ETV Bharat / bharat

Rajya Sabha Election: ତୁଟୁନି JMM-କଂଗ୍ରେସ ବିବାଦ - ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଖବର

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ମୁଦ୍ଦାରେ ଜେଏମଏମ (Jharkhand Mukti Morcha) ଓ କଂଗ୍ରେସ ମଧ୍ୟରେ ଉଠିଥିବା ବିବାଦ ଶାନ୍ତ ହେବାର ନାଁ ନେଉନାହିଁ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବା କଥା ଜାଣି କଂଗ୍ରେସ କ୍ଷୋଭ ପ୍ରକାଶ କରିଛି । ଅଧିକ ପଢନ୍ତୁ

ତୁଟୁନି JMM ସହ କଂଗ୍ରେସ ବିବାଦ
ତୁଟୁନି JMM ସହ କଂଗ୍ରେସ ବିବାଦ
author img

By

Published : Jun 1, 2022, 3:38 PM IST

ରାଞ୍ଚି: ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ମୁଦ୍ଦାରେ ଜେଏମଏମ (Jharkhand Mukti Morcha) ଓ କଂଗ୍ରେସ ମଧ୍ୟରେ ଉଠିଥିବା ବିବାଦ ଶାନ୍ତ ହେବାର ନାଁ ନେଉନାହିଁ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବା କଥା ଜାଣି କଂଗ୍ରେସ କ୍ଷୋଭ ପ୍ରକାଶ କରିଛି । ଏ ନେଇ ମଙ୍ଗଳବାର ଦିନତମାମ ସମସ୍ତ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛି । ଏହି ଅବସରରେ ବିଧାୟକ ଓ ଦଳୀୟ ନେତା, କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେଙ୍କୁ ସେମାନଙ୍କ ବିଚାର ବିମର୍ଷ ବିଷୟରେ ଅବଗତ କରାଇଛନ୍ତି । ଏହା ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବରେ ରାଜ୍ୟରେ ଚାଲିଥିବା ସରକାରରେ କଂଗ୍ରେର ହେଉଥିବା ବଦନାମ ଓ ଦଳର କ୍ଷତି ବିଷୟରେ ଜଣାଇଛନ୍ତି ।

ତୁଟୁନି JMM ସହ କଂଗ୍ରେସ ବିବାଦ

କଂଗ୍ରେସ ପ୍ରଭାରୀ ସମେତ ଅଧିକାଂଶ ବିଧାୟକ ଏବଂ ନେତା ଏହାକୁ ଗମ୍ଭୀରତା ସହ ନେଇଛନ୍ତି। ମେଣ୍ଟ ଉପରେ ପୁର୍ନବିଚାର କରିବାକୁ ଭାବିଛନ୍ତି। କଂଗ୍ରେସ ପ୍ରଭାରୀଙ୍କ ଆଗରେ ବିଧାୟକ ଅନୁପ ସିଂ ଏବଂ ପ୍ରଦୀପ ଯାଦବଙ୍କୁ ଛାଡି ବାକି ସମସ୍ତ ବିଧାୟକ ମତ ରଖଛନ୍ତି । କଂଗ୍ରେସର ବରିଷ୍ଠ ନେତା ସୁବୋଧ କାନ୍ତ ସାହାୟ, ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀ, ସାଂସଦ ଗୀତା କୋଡା, ପୂର୍ବତନ ମନ୍ତ୍ରୀ ବନ୍ଧୁ ତିର୍କି, ପୂର୍ବତନ ବିଧାୟକ ସୁଖଦେବ ଭାଗତ ମଧ୍ୟ ଅବିନାଶ ପାଣ୍ଡେଙ୍କ ନିକଟରେ ନିଜର ମତ ରଖିଛନ୍ତି ।

ବିଧାୟକ ଇରଫାନ୍ ଅନସାରୀ, ଦୀପିକା ସିଂ ପାଣ୍ଡେ, ପୁର୍ଣ୍ଣିମା ସିଂଙ୍କ ସମେତ ଅନେକ ବିଧାୟକ ମଧ୍ୟ କଂଗ୍ରେସ କୋଟା ମନ୍ତ୍ରୀଙ୍କ ଇସ୍ତଫା ଦେଇ ସରକାରରୁ ବାହାରିବା ଥିବା କଥା କହିଛନ୍ତି। ତେବେ କଂଗ୍ରେସ ଭବନରେ ବିଧାୟକ ତଥା ଦଳର ବରିଷ୍ଠ ନେତାଙ୍କୁ ଭେଟିବା ପରେ ଦାୟିତ୍ବରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ଯେ ତାଙ୍କ ଅଞ୍ଚଳର ସମସ୍ୟା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବିଧାୟକଙ୍କ ଅସନ୍ତୋଷ ରହିଛି। ପ୍ରାର୍ଥୀ ସଂଖ୍ୟା ଅଭାବରୁ ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ ଦେଇନାହିଁ ।

ସେପଟେ କଂଗ୍ରେସ ବିଧାୟକ ନେତା ଆଲାମଗିର ଆଲାମ କହିଛନ୍ତି, "ଉଭୟ ସରକାର ଏବଂ ସଂଗଠନରେ ସଂଗଠନ ହେଉଛି ପ୍ରଥମ ପ୍ରାଥମିକତା, ଯାହା ଆଧାରରେ ଆମେ ସରକାରଙ୍କ ମନ୍ତ୍ରୀ ହୋଇଛୁ, ତେଣୁ ବିଧାୟକଙ୍କ ଯାହା ବି ଅଭିଯୋଗ ରହିଛି ତାକୁ ସୁଧାରିବା ସଂଗଠନର କାର୍ଯ୍ୟ । ସଂଗଠନର ଶକ୍ତି ଉପରେ ଆଲୋଚନା କରାଯାଇଛି ଏବଂ ସରକାରଙ୍କ ସମନ୍ବୟରେ ଅଧିକ କାର୍ଯ୍ୟ କରାଯିବ। ସରକାରଙ୍କ ବିଷୟରେ ଚାଲିଥିବା ଆଲୋଚନାକୁ ସେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.