ETV Bharat / bharat

ଜୟନ୍ତୀରେ ଯୋଦ୍ଧାଙ୍କୁ ଝୁରୁଛି ଦେଶ, ନାଁ ଶୁଣିଲେ ଥରି ଉଠୁଥିଲା ଗୋରାଙ୍କ ଛାତି - ଲକ୍ଷ୍ମୀବାଈ

857ରେ ପ୍ରଥମ ସ୍ବାଧୀନତା ଆନ୍ଦୋଳନରେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ କରିଥିବା ବୀରଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅନ୍ୟତମ । ଆଜି ଏହି ଯୋଦ୍ଧାଙ୍କ ଜୟନ୍ତୀ । ଅଧିକ ପଢନ୍ତୁ...

ଯୋଦ୍ଧା ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ
ଯୋଦ୍ଧା ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ
author img

By

Published : Nov 19, 2021, 9:59 AM IST

ହାଇଦ୍ରାବାଦ: ସେ ଝାନସୀର ରାଣୀ । ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ଅଗ୍ନିବର୍ଷୀ ସଂଗ୍ରାମୀ ଝାନସୀ ରାଣୀ ଲକ୍ଷ୍ମୀବାଈ । 1857ରେ ପ୍ରଥମ ସ୍ବାଧୀନତା ଆନ୍ଦୋଳନରେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ କରିଥିବା ବୀରଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅନ୍ୟତମ । ଆଜି ଏହି ଯୋଦ୍ଧାଙ୍କ ଜୟନ୍ତୀ ।

୧୮୨୮ ମସିହା ଆଜିର ଦିନରେ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ଲକ୍ଷ୍ମୀବାଈ। ତାଙ୍କ ପିଲାଦିନ ନାମ ଥିଲା ମଣିକର୍ଣ୍ଣିକା । ଝାନସୀ ରାଜା ଗଙାଧର ରାଓଙ୍କୁ ବିବାହ କରିବା ପରେ ତାଙ୍କ ନାମ ବଦଳି ଲକ୍ଷ୍ମୀବାଈ ଦିଆଗଲା । ମାତ୍ର ୨୩ ବର୍ଷ ବୟସରେ ସେ ଫିରିଙ୍ଗିଙ୍କ ବିରୋଧରେ ସ୍ବର ଉଠାଇଥିଲେ । ଗୋରାଙ୍କ କବଳରୁ ସେ ଝାନସୀକୁ ସୁରକ୍ଷା ଦେଇଥିଲେ । ଲକ୍ଷ୍ମୀବାଈଙ୍କ ନାମ ଶୁଣିଲେ ଥରିଉଠୁଥିଲା ଗୋରାଙ୍କ ଛାତି। ଦେଶକୁ ଗୋରଙ୍କ କବଳରୁ ରକ୍ଷା କରିବା ପାଇଁ ସେ ନିଜ ସ୍ବାମୀ ଓ ୪ ମାସର ପୁଅକୁ ହରାଇଛନ୍ତି ।

ବ୍ରିଟିଶ ଇଣ୍ଡିଆ ଗର୍ଭନର ଜେନେରାଲ ଡେଲହାଉସୀ ଲକ୍ଷ୍ମୀବାଈଙ୍କ ପୋଷ୍ୟ ପୁତ୍ର ଦାମୋଦର ରାଓଙ୍କୁ ଝାନସୀର ଉତ୍ତରାଧିକାରୀ ମାନିଲେ ନାହିଁ । ତେଣୁ ଝାନସୀକୁ ଇଂରେଜ ଶାସନଧୀନ କରିବାକୁ ନିଷ୍ପତ୍ତି ନେଲେ । ୧୮୫୪ରେ ଇଂରେଜ ଝାନସୀର ସମ୍ପତ୍ତିକୁ କବଜା କରି ନେଇଥିଲେ । ଲକ୍ଷ୍ମୀବାଈ ରାଜ୍ୟ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଏ ନେଇ ସେ ତାତ୍ୟା ଟୋପେଙ୍କୁ ଭେଟିଥିଲେ।

ଉଭୟ ଗୋରା ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରିଥିଲେ । ଦୁଇ ଜଣ ମିଶି ଇଂରେଜ ସେନାର ଦୃଢ ମୁକାବିଲା କରିଥିଲେ । ଉଭୟଙ୍କ ରଣନୀତି ଆଗରେ ହାର ମାନିଥିଲେ ଫିରଙ୍ଗି । ଦୀର୍ଘ ଦିନର ସଂର୍ଘଷ ପରେ ଇଂରେଜମାନଙ୍କୁ ହରାଇଥିଲେ ଲକ୍ଷ୍ମୀବାଈ । ଜଣେ ସାହାସୀ ଯୋଦ୍ଧା ଭାବରେ ସେ ଅନେକଙ୍କ ପାଇଁ ପ୍ରେରଣା । ଝାନସୀଙ୍କ ଲଢେଇ ଅନେକଙ୍କୁ ପ୍ରେରଣା ଦେଇଛି । ତାଙ୍କ ଜୀବନ କାହାଣୀକୁ ପିଢି ପରେ ପିଢି ଜାଣିବାକୁ ଚାହାନ୍ତି । ଲକ୍ଷ୍ମୀବାଈଙ୍କ ଜୀବନଯାତ୍ରାକୁ ନେଇ ଟିଭି ସିରଏଲ ଓ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.