ETV Bharat / bharat

ସମନ ପରେ ବର୍ଷିଲେ ହେମନ୍ତ, କହିଲେ ଜେରା କାହିଁକି ସିଧା ଗିରଫ କର - Hemant Soren to questioned by ED

ED ସମନ ପରେ ବର୍ଷିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କହିଲେ କେବଳ ଜେରା କାହିଁକି, ସିଧା ଗିରଫ କର (ED summoned Jharkhand CM Hemant Soren)। ଖଣ ଦୁର୍ନୀତି ମାମଲାରେ ଆଜି ହାଜର ହେବା ନେଇ ତଦନ୍ତକାରୀ ସଂସ୍ଥା ଜାରି କରିଥିଲା ସମନ । ଅଧିକ ପଢନ୍ତୁ

ହେମନ୍ତ ସୋରେନଙ୍କୁ ED ସମନ, ଆଜି ହାଜର ହେବା ପାଇଁ ନିର୍ଦ୍ଦେଶ

author img

By

Published : Nov 3, 2022, 10:30 PM IST

ରାଞ୍ଚି: ଖଣି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ହାଜର ହେବା ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ରାଜଧାନୀ ରାଞ୍ଚିରେ ଥିବା ତଦନ୍ତକାରୀ ସଂସ୍ଥାର ରାଜ୍ୟ ମୁଖ୍ୟାଳୟରେ ଆଜି ହାଜର ହୋଇ ତଦନ୍ତରେ ସହଯୋଗ କରିବା ସମନରେ କୁହାଯାଇଥିଲା । (ED summoned Jharkhand CM Hemant Soren)। ତେବେ ସମନ ନେଇ ବିଜେପି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ବର୍ଷଛନ୍ତି ହେମନ୍ତ । ଏହାସହିତ 3 ସପ୍ତାହ ପାଇଁ ସମୟ ମାଗିଛନ୍ତି ।

  • #WATCH | I've been summoned by ED today when I already have a program in Chhattisgarh today. If I've committed a crime that big, come & arrest me. Why the questioning?... Security near ED office has increased. Why, are you scared of Jharkhandis?, says Jharkhand CM Hemant Soren pic.twitter.com/41cR92FCHM

    — ANI (@ANI) November 3, 2022 " class="align-text-top noRightClick twitterSection" data=" ">

ହେମନ୍ତ କହିଛନ୍ତି, ଆଦବାସୀ ସମ୍ପ୍ରଦାୟ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ସେ ଯୋଗ ଦେବାକୁ ଯାଉଥିବା ବେଳେ ହଠାତ ତାଙ୍କୁ ଗତକାଲି ସମନ ଜାରି କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସେ ଯଦି କୌଣସି ଅପରାଧ କରିଛନ୍ତି, ତାହାଲେ କେବଳ ଜେରା କାହିଁକି, ତାଙ୍କୁ ସିଧାସଳଖ କାହିଁକି ଗିରଫ କରାଯାଉ ନାହିଁ ବୋଲି ମଧ୍ୟ ସେ ପାଲଟା ପ୍ରଶ୍ନ କରିଛନ୍ତି ।

  • Enforcement Directorate (ED) had summoned Jharkhand Chief Minister Hemant Soren, asking him to appear today before its Ranchi-based office for questioning in connection with the illegal mining case.

ହେମନ୍ତ କହିଛନ୍ତି, ‘‘ମୁଁ ଯଦି କୌଣସି ଅପରାଧରେ ସମ୍ପୃକ୍ତ ଅଛି ତେବେ ମତେ କାହିଁକି ଗିରଫ କରାଯାଉନାହିଁ । କାହିଁକି କେବଳ ଜେରା ପାଇଁ ଡକାଯାଉଛି । ଶୁଣିବାକୁ ମିଳୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ପରିସରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ତେବେ କାହିଁକି ଝାଡଖଣ୍ଡୀଙ୍କୁ ଏତେ ଭୟ । ଝାଡଖଣ୍ଡ ବୀରଙ୍କ ମାଟି । ସେମାନେ କାହାକୁ ଭୟ କରନ୍ତି ନାହିଁ । ’’

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତକାଲି (ବୁଧବାର) ହେମନ୍ତ ସୋରେନଙ୍କୁ ବେଆଇନ ଖଣି ମାମଲାରେ ଚାଲିଥିବା ତଦନ୍ତରେ ସହଯୋଗ କରିବା ପାଇଁ ଆଜି (ନଭେମ୍ବର 3) ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଥଲା । ଆଜି ପୂର୍ବାହ୍ନ 11ରେ ରାଞ୍ଚି ସ୍ଥିତ ଇଡି ରାଜ୍ୟ ମୁଖ୍ୟ ଅଫିସରେ ହାଜର ହେବା ପାଇଁ ସମନରେ କୁହାଯାଇଥିଲା । ଅନ୍ୟପଟେ ହେମନ୍ତ ସୋରେନ ଇଡି ନୋଟିସ ପ୍ରସଙ୍ଗରେ ହାଜର ହେବା ପରିବର୍ତ୍ତେ ଆଇନର ସାହାଯ୍ୟ ନେଇପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ସୂଚନା ଅନୁସାରେ, PMLA ଆକ୍ଟ ଅନୁସାରେ ଇଡି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବା ସମନରେ କୁହାଯାଉଛି । ତେବେ ଏହାପୂର୍ବରୁ ଖଣି ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିସାରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୁଲାଇ ୮ ତାରିଖରେ ପଙ୍କଜ ମିଶ୍ରା ଓ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ୧୯ଟି ଠିକଣାରେ ଚଢାଉ କରିଥିଲା । ଚଢାଉ ବେଳେ ମିଶ୍ରାଙ୍କ ଘରୁ ସୋରେନଙ୍କ ଗୋଟିଏ ବ୍ୟାଙ୍କ ପାସବୁକ, ଚେକ ବୁକ୍ ସମେତ ଦୁଇଟି ଦସ୍ତଖତ ଚେକ୍ ଜବତ କରିଥିଲା । ଏହି ଘଟଣାରେ ମାସକ ପରେ ଇଡି ସୋରେନଙ୍କ ପଚରାଉଚରା ପାଇଁ ସମନ ଜାରି କରିଛି ।

ବିଧାୟକ ପଙ୍କଜ ମିଶ୍ରା ଜଣେ ସୋରେନଙ୍କ ଘନିଷ୍ଠ ଅନୁଗତ ମଧ୍ୟ । ନିଜ କ୍ଷମତାର ଅପବ୍ୟବହାର କରି ସାହେବଗଞ୍ଜ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବେଆଇନ ଖଣି ଖନନ କରିଥିବାର ଅଭିଯୋଗ ରହିଛି । ଯାହାର ତଦନ୍ତ ଜାରି ରହିଥିବା ବେଳେ ମିଶ୍ରା ବର୍ତ୍ତମାନ ଗିରଫ ହୋଇ ନ୍ୟାୟିକ ହେପାଜତରେ ଅଛନ୍ତି । ତାଙ୍କ ବିରୁଦ୍ଧରେ ଇଡି PMLA ଆକ୍ଟ ଅନୁଯାୟୀ ମାମଲା ଦାୟର କରାଯାଇଛି । ଏବେ ତଦନ୍ତ ପରିସରକୁ ଆସିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.