଅଭିଯୋଗ ଆଣିଛନ୍ତି । ଘଟଣା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ମନୋଜ ସି ।

ପୋଲିସ ଧାରା 323 (ସ୍ୱେଚ୍ଛାକୃତ ଆଘାତ ପାଇଁ ଦଣ୍ଡ), ଧାରା 341 (ଭୁଲ ପ୍ରତିବନ୍ଧକ ପାଇଁ ଦଣ୍ଡ), ଧାରା 509 (ଶବ୍ଦ କିମ୍ବା ଜଣେ ମହିଳାଙ୍କ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ) ଏବଂ ଧାରା 34 (ଅନେକ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ) ଅଧୀନରେ ମାମଲା ଦାୟର ହୋଇଛି ।

ସୂଚନା ଅନୁସାରେ, ଏବିଭିପି ଛାତ୍ରମାନେ କ୍ୟାମ୍ପସର କାଭେରୀ ହଷ୍ଟେଲରେ ରାମ ନବମୀ ଉପଲକ୍ଷେ ପୂଜା କରୁଥିଲେ । ଅନ୍ୟପଟେ ବାମପନ୍ଥୀ ଛାତ୍ରଛାତ୍ରୀମାନେ ଆମିଷ ଖାଉଥିବାବେଳେ ସେମାନଙ୍କୁ ରୋକାଯାଇଥିବା ଅଭିଯୋଗ ହୋଇଛି । ଶ୍ରୀରାମ ନବମୀରେ ହଷ୍ଟେଲରେ ଆମିଷ ଭୋଜନକୁ ବିରୋଧ କରି ଏବିଭିପି ଛାତ୍ରମାନେ ହଷ୍ଟେଲର ଜଣେ ସଂଞ୍ଚାଳକଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି । ଏବିଭିପିର ଛାତ୍ରମାନେ ଜେଏନୟୁ ହଷ୍ଟେଲରେ ଗୁଣ୍ଡାଗିରି ଚଳାଇଥିବା ଅଭିଯୋଗ ହୋଇଛି ।

ଜେଏନୟୁ ଛାତ୍ର ସଂଗଠନ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଏବିଭିପିର ଛାତ୍ରମାନେ ଘୃଣା ଓ ବିଭାଜନବାଦୀ ଏଜେଣ୍ଡା ରାଜନୀତି ପାଇଁ କାଭେରୀ ହଷ୍ଟେଲରେ ଆତଙ୍କ ସୃଷ୍ଟି କରିଛନ୍ତି । ସେମାନେ ହଷ୍ଟେଲ କମିଟିକୁ ରାତ୍ରିଭୋଜନରେ ପରିବର୍ତ୍ତନ ପାଇଁ ବାଧ୍ୟ କରନ୍ତି । ବାମପନ୍ଥୀ ଛାତ୍ରଛାତ୍ରୀଙ୍କୁ ଏବିଭିପି ଛାତ୍ରମାନଙ୍କ ପକ୍ଷରୁ ମରଣାନ୍ତ୍ରକ ଆକ୍ରମଣ ହୋଇଛି । ମେନୁରେ ଆମିଷ ନିରାମିଷ ଭୋଜନ ଥିଲା । ପିଲାମାନେ ସେମାନଙ୍କ ପସନ୍ଦ ଅନୁସାରେ ଖାଇବା ଖାଇପାରିବେ କିନ୍ତୁ ଏବିଭିପି ପିଲାମାନେ କେବଳ ନିରାମିଷ ରୋଷେଇ କରିବା ପାଇଁ ବାଧ୍ୟ କରି ହଙ୍ଗାମା କରିଥିଲେ ବୋଲି କହିଛନ୍ତି ଜେଏନୟୁ ସଭାନେତ୍ରୀ ଆଇଶି ଘୋଷ ।

ହଷ୍ଟେଲରେ ସବୁ ଛାତ୍ର ସମାନ । ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତର ପିଲାମାନେ ନିଜ ସଂସ୍କୃତି ଅନୁଯାୟୀ ଖାଦ୍ୟ ଖାଇପାରିବେ । ଏହାକୁ ସମସ୍ତେ ସମ୍ମାନ ଦେବା ଉଚିତ । କିନ୍ତୁ ଏବିଭିପି ଛାତ୍ର ସଂଗଠନ ଏଥିରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ସେପଟେ ଆମିଷ କଥାକୁ ଖଣ୍ଡନ କରିଛି ଏବିଭିପି । ଏବିଭିପି ଅଭିଯୋଗ କରିଛି ଯେ ରାମ ନବମୀ ପାଇଁ ହଷ୍ଟେଲ ପରିସରରେ ପ୍ରଭୁ ରାମଙ୍କୁ ପୂଜା କରିବା ବନ୍ଦ କରାଯାଇଛି। ଛାତ୍ରମାନଙ୍କ ଦ୍ବାରା ଆୟୋଜିତ ପୂଜାରେ ବାମପନ୍ଥୀ ଛାତ୍ରଛାତ୍ରୀ ସମସ୍ୟା ସୃଷ୍ଟି କରିଥିଲେ । ଏବିଭିପିର କିଛି ସାଧାରଣ ପିଲା ପୂଜାରେ ଯୋଗ ଦେଇଥିଲେ । ବାମପନ୍ଥୀ ଛାତ୍ରଛାତ୍ରୀ ବାଧା ସୃଷ୍ଟି କରିବାରୁ ଏପରି ସ୍ଥିତି ଉପୁଜିଛି । ଆମିଷ ପ୍ରସଙ୍ଗରେ ଏକ ମିଥ୍ୟା କଥା ଉଠାଉଛନ୍ତି ବୋଲି କହିଛି ଏବିଭିପି ।

ଘଟଣାକୁ ନେଇ ଜେଏନୟୁ ଅଶାନ୍ତ ହୋଇ ଉଠିଥିଲା । ବାମପନ୍ଥୀ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବା ଦେଖିବାକୁ ମିଳିଛି । ସଂଘର୍ଷରେ 6 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣକୁ ଆସିଛି। ବାମପନ୍ଥୀ ଛାତ୍ରମାନେ ଏହାର ବିରୋଧ କରିବାରୁ ଉତ୍ତେଜନା ଦେଖା ଦେଇଥିଲା । ଛାତ୍ରମାନଙ୍କୁ ଭୋଜନ ଅଧିକାରରୁ ବଞ୍ଚିତ କରିବା ପାଇ ଏବିଭିପି ପ୍ରୟାସ କରୁଛି ଏବଂ ଏହାର ଜୋରଦାର ବିରୋଧ କରାଯିବ ବୋଲି ବାମ ଛାତ୍ରମାନେ କହିଛନ୍ତି ।

Last Updated : Apr 11, 2022, 9:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.