ETV Bharat / bharat

ଅମ୍ବାନୀ ପରିବାରକୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ - ମୁକେଶ ଅମ୍ବାନୀ

ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଅମ୍ବାନୀ ପରିବାରକୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

author img

By

Published : Aug 16, 2022, 9:35 AM IST

ମୁମ୍ବାଇ: ଶିଳ୍ପପତି ତଥା ରିଲିୟାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଘଟଣା । ଅମ୍ବାନୀ ପରିବାରକୁ ଏହି ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ୫୬ ବର୍ଷୀୟ ବିଷ୍ଣୁ ଭୌମିକ(Vishnu Bhowmik) ଏବଂ ସେ ଜଣେ ଗହଣା ବ୍ୟବସାୟୀ ହୋଇଥିବାର ପରିଚୟ ମିଳିଛି । ସେ ନିଜର ନାମ ବଦଳାଇ ରିଲିୟାନ୍ସ ଫାଉଣ୍ଡେନସ ହସ୍ପିଟାଲର ନମ୍ବରରୁ ଅମ୍ବାନୀ ପରିବାରକୁ ଏକାଧିକ ଧମକପୂର୍ଣ୍ଣ କଲ୍ କରିଥିଲା । ଏନେଇ ଅଭିଯୋଗ ପରେ ମୁମ୍ବାଇ ପୋଲିସ ଘଟଣାର ଛାନଭିନ୍ କରି ଅଭିଯୁକ୍ତକୁ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ: ପୁଣି ଅମ୍ବାନୀ ପରିବାରକୁ ଧମକ

ଅଭିଯୁକ୍ତ ଭୌମିକ ବିଭିନ୍ନ ନାମରେ ରିଲିଏନ୍ସ ଫାଉଣ୍ଡେସନ ଦ୍ବାରା ପରିଚାଳିତ ହସ୍ପିଟାଲର ଲାଣ୍ଡଲାଇନ ନମ୍ବରକୁ କଲ୍ କରିଥିଲା । ସେ ଦୁଇ ଘଣ୍ଟା ମଧ୍ୟରେ ମୋଟ ୮ ଥର ଫୋନ କରି ଅମ୍ବାନୀ ପରିବାରକୁ ହତ୍ୟା ଦେଇଥିଲା । ଗୋଟିଏ କଲ୍‌ରେ ଅଭିଯୁକ୍ତ ନିଜକୁ ଅଫଜଲ ବୋଲି ପରିଚୟ ଦେଇଥିଲା ଏବଂ ଆଗାମୀ ୩ ଘଣ୍ଟା ମଧ୍ୟରେ ସେ କିଛି ବଡ ଅଘଟଣ ଘଟାଇବ ବୋଲି ଧମକାଇ ଥିଲା ।

ଏହାପରେ ପୋଲିସ ଟ୍ରେସିଂ କରି ବୋରିଭାଲି ଅଞ୍ଚଳରେ ଅଭିଯୁକ୍ତ ଭୌମିକର ଠିକଣା ଠାବ କରିବା ସହ ତାଙ୍କୁ ଗିରଫ କରିଥିଲା । ତେବେ କ'ଣ ପାଇଁ ସେ ଅମ୍ବାନୀ ପରିବାରକୁ ହତ୍ୟା ଧମକ ଦେଇଥିଲେ ସେନେଇ ଏବେ ପଚରାଉଚରା ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.