ETV Bharat / bharat

ଆଜିଠୁ 4 ସହରରେ ହେବ 5G ସେବାର ପରୀକ୍ଷଣ, ଜାଣନ୍ତୁ କିପରି ମିଳିବ ସେବା - ଜିଓ 5G

ଆଜିଠୁ ଏହି ସହରରେ ଜିଓ 5G ସେବାର ପରୀକ୍ଷଣ । ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରଣାସୀରେ ଆରମ୍ଭ ହେବ ସେବା । ଅଧିକ ପଢନ୍ତୁ

ଆଜିଠୁ 4 ସହରରେ ହେବ 5G ସେବାର ପରୀକ୍ଷଣ
ଆଜିଠୁ 4 ସହରରେ ହେବ 5G ସେବାର ପରୀକ୍ଷଣ
author img

By

Published : Oct 5, 2022, 9:24 AM IST

ନୂଆଦିଲ୍ଲୀ: ଆଜିଠୁ ଜିଓ ଟ୍ରୁ 5ଜି ସେବା ପରୀକ୍ଷା ଆରମ୍ଭ ହେବ । ରିଲାୟନ୍ସ ଜିଓ ଆଜି ଦଶହରାରେ 4ଟି ସହରରେ 5ଜି ସେବାର ବିଟା ପରୀକ୍ଷଣ କରିବ (Reliance Jio to start beta trials of its 5G service)। ଏହି 4 ସହର ହେଉଛି ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରଣାସୀ ।

ଆମନ୍ତ୍ରଣ ଆଧାରରେ ହେବ ସେବା...

ବର୍ତ୍ତମାନ ଏହି ସେବା ଆମନ୍ତ୍ରଣ ଆଧାରରେ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ସେବା ବ୍ୟବହାର କରିବାକୁ ଜିଓ ଉପଭୋକ୍ତା ଚୟନ କରିବାକୁ ଏକ ନିମନ୍ତ୍ରଣ ପଠାଯିବ। କମ୍ପାନୀ ଏହା ସହିତ ଗ୍ରାହକଙ୍କୁ ପ୍ରାରମ୍ଭିକ ଅଫର ଦେବ । ଏହା ଅଧୀନରେ ଉପଭୋକ୍ତାମାନେ 1 ଜିବିପିଏସ (ଗିଗାବିଟ ପ୍ରତି ସେକେଣ୍ଡ) ଏବଂ ଅସୀମିତ 5G ଡାଟା ପାଇବେ । ଜିଓ ଦଶହାର ଟ୍ରୁ- 5G ଜି ସେବାର ବିଟା ପରୀକ୍ଷା ପାଇଁ ଘୋଷଣା ହୋଇଛି । ଏହି ସେବା 4ଟି ସହରରେ ଆରମ୍ଭ ହେବ । ମୁମ୍ବାଇ, ଦିଲ୍ଲୀ, କୋଲକାତା ଏବଂ ବାରଣାସୀ । ବିବୃତ୍ତି ଅନୁଯାୟୀ, ନିମନ୍ତ୍ରିତ ଗ୍ରାହକମାନଙ୍କୁ ପ୍ରାରମ୍ଭିକ ଅଫର ଅନ୍ତର୍ଗତ ସେମାନଙ୍କ ଜିଓ ସିମ୍ ପରିବର୍ତ୍ତନ କରିବାକୁ ପଡିବ ନାହିଁ । କେବଳ ତାଙ୍କ ମୋବାଇଲ 5G ହେବା ଉଚିତ । ଜିଓ ଟ୍ରୁ 5G ସେବା ସ୍ବୟଂଚାଳିତ ଭାବରେ କାମ କରିବା ଆରମ୍ଭ କରିବ। ଅକ୍ଟୋବର 12 ସୁଦ୍ଧା ସମଗ୍ର ଦେଶରେ ଚାଲିବ 5G ଯୁଗ । ପ୍ରଥମେ ସେବା ପାଇବେ ମେଟ୍ରୋ ସହରବାସୀ ।

ଏହା ବି ପଢନ୍ତୁ...ଅକ୍ଟୋବର 12ରୁ 5G ଯୁଗ ଆରମ୍ଭ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଅଛି କେଉଁ ସହର ନାମ

କମ୍ପାନୀ ଅନୁଯାୟୀ, ସହର ଗୁଡ଼ିକ ନେଟୱାର୍କ ସ୍ତରରେ ପ୍ରସ୍ତୁତ ହେବା ସହ ସେଠାରେ 'ବିଟା ଟେଷ୍ଟିଂ' ସେବା ଆରମ୍ଭ ହେବ । ସହରରେ ନେଟୱାର୍କ କଭରେଜ ଯଥେଷ୍ଟ ମଜବୁତ ନହୋଇଛି ସେ ପର୍ଯ୍ୟନ୍ତ ଉପଭୋକ୍ତାମାନେ ଏହି 'ବିଟା ଟ୍ରାଏଲ୍'ର ଫାଇଦା ଉଠାଇ ପାରିବେ । ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି, ''ଜିଓ ଦେଶରେ ଏକ ବଡ ପରିବର୍ତ୍ତନ ଆଣିଛି । ଦ୍ରୁତତମ 5G ସେବା କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି | ଭାରତୀୟଙ୍କ ପାଇଁ ଭାରତୀୟଙ୍କ ଦ୍ବାରା ନିର୍ମିତ ଏହା ହେଉଛି ବିଶ୍ବର ଅତ୍ୟାଧୁନିକ 5G ନେଟୱାର୍କ । ଏହି ସେବା କେବଳ ବଡ ବଡ ସହରରେ ନୁହେଁ ବରଂ ପ୍ରତି ଭାରତୀୟ ନାଗରିକଙ୍କ ଘର ଓ ବ୍ୟବସାୟ ପାଇଁ ଉପଲବ୍ଧ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.