ରାଞ୍ଚି: ଦ୍ବିତୀୟ ଲହର କାୟା ନ ସରୁଣୁ ଡରାଇଲାଣି ତୃତୀୟ ଲହର । ଏହାର ମୁକାବିଲା ନେଇ ବିଭିନ୍ନ ରାଜ୍ୟ ସରକରା ପ୍ରସ୍ତୁତ ହେଲେଣି । ତୃତୀୟ ଲହର ମୁକାବିଲା ପାଇଁ ଝାଡଖଣ୍ଡ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।
ଆମ ସରକାର ସମସ୍ତ ଲୋକ ଓ ଶିଶୁମାନଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି । ତୃତୀୟ ଲହର ଆଶଙ୍କା କରି ଏହା ବିରୋଧରେ ଲଢେଇ ପାଇଁ ସରକାର ଆଗୁଆ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଦ୍ବିତୀୟ ଲହର ଆମକୁ ଶିକ୍ଷା ଦେଇଛି । ଏହା ଆମକୁ ସ୍ବାସ୍ଥ୍ୟସେବାରେ ବିଭିନ୍ନ ଦିଗ ବିଷୟରେ ଆମକୁ ଅବଗତ କରାଯାଇଛି । ଏହି ସମୟର ମୁକାବିଲା ପାଇଁ ଆମର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।
ସ୍ବାସ୍ଥସେବା ପାଇଁ ସମସ୍ତ ଜିଲ୍ଲା କାର୍ଯ୍ୟ ଆରମ୍ଭ କରିଛି । ସଦାର ହସ୍ପିଟାଲରେ ଆଇସିୟୁରେ ଉନ୍ନତୀକରଣ କରାଯାଇଛି । ରାଜ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସରକାରୀ ଡାକ୍ତରାଖାନା ପାଇଁ ଶିଶୁ ୱାର୍ଡରେ ମଧ୍ୟ ଉପକରଣ ସହିତ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ରାଜ୍ୟର ସମସ୍ତ ଗ୍ରାମୀଣ ଅଞ୍ଚଳରେ ସଂକ୍ରମିତଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ହେମନ୍ତ ସୋରେନ ।
@ANI