ETV Bharat / bharat

ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନ: ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ - ଅନ୍ତିମ ପର୍ଯ୍ୟାୟ ମତଦାନ

ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ । ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନ
ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନ
author img

By

Published : Dec 19, 2020, 7:46 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲୁଥିବା ଡିଡିସି(ଜିଲ୍ଲା ବିକାଶ ପରିଷଦ) ନିର୍ବାଚନର ଆଜି(ଶନିବାର) ଅନ୍ତିମ ପର୍ଯ୍ୟାୟ । 28ଟି ଆସନରେ ହେଉଛି ଅଷ୍ଟମ ପର୍ଯ୍ୟାୟ ମତଦାନ । ସେହିପରି 285 ପଞ୍ଚ ଓ 84 ସରପଞ୍ଚ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେଉଛି ।

ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନ

ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର କେକେ ଶର୍ମା । ସେ କହିଛନ୍ତି,‘ ଅଷ୍ଟମ ପର୍ଯ୍ୟାୟରେ 28ଟି ଡିଡିସି ନିର୍ବାଚନ ମଣ୍ଡଳୀରେ ଶନିବାର ମତଦାନ ହେବ । ଏଥିରେ କାଶ୍ମୀରରୁ 13ଟି ଓ ଜମ୍ମୁ ଡିଭିଜନରୁ 15ଟି ଆସନ ରହିଛି ।’

ସେହିପରି କାଶ୍ମୀରର 13 ଆସନରୁ ସମୁଦାୟ 83 ଜଣ ପ୍ରାର୍ଥୀ ଥିବାବେଳେ ଜମ୍ମୁର 15 ଆସନରୁ 85 ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ କାଶ୍ମୀରରେ 31 ଜଣ ମହିଳା ପାର୍ଥୀ ଓ ଜମ୍ମୁରେ 15 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ମୋଟ 630443 ଜଣ ଭୋଟର ନିଜର ମତସାବ୍ୟସ୍ତ କରିବେ । 1703 ଟି ବୁଥରେ ଏନେଇ ଭୋଟିଂ ଆରମ୍ଭ ହୋଇଛି । ସକାଳ 7ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ 2ଟା ଯାଏ ଚାଲିବ ।

ଅନ୍ୟପଟେ 84 ସରପଞ୍ଚ ଓ 285 ପଞ୍ଚ ପାଇଁ ମଧ୍ୟ ଭୋଟ ଦେବେ ଜନତା । ତେବେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ମତଦାନ ଜାରି ରହିଛି । ସମସ୍ତ ବୁଥରେ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ଓ ଫେସ ମାସ୍କ ଥିବା ସହିତ ସାମାଜିକ ଦୂରତା ପାଳନ କରାଯାଉଛି । ସେପଟେ ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଡିସେମ୍ବର 22 ତାରିଖରେ ଭୋଟ ଗଣତି କରାଯିବ । ଧାରା 370 ହଟିବା ପରେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ହେଉଥିବାରୁ ଏହା ଉପରେ ଦେଶବାସୀଙ୍କ ନଜର ରହିଛି ।

ତେବେ ଏହି ନିର୍ବାଚନରେ ମୁଖ୍ୟତଃ ଗୁପକାର ମେଣ୍ଟ ସହିତ ବିଜେପିର ସିଧାସଳଖ ମୁକାବିଲା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.