ETV Bharat / bharat

Jharkhand Crisis: କାଲି ସ୍ବତନ୍ତ୍ର ଅଧିବେଶନ, ଛତିଶଗଡରୁ ରାଞ୍ଚି ଫେରିଲେ ଶାସକ ବିଧାୟକ - ଝାଡଖଣ୍ଡ ରାଜନୈତିକ ସଙ୍କଟ

ଝାଡଖଣ୍ଡରେ ଆସନ୍ତାକାଲି ସ୍ବତନ୍ତ୍ର ବିଧାନସଭା ଅଧିବେଶନ (Special Assembly Session in Jharkhand)। ଫ୍ଲୋରରେ ବହୁମତ ପରୀକ୍ଷା ଦେବ ସୋରେନ ସରକାର । ରାଞ୍ଚି ଫେରିଲେ ରାୟପୁରର ରିସୋର୍ଟରେ ଥିବା ଶାସକ ମେଣ୍ଟର ବିଧାୟକ । ପ୍ରାୟ ୩୦ ବିଧାୟକ ରାଞ୍ଚି ଫେରିଥିବା ସୂଚନା । ସର୍କିଟ ହାଉସରେ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅଧିକ ପଢନ୍ତୁ

Jharkhand Crisis: କାଲି ସ୍ବତନ୍ତ୍ର ଅଧିବେଶନ, ଛତିଶଗଡରୁ ରାଞ୍ଚି ଫେରିଲେ ଶାସକ ବିଧାୟକ

author img

By

Published : Sep 4, 2022, 8:21 PM IST

Updated : Sep 4, 2022, 10:50 PM IST

ରାଞ୍ଚି: ଝାଡଖଣ୍ଡରେ ଲାଗି ରହିଥିବା ରାଜନୈତିିକ ସଙ୍କଟ (Jharkhand Crisis) ମଧ୍ୟରେ ସୋମବାର ହେବାକୁ ଯାଉଛି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ (Special Assembly Session in Jharkhand)। ଏଥାପାଇଁ ରାଜ୍ୟ ବାହାରେ ଥିବା ବିଧାୟକମାନେ ରାଞ୍ଚି ଫେରିଛନ୍ତି । JMM ନେତୃତ୍ବାଧୀନ ମେଣ୍ଟ ସରକାରରେ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସହଯୋଗୀ ଦଳ ଭାବେ ରହିଛନ୍ତି । ତେବେ ଏହି ଶାସକ ମେଣ୍ଟର ପ୍ରାୟ ୩୦ ବିଧାୟକ ଗତ କିଛି ଦିନ ହେବ ପଡୋଶୀ ଛତିଶଗଡର ଏକ ରିସୋର୍ଟରେ ରହିଥିଲେ । ଆଜି ସେମାନେ ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

  • #WATCH | Jharkhand UPA MLAs who were lodged in a Chhattisgarh hotel, return to Ranchi

    A one-day special session of the Jharkhand Assembly is scheduled to be held tomorrow, 5th September amid political crisis in the state. pic.twitter.com/qLdAjWw2ay

    — ANI (@ANI) September 4, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ୩୦ ବିଧାୟକ ଏକ ଚାଟାର୍ଡ ଫ୍ଲାଇଟରେ ରାୟପରୁରୁ ରାଞ୍ଚି ଫେରିଛନ୍ତି । ଏମାନେ ସମସ୍ତେ ରାୟପୁରର ଏକ ରିସୋର୍ଟରେ ରହିଥିଲେ । ଆସନ୍ତାକାଲି (ସୋମବାର) ଝାଡଖଣ୍ଡ ବିଧାସନଭାରେ ସ୍ବତନ୍ତ୍ର ଅଧିବେଶନ ହେବାକୁ ଯାଉଛି । ବିଧାୟକମାନେ ଛତିଶଗଡ ଛାଡିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୋଲିସର ଏସକର୍ଟ ଗାଡି ବିଧାୟକଙ୍କୁ ଏୟାରପୋର୍ଟ ପର୍ଯ୍ୟନ୍ତ ଛାଡିବାକୁ ଆସିଥିଲା ।

ଅପରାହ୍ନ ପ୍ରାୟ ୩.୪୫ ରେ ଏହି ବିଧାୟକମାନେ ରାୟପୁର ବିମାନ ବନ୍ଦର ଛାଡିଥିଲେ । ସନ୍ଧ୍ୟାରେ ସେମାନେ ରାଞ୍ଚି ବିମାନ ବନ୍ଦରରେ ଅବତରଣ କରିଥିବା ସୂଚନା ମିଳିଛି । ପରେ ସେମାନଙ୍କୁ ସମୂହ ଭାବେ ସର୍କିଟ ହାଉସରେ ରଖାଯାଇଛି । ବିଧାୟକମାନେ ରାଜ୍ୟକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସେମାନଙ୍କୁ ସର୍କିଟ ହାଉସରେ ଭେଟିଥିବା ମଧ୍ୟ ସୂଚନା ମିଳିଛି ।

ତେବେ ଆସନ୍ତାକାଲି ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଫ୍ଲୋରରେ ସଂଖ୍ୟା ଗରିଷ୍ଠତାର (vote of trust) ପ୍ରମାଣ ଦେବ ହେମନ୍ତ ସୋରେନ ସରକାର । ବିଜେପି ନେତା ହେମନ୍ତ ସୋରେନଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ମାଇନିଂ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମ୍ପୃକ୍ତି ଦର୍ଶାଇ ତାଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା ଭାରତୀୟ ଜନତା ପାର୍ଟି । ସେବେଠାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରର ଅସ୍ଥିତ୍ବ ଉପରେ ଖଣ୍ଡା ଝୁଲୁଛି ।

ତେବେ ଭାରତୀୟ ନିର୍ବାଚନ କମିଶନ ଗତମାସ (ଅଗଷ୍ଟ) ୨୫ ରେ ଏକ ମୁଦା ଲଫାପାରେ ନିଜ ସୁପାରିଶ ପତ୍ର ରାଜ୍ୟପାଳଙ୍କୁ ପଠାଇଥିଲେ । ନିର୍ବାଚନ କମିଶନଙ୍କ ସୁପାରିଶକୁ ଆଧାର କରି ରାଜ୍ୟପାଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦର ସ୍ଥାୟୀତ୍ବ ନେଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଛି । ତେବେ ଗଣମାଧ୍ୟମରେ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନର୍ବାଚନ କମିଶନଙ୍କ ସୁପାରିଶ ଥିବା ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ସୋରେନ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ । ଏହା ପରେ ରାଜ୍ୟରେ ଦୀର୍ଘ ଦିନ ହେବ ରାଜନୈତିକ ହାଇଡ୍ରାମା ଲାଗିରହିଛି ।

Last Updated : Sep 4, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.