ETV Bharat / bharat

କୃଷି ଆଇନ ପ୍ରତ୍ୟାହୃତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ

author img

By

Published : Feb 28, 2021, 2:40 PM IST

କୃଷି ଆଇନ ବିରୋଧରେ ବହୁ ମାସ ଧରି ଆନ୍ଦୋଳନ କରୁଥିବା କୃଷକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ହରିୟାଣାର ଜିନ୍ଦର କୃଷକ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲେଖି ଏହି କଳା ଆଇନକୁ ଫେରାଇ ନେଇ ଏମଏସପି ଲାଗୁ କରିବାକୁ ଦାବି କରିଛନ୍ତି। ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରକ୍ତରେ ଚିଠି ଲେଖିଲେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ:କୃଷି ଆଇନ ବିରୋଧରେ ବହୁ ମାସ ଧରି ଆନ୍ଦୋଳନ କରୁଥିବା କୃଷକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ହରିୟାଣା ଜିନ୍ଦର କୃଷକ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲେଖି ଏହି କଳା ଆଇନକୁ ଫେରାଇ ନେଇ ଏମଏସପି ଲାଗୁ କରିବାକୁ ଦାବି କରିଛନ୍ତି। ଜିନ୍ଦର ଟୋଲ ପ୍ଲାଜାରେ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଶତାଧିକ କୃଷକ ଇଞ୍ଜେକସନରେ ରକ୍ତ ବାହାର କରି ପ୍ରଧାନମନ୍ତ୍ରୀ ମୋଦି ଚିଠି ଲେଖିଥିଲେ।

ଏହି ସମୟରେ କୃଷକମାନେ କହିଛନ୍ତି, ତାଙ୍କୁ ଏହି କଳା ଆଇନ ଦରକାର ନାହିଁ, ଏହା ବଦଳରେ ସରକାର ଏମ,ସପି ଉପରେ ସ୍ଥାୟୀ ଆଇନ ତିଆରି କରନ୍ତୁ। ଜିନ୍ଦ ଟୋଲ ପ୍ଲାଜା ଉପରେ ବସିଥିବା କୃଷକଙ୍କ କହିବା ଅନୁସାରେ, ୬୩ ବର୍ଷରୁ ଅଧିକ ଦିନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛୁ, ତଥାପି କେହି ଶୁଣିବାକୁ ନାହିଁ। ତେଣୁ ଯୁବ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିବାର ନିଷ୍ପତ୍ତି ନେଇଛନ୍ତି।

କୃଷକଙ୍କ କହିବା ଅନୁସାରେ, ଆମେ ରକ୍ତରେ ଏହି ଚିଠି ଲେଖି ମୋଦିଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁ, ଯେଉଁ କୃଷକ ଗାନ୍ଧିବାଦୀ ଭାବରେ ଆନ୍ଦୋଳନ କରୁଛନ୍ତି, ସେମାନେ ଭଗତ ସିଂଙ୍କ ଭଳି ରକ୍ତ ବି ଦେବା ଜାଣନ୍ତି । ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ୩ କୃଷି ଆଇନକୁ ବିରୋଧ କରି ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶ ସହିତ ଦେଶର ବହୁ ରାଜ୍ୟରେ କୃଷକମାନେ ଗତ କିଛି ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ତେବେ କୌଣସି ପରିସ୍ଥିତିରେ ଏହି ଆଇନ ପ୍ରତ୍ୟାହାର କରାଯାଉ ବୋଲି କୃଷକମାନେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.