ETV Bharat / bharat

Modi surname case: ଝାଡଖଣ୍ଡ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ରାହୁଲ

author img

By

Published : May 3, 2023, 8:43 PM IST

ମୋଦି ସାଙ୍ଗିଆ ମାମଲାରେ ଝାଡଖଣ୍ଡ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ରାହୁଲ । ଅଧିକ ପଢନ୍ତୁ

Modi surname case: ପ୍ରତ୍ୟକ୍ଷ ହାଜର ହେବାକୁ ରାହୁଲଙ୍କୁ ଝାଡଖଣ୍ଡ କୋର୍ଟଙ୍କ ସମନ

ରାଞ୍ଚି: ପଦ ହରାଇବା ପରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପିଚ୍ଛା ଛାଡୁନି ‘ମୋଦି ସାଙ୍ଗିଆ’ ବିବାଦ । ସୁରଟ କୋର୍ଟରେ ପାଇଥିବା ଦଣ୍ଡାଦେଶ ବିରୋଧରେ ରାହୁଲ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିବା ବେଳେ ସମାନ ମାମଲାରେ ଏବେ ତାଙ୍କୁ ରାଞ୍ଚିର ଏମପି-ଏଏଲଏ କୋର୍ଟରେ ମଧ୍ୟ ହାଜର ହେବାକୁ ପଡିବ । ସମାନ ଅଭିଯୋଗରେ ସେଠାରେ ମଧ୍ୟ ରାହୁଲଙ୍କ ନାମରେ ଏକ ଅପରାଧିକ ମାନହାନୀ ମାମଲା ଦାଏର ହୋଇଥିଲା । ରାହୁଲ ବ୍ୟକ୍ତିଗତ ଭାବେ ହାଜର ନହେବା ପାଇଁ କୋର୍ଟରେ ପିଟିସନ ଦାଖଲ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ନିକଟରେ ତାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ।

ରାଞ୍ଚିର ପ୍ରଦୀପ ମୋଦି ନାମକ ଜଣେ ବ୍ୟକ୍ତି ରାହୁଲଙ୍କ ନାମରେ ଏହି ଅପରାଧିକ ମାନହାନୀ ମାମଲା କରିଥିଲେ । ତାଙ୍କର ସାଙ୍ଗିଆ ମଧ୍ୟ ମୋଦି ହୋଇଥିବା କାରଣରୁ ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ଆପତ୍ତିଜନକ ମନ୍ତବ୍ୟରେ ସେ ମାନସିକ ଭାବେ ଏହି ମନ୍ତବ୍ୟରେ ଆଘାତପ୍ରାପ୍ତ ହୋଇଥିବା ଅବେଦନରେ ଦର୍ଶାଇଥିଲେ । ଯାହାକୁ କୋର୍ଟ ଷୁଣାଣି ପାଇଁ ଗ୍ରହଣ କରିଥିଲେ । ପ୍ରଥମେ ରାହୁଲଙ୍କୁ ସମନ ଜାରି କରାଯାଇଥିଲେ ସୁଦ୍ଧା ସେ ବ୍ୟକ୍ତିଗତ ଭାବେ ହାଜର ନହେବାକୁ ଏକ ଆବେଦନ କରିଥିଲେ । ହେଲେ ରାହୁଲଙ୍କର ଏହି ଆବେଦନକୁ କୋର୍ଟ ଖାରଜ କରିଦେବା ସହ ସେ ପ୍ରତ୍ୟେକ୍ଷ ହାଜର ହେବା ନେଇ ଏକପ୍ରକାର ପଥ ପରିସ୍କାର ହୋଇଛି । କୋର୍ଟ ଶୁଣାଣି ପାଇଁ ନିର୍ଦ୍ଧାରିତ ତାରିଖ ଜାରି କଲେ ରାହୁଲଙ୍କୁ ରାଞ୍ଚି ଆସି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡିବ ।

2019 ମସିହା ଏପ୍ରିଲ 13 ତାରିଖରେ, କର୍ଣ୍ଣାଟକରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏହି ବିବାଦୀୟ ବୟାନ ଦେଇଥିଲେ । ଦେଶରେ ସମସ୍ତ ଚୋରଙ୍କ ନାମ ମୋଦି କେମିତି ହୋଇପାରେ ବୋଲି ରାହୁଲ କହିଥିଲେ । ଯାହାକୁ ନେଇ ରାହୁଲଙ୍କୁ ସମାଲୋଚିତ ହେବାକୁ ପଡିଥିଲା । ରାହୁଲଙ୍କ ମନ୍ତବ୍ୟକୁ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ତାଙ୍କ ନାମରେ ଦେଶର ବିଭିନ୍ନ ରାଜ୍ୟରେ ଅପରାଧିକ ମାନହାନୀ ମାମଲା ଦାଏର କରିଥିଲେ । ହେଲେ ଗତମାସ ଏହି ମାମଲାରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ତାଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ଦଣ୍ଡାଦେଶ ପରେ ତାଙ୍କର ଲୋକସଭା ସଦସ୍ୟତା ମଧ୍ୟ ଚାଲିଯାଇଛି ।

ସୁରଟର ତଳ କୋର୍ଟଙ୍କ ରାୟକୁ ରାହୁଲ ପ୍ରଥମେ ସୁରଟ ଶେସନ କୋର୍ଟରେ ଚ୍ୟାଲେଞ୍ଜ କରି ବିଫଳ ହୋଇଥିଲ । ଏବେ ଏହି ମାମଲା ଗୁଜୁରାଟ ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ରହିଛି । ଗତକାଲି ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଗୁଜୁରାଟ ହାଇକୋର୍ଟ । ଏହି ମାମଲାରେ ତଳକୋର୍ଟ ପ୍ରଦାନ କରିଥିବା ରାୟରେ ସ୍ଥଗିତାଦେଶ ଲଗାଇବାକୁ କୋର୍ଟ ମନା କରିଥିଲେ । ରାହୁଲ ଏବେ ରାଞ୍ଚିରେ ହାଜର ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.