ETV Bharat / bharat

ଜମି ବିବାଦରୁ ଯୁବକଙ୍କୁ ଗୁଳି ଚଳାଇଲେ JDU ବିଧାୟକଙ୍କ ପୁଅ ! ଜଣେ ଗୁରୁତର

ବିହାର ଗୋପାଳପୁରରୁ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କ ପୁଅଙ୍କ ନାମରେ ଗୁଳିକାଣ୍ଡ ଅଭିଯୋଗ । ଜମି ବିବାଦରୁ ବିଧାୟକଙ୍କ ପୁଅଙ୍କ ଗୁଳିରେ ଜଣେ ଗୁରୁତର (Bhagalpur Gopal Mandal son Ashish shot youth)। ଅଧିକ ପଢନ୍ତୁ

author img

By

Published : Dec 12, 2022, 11:00 PM IST

ଜମି ବିବାଦରୁ ଯୁବକଙ୍କୁ ଗୁଳିକରି ହତ୍ୟା
ଜମି ବିବାଦରୁ ଯୁବକଙ୍କୁ ଗୁଳିକରି ହତ୍ୟା
ଜମି ବିବାଦରୁ ଯୁବକଙ୍କୁ ଗୁଳି ଚଳାଇଲେ JDU ବିଧାୟକଙ୍କ ପୁଅ ! ଜଣେ ଗୁରୁତର

ହାଇଦ୍ରାବାଦ: ଜମି ବିବାଦରୁ JDU ବିଧାୟକଙ୍କ ପୁଅ ଜଣେ ଯୁବକଙ୍କୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି (Bhagalpur Gopal Mandal son Ashish shot youth)। ବିହାର ଭାଗଲପୁର ଜିଲ୍ଲାର ଗୋପାଳପୁରରୁ JDU ବିଧାୟକ ଥିବା ଗୋପାଳ ମଣ୍ଡଳଙ୍କ ପୁଅ ଆଶିଷ କୁମାର ଏକ ଜମି ବିବାଦରେ ଏପରି ଗୁଳିକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏଥିରେ ଗୁଳି ଲାଗିଥିବା ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲେ ଭର୍ତ୍ତି ହୋଇଛନ୍ତି । ଆହତ ଯୁବକଙ୍କ ନାମ ରବି କୁମାର ଓ ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ PMCH ରେଫର୍‌ କରାଯାଇଛି । ଏହି ଘଟଣାରେ ଅନ୍ୟ 4ଜଣ ମଧ୍ୟ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ଗୋପାଳ ମଣ୍ଡଳଙ୍କ ପରିବାର ସହ ଗତ କିଛି ଦିନ ହେବ ସମ୍ପୃକ୍ତ ଯୁବକଙ୍କ ପରିବାରର ଜମିଜମା ବିବାଦ ରହିଥିଲା । ତେବେ ଏହି ଘଟଣାରେ ଯୁବକଙ୍କୁ ହତ୍ୟା ଧମକ ଦିଆଯାଉଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଆଜି ଉଭୟ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ବିଧାୟକଙ୍କ ପୁଅ ଆଶିଷ ସମ୍ପୃକ୍ତ ଯୁବକଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି । ଏଥିରେ ଯୁବକଜଣଙ୍କ ଗୁରୁତର ଅବସ୍ତାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.