ETV Bharat / bharat

ଟନେଲରୁ ଉଦ୍ଧାର ହେଲା ପୁଅ, ଖୁସି ଖବର ଶୁଣିବା ପୂର୍ବରୁ ଆରପାରିକୁ ଚାଲିଗଲା ବାପା - ପୁଅକୁ ଝୁରି ଝୁରି ଚାଲିଗଲା ବାପାର ଜୀବନ

ପୁଅକୁ ଝୁରି ଝୁରି ଚାଲିଗଲା ବାପାର ଜୀବନ । ଟନେଲରୁ ପୁଅ ଉଦ୍ଧାର ହେବାର ଖୁସି ଖବର ଶୁଣିପାରିଲାନି ବାପା । ଅଧିକ ପଢନ୍ତୁ

Jharkhand man dies waiting for sons return

author img

By ETV Bharat Odisha Team

Published : Nov 30, 2023, 3:07 PM IST

ରାଞ୍ଚି: ଉତ୍ତରକାଶୀରେ ଟନେଲ ଭୁଶୁଡିବାର 17 ଦିନ ପରେ ଉଦ୍ଧାର ହୋଇଛନ୍ତି 41 ଶ୍ରମିକ । ଏହାକୁ ନେଇ ପୁରା ଦେଶବାସୀ ଖୁସୀ ମନାଉଛନ୍ତି । କିନ୍ତୁ ଏହି ଖୁସୀ ଖବର ପାଇବା ପୂର୍ବରୁ ପୁଅକୁ ଝୁରି ଝୁରି ଚାଲିଯାଇଛି ବାପାର ଜୀବନ । ପୁଅ ଉଦ୍ଧାର ହୋଇଥିବା ଖବର ଶୁଣିବା ପୂର୍ବରୁ ବାପାର ପ୍ରାଣ ବାୟୁ ଉଡିଯାଇଛି । ଏଭଳି ଘଟଣା ଘଟିଛି ଝାଡଖଣ୍ଡରେ । ସିଂହଭୂମ ଜିଲ୍ଲାର ବାହଦା ଗ୍ରାମର ଭକ୍ତ ମୁର୍ମୁ ସୁଡଙ୍କ ମଧ୍ୟରେ ଫସିରହିଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ତାଙ୍କୁ ଟନେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଏହା ପୂର୍ବରୁ ସେହିଦିନ ସକାଳ ସମୟରେ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପାର ଜୀବନ ଯାଇଛି । ମୃତକ ଜଣଙ୍କ ହେଉଛନ୍ତି 70 ବର୍ଷୀୟ ବାରସା ମୁର୍ମୁ ।

ନଭେମ୍ବର 12 ତାରିଖରେ ଉତ୍ତରକାଶୀରେ ଟନେଲର ଭୁଶୁଡ଼ିବା ଖବର ଆସିଥିଲା । ଏହି ଦୁର୍ଘଟଣାରେ ଭକ୍ତ ମୁର୍ମୁ ଟନେଲରେ ଫସିରହିଥିବା ପରିବାର ଲୋକେ ଖବର ପାଇଥିଲେ । ପୁଅ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଘରକୁ ଫେରିବ ସେନେଇ ଚିନ୍ତାରେ ଥିଲେ ପୁରା ପରିବାର ସଦସ୍ୟ । ଦିନ ଗଡି ଚାଲିଲା, ବିଳମ୍ବ ହେଲେ ମଧ୍ୟ ଭକ୍ତ ମୁର୍ମୁ ଉଦ୍ଧାର ହୋଇଥିଲା । କିନ୍ତୁ ଏହି ଖୁସି ଖବର ଶୁଣିବାକୁ ତାଙ୍କ ବାପା ଆଉ ଦୁନିଆରେ ନଥିଲେ ।

ଏହା ମଧ୍ୟ ପଢନ୍ତୁ-ଘରକୁ ଫେରିବେ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ, ତପନ ମଣ୍ଡଳଙ୍କ ବାଟକୁ ଚାହିଁ ରହିଛନ୍ତି ପରିବାର

ବାରସା ମୁର୍ମୁ ମଙ୍ଗଳବାର ସକାଳ 8ଟା ସମୟରେ ଘରର ଖଟ ଉପରେ ବସି ପୁଅ କଥା ଭାବୁଥିଲେ । କେବେ ପୁଅ ଆସିବ ମୋତେ କୋଳେଇ ନେବ । ଏହି ସମୟରେ ହଠାତ୍‌ ସେ ଖଟରେ ଟଳି ପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ହୃଦଘାତ ଏହାର କାରଣ ହୋଇଥାଏ ପାରେ ବୋଲି କୁହାଯାଉଛି । ବାରସା ମୁର୍ମୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଯେପରି ମୁକ ପାଲଟିଯାଇଛିନ୍ତି ।

ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ପୁଅ କେବେ ଉଦ୍ଧାର ହେବେ ସେନେଇ ଚିନ୍ତାରେ ଥିଲେ ବାରସା । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ପାଇବା ପାଇଁ ସେ ଯେମିତି ଅନାଇ ବସିଥିଲେ । ମଙ୍ଗଳବାର ଖଟରେ ବସିଥିବା ସମୟରେ ସେ ତଳକୁ ଖସି ପଡିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.