ETV Bharat / bharat

Women Safety Device: ଆକ୍ରମଣ କଲେ ମାରିବ 300 ଭୋଲ୍ଟ କରେଣ୍ଟ, 500ଟଙ୍କାରେ ତିଆରିଲେ ଛାତ୍ର

ଚପଲ ସାଜିବ ମହିଳାଙ୍କ ସୁରକ୍ଷା କବଚ। ଚପଲରେ ଯନ୍ତ୍ରପାତି ଖଞ୍ଜି ମହିଳାଙ୍କ ସୁରକ୍ଷା ପାଇଁ women safety device ତିଆରି କରିଛନ୍ତି ଗୈଧୋର ପ୍ରଖଣ୍ଡ ଅଞ୍ଚଳର ଯୁକ୍ତ 2 ପ୍ରଥମ ବର୍ଷର ଛାତ୍ର ମଞ୍ଜିତ କୁମାର। ଅଧିକ ପଢନ୍ତୁ

author img

By

Published : May 29, 2023, 8:43 PM IST

women safety device
women safety device
women safety device

ରାଞ୍ଚି: କୁହାଯାଏ, ଅଦମ୍ୟ ଇଚ୍ଛାଶକ୍ତି ଆଗରେ ସମସ୍ତ ବାଧା ବିଘ୍ନ ହାର୍ ମାନିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଝାଡଖଣ୍ଡର ଜଣେ ଛାତ୍ରଙ୍କ କ୍ଷେତ୍ରରେ। ଚତ୍ରା ସ୍ଥିତ ଗୈଧୋର ପ୍ରଖଣ୍ଡ ଅଞ୍ଚଳର ଯୁକ୍ତ 2 ପ୍ରଥମ ବର୍ଷର ଛାତ୍ର ମଞ୍ଜିତ କୁମାର ସ୍ବଳ୍ପ ଅର୍ଥ ବ୍ୟୟରେ ଏପରି ଏକ ଡିଭାଇସ ତିଆରି କରିଛନ୍ତି, ଯାହା ମହିଳାଙ୍କ ପାଇଁ ପାଲଟିବ ସୁରକ୍ଷା କବଚ। ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସେ ଏକ ଭିନ୍ନ ଧରଣର ଯନ୍ତ୍ରପାତିର ଉଦ୍ଭାବନ କରିଛନ୍ତି। ଯାହାର ନାମ ହେଉଛି women safety device। ତେବେ ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଛି women safety device। ତାହା ବି ମାତ୍ର 500 ଟଙ୍କା ବିନିମୟରେ। ପରିବାର ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନଥିଲେ ବି ହାର୍ ମାନିନାହାନ୍ତି ମଞ୍ଜିତ। ମାତ୍ର 500 ଟଙ୍କା ବିନିମୟରେ ସାମଗ୍ରୀ କିଣି ତିଆରି କରିଛନ୍ତି ଯନ୍ତ୍ରପାତି।

ତେବେ ମଞ୍ଜିତ ଏପରି ଏକ ଚପଲ ତିଆରି କରିଛନ୍ତି ତାହାକୁ ପରିଧାନ କରିବା ଦ୍ବାରା ମହିଳାମାନେ ସୁରକ୍ଷା ବଳୟ ଭିତରେ ରହିପାରିବେ। ଅର୍ଥାତ୍, ଚପଲ ମଧ୍ୟରେ 4 ଭୋଲ୍ଟର ବ୍ୟାଟ୍ରି, ଗୋଟିଏ ଇଲୋକ୍ଟ୍ରୋନିକ୍ କିଟ୍ ଓ ଗୋଟିଏ ସ୍ବିଚ୍ ରହିଛି। ଏହି ଡିଭାଇସକୁ 30ମିନିଟ୍ ଚାର୍ଜ କରିବା ଦ୍ବାରା ଏହା ଦୁଇ ଦିନ ପର୍ଯ୍ୟନ୍ତ କାମ କରିବ। ଫଳରେ ମହିଳାମାନେ କର୍ମକ୍ଷେତ୍ରକୁ ଯିବାବେଳେ କିମ୍ବା ବାହାରକୁ କୌଣସି କାମରେ ଯିବା ସମୟରେ ଏହାକୁ ପରିଧାନ କରିଥିଲେ ସୁରକ୍ଷିତ ରହିପାରିବେ। ଅପରାଧୀମାନେ ମୁଖ୍ୟତଃ ହାତ ଏବଂ ପାଟି ଉପରେ ପ୍ରଥମେ ଆକ୍ରମଣ କରିଥାନ୍ତି ଯାହାଦ୍ବାରା ପୀଡିତା ଚିତ୍କାର କରି କାହାକୁ ଡାକିବାରେ ସମର୍ଥ ହୁଅନ୍ତି ନାହିଁ। ମାତ୍ର ଏପରିସ୍ଥିତିରେ ଆଉ ମହିଳାଙ୍କୁ ଭୟ କରିବାକୁ ପଡିବନି। ମହିଳାଙ୍କୁ ଆକ୍ରମଣ କରିବା ଦ୍ବାରା ପାଦରେ ଥିବା women safety device ସାହାଯ୍ୟରେ ଆକ୍ରମଣକାରୀକୁ ବିଦ୍ୟୁତ ଆଘାତ ଲାଗିବ । ପାଦରେ ପିନ୍ଧିଥିବା ସ୍ୱତନ୍ତ୍ର ଚପଲ (Women Safety Device)ରେ ଏକ ସ୍ୱିଚ୍ ରହିଛି, ଏହାକୁ ଅନ୍ କରି ଆକ୍ରମଣକାରୀଙ୍କୁ ପାଦରେ ହିଟ୍ କଲେ 300 ଭୋଲ୍ଟର କରେଣ୍ଟ ମାରିବ ।

ତେବେ 2012 ମସିହାରେ ଦିଲ୍ଲୀରେ ହୋଇଥିବା ନିର୍ଭୟା ମାମଲା ଭଳି ଘଟଣାକୁ ମନେ ପକାଇ ଖୁବ କମ୍ ବୟସରେ ମଧ୍ୟ ମହିଳାଙ୍କ ସୁରକ୍ଷା କଥା ଚିନ୍ତା କରି ଏହି ଯନ୍ତ୍ର ତିଆରି କରିଛନ୍ତି ମଞ୍ଜିତ। ପୁ୍ଅର ଏଭଳି ଉଦ୍ଭାବନ ପାଇଁ ବେଶ ଗର୍ବ ଅନୁଭବ କରୁଥିବା କହିଛନ୍ତି ମଞ୍ଜିତଙ୍କ ମାଆ। ଏହି women safety device ଯଦି ଠିକ ଭାବେ କାର୍ଯ୍ୟ କରେ ତେବେ ତାହା ମହିଳାମାନଙ୍କ ପାଇଁ ବେଶ ସହାୟକ ହେବ। ସରକାର ଯଦି ଏହାକୁ ପ୍ରୋତ୍ସାହନ ଦିଅନ୍ତି ତେବେ ସ୍ବଳ୍ପ ବ୍ୟୟରେ ଅର୍ଥାତ୍ ଗୋଟିଏ ଚପଲ ଦାମରେ ଏହି ମୂଲ୍ୟବାନ ଯନ୍ତ୍ରପାତି କିଣିପାରିବେ ମହିଳା। ଏହାସହ ମଞ୍ଜିତକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ସେ ଆହୁରି ଆଗକୁ ଯାଇପାରନ୍ତା ବୋଲି କହିଛନ୍ତି ପ୍ରଧାନଶିକ୍ଷକ ବୃଜେଷ କୁମାର ସିଂ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.