ETV Bharat / bharat

Jio TVରେ ପ୍ରସାରିତ ହେବ ଅମରନାଥଙ୍କ ଲାଇଭ ଆରତୀ, ଅନଲାଇନ ବୁକିଂରେ ଭକ୍ତ କରିପାରିବେ ଭର୍ଚ୍ଚୁଆଲ ଦର୍ଶନ

ଜିଓ ଟିଭିରେ ଉପଲବ୍ଧ ହେବ ଅମରନାଥଙ୍କ ଲାଇଭ ଆରତୀ । ଅନଲାଇନ ବୁକିଂରେ ଭକ୍ତ କରିପାରିବେ ଭର୍ଚ୍ଚୁଆଲ ଦର୍ଶନ । କରିବାକୁ ପଡିବ ଅଗ୍ରୀମ ବୁକିଂ। ଅଧିକ ପଢନ୍ତୁ....

author img

By

Published : Jul 17, 2021, 7:51 PM IST

ଜିଓ ଟିଭିରେ ପ୍ରସାରିତ ହେବ ଅମରନାଥଙ୍କ ଲାଇଭ ଆରତୀ , ଅନଲାଇନ ବୁକିଂରେ ଭକ୍ତ କରିପାରିବେ ଭର୍ଚ୍ଚୁଆଲ ପୂଜା

ନୂଆଦିଲ୍ଲୀ: ଜିଓ ଟିଭିରେ ଉପଲବ୍ଧ ହେବ ଅମରନାଥଙ୍କ ଆରତୀ । ଏହା ସହ ଶ୍ରଦ୍ଧାଳୁମାନେ ନିଜ ନାମରେ ଭର୍ଚ୍ଚୁଆଲରେ ପୂଜା ଓ ହୋମ ଯଜ୍ଞ କରାଇବାରେ ଅଂଶ ଗ୍ରହଣ କରିପାରିବେ । ଏପରି ଏକ ଲାଇଭ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଜିଓ ଟିଭିରେ । ଜିଓର ବିଭିନ୍ନ ଆପ ମାଧ୍ୟମରେ ଏହାର ଲାଭ ପାଇପାରିବେ ଦେଶର ବିଭିନ୍ନ ସ୍ଥାନରେ ଥିବା ଅମରନାଥ ଶ୍ରଦ୍ଧାଳୁ । ଏନେଇ କମ୍ପାନୀ ତାର ଆବଶ୍ୟକ ଭିତ୍ତିଭୂମି ସହ ବୈଷୟିକ ପ୍ରସ୍ତୁତି ଆରମ୍ଭ କରିଛି । ଖୁବ କମ ଦିନ ମଧ୍ୟରେ ଏହି ଲାଇଭ ଷ୍ଟ୍ରିମିଂ ସେବା କାର୍ଯ୍ୟକ୍ଷମ ହେବାକୁ ଯାଉଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।

ଚଳିତ ବର୍ଷର ମହାମାରୀ କାରଣରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ବନ୍ଦ ରଖିଛନ୍ତି ସରକାର । ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରୁଥିବାବେଳେ ଗତବର୍ଷ ପରି ଏବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ଅମରନାଥଙ୍କ ଯାତ୍ରା ଓ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଓ ଏହି କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରୟାସ ଆରମ୍ଭ କରିଛି ।

ଶ୍ରଦ୍ଧାଳୁମାନେ ଘରେ ରହି ଭର୍ଚ୍ଚୁଆଲରେ ଅମରନାଥଙ୍କ ଆରତୀ ଦର୍ଶନ କରିପାରିବେ ।‘ଚାଲୋ ଅମରନାଥ’ ନାଁରେ ଏକ ପ୍ଲେ ଲିଷ୍ଟ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିରେ ଭର୍ଚ୍ଚୁଆଲ ପୂଜା ଓ ହୋମ ସୁବିଧା ମଧ୍ୟ ଉପଲବ୍ଧ କରିବାକୁ ସ୍ଥିର କରିଛି କମ୍ପାନୀ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ଅନଲାଇନ ବୁକ କରିବାକୁ ପଡିବ । ତେବେ ସେଠାରେ ଉପସ୍ଥିତ ପୂଜାରୀ ବୁକିଂ କରିଥିବା ଭକ୍ତଙ୍କ ନାଁରେ ଅମରାନାଥ ପୀଠରେ ପୂଜାର୍ଚ୍ଚନା ସହ ହୋମ ମଧ୍ୟ କରିପାରିବେ ।

ଗତ ସପ୍ତାହରେ ମଧ୍ୟ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବିଭିନ୍ନ ଅନଲାଇନ ସର୍ଭିସର ଇଦ୍ଘାଟନ କିରଥିଲେ । ଏହି ଅନଲାଇନ ସଂସ୍ଥାମାନେ ଅମରନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ କରିବେ । ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ସବୁ ପ୍ଲାଟଫର୍ମରେ ଅମରନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.