ETV Bharat / bharat

ନୀତିଶ ଜେଡିୟୁ ଅଧ୍ୟକ୍ଷ, ପଦ ଛାଡ଼ିଲେ ଲଲନ - ଲଲନ ସିଂହଙ୍କ ଇସ୍ତଫା

Lalan Singh resigns as JDU Chief: ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଲଲନ ସିଂହ । ଲଲନ ଦଳର କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେଇଥିବା ବେଳେ, ନୂଆ ଅଧ୍ୟକ୍ଷ ହୋଇଛନ୍ତି ନୀତିଶ କୁମାର । ଅଧିକ ପଢ଼ନ୍ତୁ,

ଜେଡିୟୁ ଅଧ୍ୟକ୍ଷ ପଦରୁ ଲଲନ ସିଂହଙ୍କ ଇସ୍ତଫା
ଜେଡିୟୁ ଅଧ୍ୟକ୍ଷ ପଦରୁ ଲଲନ ସିଂହଙ୍କ ଇସ୍ତଫା
author img

By ETV Bharat Odisha Team

Published : Dec 29, 2023, 12:53 PM IST

Updated : Dec 29, 2023, 1:34 PM IST

ନୂଆଦିଲ୍ଲୀ/ପାଟନା: ୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁରେ ବଡ଼ ପରିବର୍ତ୍ତନ। ଲଲନ ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନୂଆ ଅଧ୍ୟକ୍ଷ ହୋଇଛନ୍ତି ନୀତିଶ କୁମାର । ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲଳନ ସିଂହ ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର, ଲଲନଙ୍କ ଇସ୍ତଫା ପପତ୍ର ଗ୍ରହଣ କରିବା ସହ ନିଜେ ଏହି ଦାୟିତ୍ବ ନେଇଛନ୍ତି । ଲଲନଙ୍କ ଏକଜିଟ୍କୁ ନେଇ ବେଶ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା ।

ଲଲନଙ୍କ ଇସ୍ତଫା ଗ୍ରହଣ କଲେ ନୀତିଶ: ଦିଲ୍ଲୀ ଯିବା ପୂର୍ବରୁ ଯେତେବେଳେ ନୀତିଶ କୁମାରଙ୍କୁ ବିହାର ରାଜଧାନୀ ପାଟନାରେ ଲଲନ ସିଂଙ୍କ ଇସ୍ତଫା ବିଷୟରେ ପଚରା ଯାଇଥିଲା, ସେତେବେଳେ ନୀତିଶ ଏ ବିଷୟରେ ଏକ ଅସ୍ପଷ୍ଟ ଉତ୍ତର ଦେଇଥିଲେ। ସେହି ଦିନଠାରୁ କଳ୍ପନା ଜଳ୍ପନା ଜାରି ରହିଥିଲା । ଆଜି ଲଲନ ସିଂହଙ୍କ ଇସ୍ତଫାକୁ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଗ୍ରହଣ କରାଯାଇଛି।

ନୀତିଶ ନେତୃତ୍ବ ନେବାକୁ ଲଲନଙ୍କ ପ୍ରସ୍ତାବ: ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଲଲନ ସିଂହ । ଏବେ କିଏ ହେବ ଦଳର ପରବର୍ତ୍ତୀ ମୁଣ୍ଡିଆ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ନାଟକୀୟ ଢଙ୍ଗରେ ଆଜି ଅଧ୍ଯକ୍ଷ ପଦ ଛାଡ଼ିଛନ୍ତି ଲଲନ । ଏହାସହ ନୀତିଶ କୁମାର ଦଳର ନେତୃତ୍ବ ନିଅନ୍ତୁ ବୋଲି ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ଦେଇଥିଲେ ଲଲନ । ଲଲନ ସିଂହ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ନୀତୀଶଙ୍କ ପାଖ ଲୋକ ତଥା ରାଜ୍ୟ ମନ୍ତ୍ରୀ ଅଶୋକ ଚୌଧୁରୀ ମଧ୍ଯ ନୀତିଶଙ୍କ ନାଁ ପ୍ରସ୍ତାବ ଦେଇଥିଲେ ।

ଇସ୍ତଫା ଚର୍ଚ୍ଚାର ଅବସାନ: ଗତ କିଛି ଦିନ ଧରି ଜେଡିୟୁ ନେତୃତ୍ବବକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଜେଡିୟୁ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂହ ଦଳର ଜାତୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ । ଲଲନ ନିଜେ ଏହି ପଦରୁ ହଟିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଲଲନଙ୍କ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଦଳର ମଙ୍ଗୁଆଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 29, 2023, 1:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.