ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ JD(U) ରାଜ୍ୟସଭା ସାଂସଦ ତଥା ରାଜା ମହେନ୍ଦ୍ର ଭାବରେ ଜଣାଶୁଣା ମହେନ୍ଦ୍ର ପ୍ରସାଦଙ୍କ ପରଲୋକ (MP Mahendra Prasad passed away) । ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସବୁଠୁ ଅଧିକ ସମୟ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ମହେନ୍ଦ୍ର ।
7 ଥର ରାଜ୍ୟସଭା ସାଂସଦ ରହିଛନ୍ତି ମହେନ୍ଦ୍ର ପ୍ରସାଦ । ଦେଶର ଫାର୍ମା ଟାଇକୁନ ଭାବରେ ଜଣାଶୁଣା ମହେନ୍ଦ୍ର ପ୍ରସାଦ । ବିହାରରୁ ସାତଥର ସଂସଦୀୟ ସଦସ୍ୟ ଥିଲେ । ରାଜ୍ୟସଭାର ଦୀର୍ଘତମ କାର୍ଯ୍ୟକର୍ତ୍ତା ସାଂସଦ ହେଉଛନ୍ତି ମହେନ୍ଦ୍ର ପ୍ରସାଦ । 1980 ମସିହାରେ ରାଜା ମହେନ୍ଦ୍ର କଂଗ୍ରେସରୁ ଟିକେଟ୍ ପାଇଁ ବିହାରର ଜେହାନାବାଦ ନିର୍ବାଚନ ମଣ୍ଡଳୀରୁ ତାଙ୍କର ପ୍ରଥମ ଲୋକସଭା ନିର୍ବାଚନରେ ଲଢି ବାଜି ମାରିଥିଲେ ।
ଏହାପରେ 1984 ସାଧାରଣ ନିର୍ବାଚନରେ ହାରିଥିଲେ । କିନ୍ତୁ 1985 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦ୍ବାରା ଖୁବ୍ ଶୀଘ୍ର ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । 1985 ପର ଠାରୁ ପ୍ରସାଦ ରାଜ୍ୟସଭାର ସଦସ୍ୟ ରହିଆସିଛନ୍ତି । କଂଗ୍ରେସ ଏବଂ ଜେଡି (ୟୁନାଇଟେଡ) ବ୍ୟତୀତ ପ୍ରସାଦଙ୍କୁ ରାଜ୍ୟସଭାରେ ଜନତା ଦଳ ଏବଂ ରାଷ୍ଟ୍ରୀୟ ଜନତା ଦଳ ମନୋନୀତ କରିଛନ୍ତି । ପ୍ରସାଦଙ୍କ ଦେହାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ସମବେଦନା ଜଣାଇଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ