ETV Bharat / bharat

ସରକାରୀ କର୍ମଚାରୀଙ୍କ ପାଇଁ ଜିଓ ବାଧ୍ୟତାମୂଳକ, 37 ଟଙ୍କାରେ ମାସିକ ପ୍ଲାନ୍‌

author img

By

Published : May 9, 2023, 8:09 AM IST

ସମସ୍ତ ସରକାରୀ କର୍ମଚାରୀ ଆଜିଠୁ କେବଳ ଜିଓ ସିମ ବ୍ୟବହାର କରିବେ । ଭୋଡାଫୋନ ଓ ଆଇଡିଆ ସେବା ବନ୍ଦ ହୋଇଛି । ଭୋଡାଫୋନ ଓ ଆଇଡିଆ ବ୍ୟବହାର କରୁଥିବା ସରକାରୀ କର୍ମଚାରୀଙ୍କୁ ନମ୍ବର ଜିଓ କରିବାକୁ ପଡିବ । ଅଧିକ ପଢନ୍ତୁ

ଗୁଜୁରାଟ ସରକାରୀ କର୍ମଚାରୀଙ୍କ ପାଇଁ ଜିଓ ବାଧ୍ୟତାମୂଳକ
jio is compulsory for Gujarat government employee

ଗାନ୍ଧୀନଗର: ଗୁଜୁରାଟ ସରକାର ଏକ ବଡ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଭୋଡାଫୋନ ଓ ଆଇଡିଆ ସିମ୍‌ ସେବା ଗତକାଲିଠୁ (ସୋମବାର) ବନ୍ଦ ହୋଇଛି । ଏହା ସହିତ ସରକାରୀ କର୍ମଚାରୀ ଏହି ସିମ୍‌ ନମ୍ବରକୁ ଜିଓ ନମ୍ବର କରିବାକୁ ବା ପୋର୍ଟେବୁଲ କରିବାକୁ ନିର୍ଦ୍ଦେଶ ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଜିଓ ସିମ୍‌ ବାଧ୍ୟତାମୂଳକ ହୋଇଛି ।

ନିର୍ଦ୍ଦେଶନାମା ଜାରି: ଗୁଜୁରାଟରେ ଏବେ ଯାଏଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସରକାରୀ ନମ୍ବର ଭୋଡାଫୋନ ଓ ଆଇଡିଆ କମ୍ପାନୀ ଚାଲୁ ରହିଥିଲା । କର୍ମଚାରୀ ଭୋଡା ଓ ଆଇଡିଆ ପ୍ରୋଷ୍ଟପେଡ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ । ମାତ୍ର ସୋମବାର ଅର୍ଥାତ ମେ 8 ତାରିଖରୁ ଗୁରୁଜାଟ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁଥିରେ ଭୋଡାଫୋନ-ଆଇଡିଆ ବଦଳରେ ରିଲାଏନ୍ସ ଜିଓ ସିମ୍‌ ବ୍ୟବହାର କରିବାକୁ ସଫା ସଫା ଲେଖା ହୋଇଛି । ରିଲାଏନ୍ସ ଜିଓ ପ୍ଲାନ ଅନୁସାରେ କର୍ମଚାରୀ ମାସିକ 37.50 ଟଙ୍କା ପ୍ଲାନ ବ୍ୟବହାର କରିପାରିବେ ।

ମାସିକ 37.50 ଟଙ୍କା ପ୍ଲାନ: ନୂଆ ପ୍ଲାନ ଅନୁସାରେ ସରକାରୀ କର୍ମଚାରୀ ମାସକୁ 37.50ଟଙ୍କାର ସେବା ପାଇପାରିବେ । ଏହି ପ୍ଲାନ୍‌ ଜରିଆରେ ଅନ୍ୟ ମୋବାଇଲ ନମ୍ବରକୁ ଫ୍ରି' କଲ ସେବା ଉପଲବ୍ଧ ହେବ । ଏହା ସହିତ ପ୍ରତି ମାସରେ 3,000 ଏସ୍‌ଏମ୍‌ଏସ୍‌ ସେବା ମଧ୍ୟ ରହିଛି । ଏହି ସେବା ପରେ ଯଦି ଏସ୍‌ଏମ୍‌ଏସ୍‌ ପଠାଯାଉଛି ତେବେ ପ୍ରତି ଏସ୍‌ଏମ୍‌ଏସ୍‌ ପାଇଁ ମାତ୍ର 50ପଇସା ଚାର୍ଜ ଲାଗିବ । ଅନ୍ତର୍ଜାତୀୟ ଏସ୍‌ଏମ୍‌ଏସ୍‌ ପାଇଁ ମାତ୍ର 1.25 ଚାର୍ଜ ଲାଗିବ । ରିଲାଏନ୍ସ ଜିଓ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ପ୍ଲାନ୍‌ ଜରିଆରେ ମାସକୁ 30 ଜିବି ଇଣ୍ଟରନେଟ ସେବା ରହିବ । ଏହା ସରିଯିବା ପରେ ଇଣ୍ଟରନେଟ ଡାଟା ବଢାଇବାକୁ ହେଲେ ଅଧିକ 25 ଟଙ୍କା ଦେବାକୁ ହେବ । ଏଥିଲେ 4ଜିବି ଡାଟା 60ଜିବିକୁ ବୃଦ୍ଧି ହେବ । 4ଜି ଅସୀମିତ ପ୍ଲାନ ପାଇଁଁ ମାସିକ 125ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ସହ ସରକାରୀ କର୍ମଚାରୀ 4ଜି ଚାର୍ଜରେ 5ଜି ପ୍ଲାନ୍‌ ସେବା ପାଇପାରିବେ ।

ଅଚାନକ ନିଷ୍ପତ୍ତି ନେଲେ: ସରକାରୀ କର୍ମଚାରୀଙ୍କ ପାଇଁ ଜିଓ ସିମ୍‌ ବାଧ୍ୟତାମୂଳକ କରିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଚାନକ କାହିଁକି ସରକାର ଏପରି ନିଷ୍ପତ୍ତି ନେଲେ ତାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି । ଗୁଜୁରାଟ ସରକାରଙ୍କ ଅଚାନକ ନିଷ୍ପତ୍ତି ପଛର କାରଣ କଣ ଥାଇପାରେ ତାହା ଏବେ ଚର୍ଚ୍ଚାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.