ରାଞ୍ଚି: ଆର୍ଥିକ ହେରଫେର ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ଗିରଫ ହୋଇଥିବା ଝାଡଖଣ୍ଡର ଖଣି ସଚିବ ପୂଜା ସିଂହଲ ନିଲମ୍ବିତ । ଗତକାଲି (ବୁଧବାର) ତାଙ୍କୁ ଗିରଫ କରାଯିବା ପରେ ଆଜି ଝାଡଖଣ୍ଡ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
-
Jharkhand govt suspended State Mining Secretary Pooja Singhal in connection with an alleged money laundering case
— ANI (@ANI) May 12, 2022 " class="align-text-top noRightClick twitterSection" data="
">Jharkhand govt suspended State Mining Secretary Pooja Singhal in connection with an alleged money laundering case
— ANI (@ANI) May 12, 2022Jharkhand govt suspended State Mining Secretary Pooja Singhal in connection with an alleged money laundering case
— ANI (@ANI) May 12, 2022
ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ପ୍ରାୟ 20 କୋଟି ଟଙ୍କା ଜବତ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରକୁ ଆସିଥିଲେ ପୂଜା ଓ ତାଙ୍କ ସ୍ବାମୀ । ପୂଜାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ବ୍ୟତୀତ କ୍ଷମତାର ଅପବ୍ୟବହାର କରି ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ ମଧ୍ୟ ରହିଛି । ଦୀର୍ଘ ଘଣ୍ଟାର ଜେରା ପରେ ଗତକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିିଥିଲା । ଆଜି(ଗୁରୁବାର) ତାଙ୍କୁ କାର୍ଯ୍ୟରୁ ଝାଡଖଣ୍ଡ ସରକାର ନିଲମ୍ବିତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ