ETV Bharat / bharat

Railway Board: ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ଜୟା ବର୍ମା ସିହ୍ନା

author img

By ETV Bharat Odisha Team

Published : Aug 31, 2023, 5:19 PM IST

ରେଳବାଇ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ଜୟା ବର୍ମା ସିହ୍ନା । 2024 ଅଗଷ୍ଟ ଶେଷ ଯାଏ ତୁଲାଇବେ ଦାୟିତ୍ବ । କ୍ୟାବିନେଟ ନିଯୁକ୍ତି କମିଟି ଦେଲା ଅନୁମୋଦନ । ଅଧିକ ପଢନ୍ତୁ

Railway Board: ପ୍ରଥମ ମହିଳା ଅଧ୍ୟକ୍ଷା ହେବେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ: ଭାରତୀୟ ରେଳସେବାର ସର୍ବୋଚ୍ଚ ପରିଚାଳନା ଅଙ୍ଗ ‘ରେଲଓ୍ବେ ବୋର୍ଡ’ର ମୁଖ୍ୟ ହେଲେ ଜୟା ବର୍ମା ସିହ୍ନା । ତାଙ୍କୁ ବୋର୍ଡର ଅଧ୍ୟକ୍ଷା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କେନ୍ଦ୍ର ସରକାର ନିୟୁକ୍ତ କରିଛନ୍ତି । ଏନେଇ କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନାମରେ ମୋହର ମାରିଛି । ସେ ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ରେଳବାଇ ବୋର୍ଡର ମୁଖ୍ୟ ହେବାରେ ଜୟା ହେଉଛନ୍ତି ଦେଶର ପ୍ରଥମ ମହିଳା ।

ଜୟା ଜଣେ ଭାରତୀୟ ରେଲଓ୍ବେ ମ୍ୟାନେଜମେଣ୍ଟ ସର୍ଭିସ (IRMS)ର ଅଧିକାରୀ ଭାବେ ରେଳ ସେବାରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏବେ ଭାରତୀୟ ରେଳବାଇ ବୋର୍ଡର ଅପରେସନ ଓ ଡେଭଲପମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ବାଲେଶ୍ବର ବାହାନଗାରେ ହୋଇଥିବା ତ୍ରିକୋଣୀୟ ରେଳ ଦୁର୍ଘଟାଣାରେ ପ୍ରାୟ 300 ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସେ ଗଣମାଧ୍ୟମ ସମ୍ନାକୁ ଆସିଥିଲେ । ସିଗ୍ନାଲିଂ ତ୍ରୁଟି ନେଇ ରେଳବାଇ ବୋର୍ଡ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିରେ ଜୟାଙ୍କର ବଡ ଭୂମିକା ରହିଥିଲା ।

ଆଜି କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କୁ ରେଳବାଇ ବୋର୍ଡର ଅଧ୍ୟକ୍ଷା ଓ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରିବାକୁ ଅନୁମୋଦନ ଦେଇଛି । ଆସନ୍ତାକାଲି (ସେପ୍ଟେମ୍ବର ପହିଲା) ସେ ବୋର୍ଡର ବିଦାୟୀ ଅଧ୍ୟକ୍ଷ ଅନିଲ କୁମାର ଲୋହାତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି ଆସନ୍ତାବର୍ଷ (2024) ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସେ ବୋର୍ଡର ଏହି ଶୀର୍ଷ ପଦରେ ରହିବେ । ତେବେ ତାଙ୍କର କାର୍ଯ୍ୟକାଳ ଚଳିତ ଅକ୍ଟୋବର 1 ରେ ଶେଷ ହେବାକୁ ଯାଉଥିଲା । ଏହାକୁ ସରକାର ଆସନ୍ତା ବର୍ଷ ଅଗଷ୍ଟ ଶେଷ ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ ଜୟା IRMS ସେବାରେ ଚୟନ ହୋଇ 1988 ରେ ସେ ଭାରତୀୟ ରେଳ ସେବା ପ୍ରଶାସିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଉତ୍ତର ରେଳପଥ, ଦକ୍ଷିଣ-ପଶ୍ଚିମ ରେଳପଥ ଓ ପୂର୍ବ ରେଳପଥ ଡିଭିଜନରେ ସେ ବହୁ ଗୁରୁ ଦାୟିତ୍ବ ତୁଲାଇବାର ଅଭିଜ୍ଞତା ରଖିଛନ୍ତି । ସେ ଢାକାରେ ଭାରତୀୟ ଦୂତାବାସରେ ରେଳବାଇ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବହୁଚର୍ଚ୍ଚିତ ‘ମୈତ୍ରୀ ଏକ୍ସପ୍ରେସ’ ଚଳାଚଳରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.