ETV Bharat / bharat

ରଜୌରୀ ଏନକାଉଣ୍ଟର ଶହୀଦଙ୍କ ବଳିଦାନ କାହାଣୀ: ବର ସାଜିବା ପୂର୍ବରୁ ବୀରଗତିରେ ସଚିନ - ରଜୌରୀ ଏନକାଉଣ୍ଟର ଶହୀଦଙ୍କ ବୀରତ୍ବଗାଧା

ଜମ୍ମୁ କାଶ୍ମୀର ରଜୌରୀରେ ହୋଇଥିବା ଏନକାଉଣ୍ଟରରେ ଶହୀଦ କ୍ୟାପ୍ଟଟେନ ଏନଭି ପ୍ରାଞ୍ଚଲ, କ୍ୟାପ୍ଟଟେନ ଶୁଭମ ଗୁପ୍ତା, ସଚିନ ଲାଓର, ହାବିଲଦାର ଅବଦୁଲ ମଜିଦ ଓ ଲାଏନ୍ସ ନାଏକ ସଞ୍ଜୟ ବିଷ୍ଟ ସାହାସିକତାର ନୂଆ କାହାଣୀ ଲେଖିଛନ୍ତି । ଅଧିକ ପଢନ୍ତୁ

jammu kashmir rajouri terrorist encounter

author img

By ETV Bharat Odisha Team

Published : Nov 24, 2023, 4:04 PM IST

ନୂଆଦିଲ୍ଲୀ: ବୀରଙ୍କ ସର୍ବୋଚ୍ଚ ବଳିଦାନକୁ ନେଇ ତାଙ୍କୁ ଦେଶବାସୀ ସଲାମ କରୁଛନ୍ତି । ସମସ୍ତଙ୍କ ଆଖିରେ ଲୁହ... ଆଉ ଆତଙ୍କୀକୁ କଡା ଜବାବ ଦେବାକୁ ମନରେ କ୍ରୋଧ ମଧ୍ୟ ରହିଛି । ବୀରଙ୍କ ବଳିଦାନ ପାଇଁ ଗର୍ବ ବି କରୁଛନ୍ତି ଦେଶବାସୀ । ଜମ୍ମୁକାଶ୍ମୀର ରଜୌରୀ ଏନକାଉଣ୍ଟରେ ଦେଶମାତୃକାର ସେବା କରୁ କରୁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି 5 ବୀର ସନ୍ତାନ । ଆତଙ୍କବାଦୀଙ୍କ ସହ ଲଢେଇ କରି ବୀର ପୁଅ ଯବାନ ଶହୀଦ ହୋଇଛନ୍ତି । ଜମ୍ମୁ କାଶ୍ମୀରରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସିହ୍ନା ସେମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରଜୌରୀ ଏନକାଉଣ୍ଟରେ ଶହୀଦ କ୍ୟାପ୍ଟଟେନ ଏନଭି ପ୍ରାଞ୍ଚଲ, କ୍ୟାପ୍ଟଟେନ ଶୁଭମ ଗୁପ୍ତା, ସଚିନ ଲାଓର, ହାବିଲଦାର ଅବଦୁଲ ମଜିଦ ଓ ଲାଏନ୍ସ ନାଏକ ସଞ୍ଜୟ ବିଷ୍ଟ ସାହାସିକତାର ନୂଆ କାହାଣୀ ଲେଖିଛନ୍ତି । ଜାଣନ୍ତୁ ଏହି ବୀରଙ୍କ ବିଷୟରେ ।

2 ବର୍ଷ ତଳେ ବିବାହ କରିଥିଲେ କ୍ୟାପ୍ଟଟେନ ଏନଭି ପ୍ରାଞ୍ଚଲ: ରଜୌରୀ ଏନକାଉଣ୍ଟରରେ ସର୍ବୋଚ୍ଚ ବଳିଦାନ ଦେଇଥିବ ଯବାନଙ୍କ ମଧ୍ୟରେ କ୍ୟାପ୍ଟଟେନ ଏନଫି ପ୍ରାଞ୍ଜଲ ମଧ୍ୟ ସାମିଲ ଥିଲେ । ପ୍ରଥମେ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ 63-ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ ଏମ.ଭି ପ୍ରାଞ୍ଚଳ । କର୍ଣ୍ଣାଟକ ମହୀଶୂରର ଏନଭି ପ୍ରାଞ୍ଚଲ ମାତ୍ର 28 ବର୍ଷରେ ଦେଶପାଇଁ ଜୀବନ ଦେଇଛନ୍ତି । ସେ ମାଙ୍ଗଲୋର ରିଫାଇନାରୀକ ପୂର୍ବତନ ଏମଡି ଭେଙ୍କଟେଶଙ୍କ ଏକମାତ୍ର ପୁଅ ଥିଲେ । ବେଙ୍ଗାଲୁରୁର ଆଦିତିଙ୍କୁ 2 ବର୍ଷ ତଳେ ବିବାହ କରିଥିଲେ ପ୍ରାଞ୍ଚଲ । ବିବାହର କିଛି ଦିନ ପରେ କାଶ୍ମୀରରେ ନିଯୁକ୍ତ ହୋଇଥିଲେ ।

  • Rajouri encounter, J&K: Pictures of 5 Army personnel- Capt MV Pranjal, Capt Shubham Gupta, Hav Abdul Majid, L/Nk Sanjay Bisht and Paratrooper Sachin Laur, who made the supreme sacrifice during the encounter.

    Two terrorists were also killed in the encounter. pic.twitter.com/noRV243K7m

    — ANI (@ANI) November 24, 2023 " class="align-text-top noRightClick twitterSection" data=" ">

କିଛି ଦିନ ପରେ ବର ସାଜିଥାନ୍ତେ ସଚିନ ଲାଓର: ରଜୌରୀ ଏନକାଉଣ୍ଟର ଅପରେସନରେ ଉତ୍ତରପ୍ରଦେଶ ଆଲିଗଡର ବୀର ସନ୍ତାନ ପାରାଟୁପର ସଚିନ ଲାଓର ଡିଟ୍ୟୁରେ ଥିଲେ । କିଛି ଦିନପରେ ବର ସାଜିଥାନ୍ତେ ସଚିନ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଦେଶମାତୃକାର ସେବା କରୁ କରୁ ଅଲବିଦା କହିଛନ୍ତି ସଚିନ । ଘରେ ସଚିନଙ୍କ ବଡ ଭାଇ ମାତାପିତା ଅଛନ୍ତି । ସଚିନଙ୍କ ଦେହାନ୍ତ ଖବର ପାଇ ପୁରା ଗାଁ ଶୋକରେ ବୁଡିଛି । ସଚିନଙ୍କ ପିତା ଜଣେ ଚାଷୀ । ସଚିନଙ୍କ ବଳିଦାନ ପାଇଁ ପରିବାର ଗର୍ବିତ ହେଲେ ପୁଅକୁ ହରାଇ କାନ୍ଦୁଛି ମାଆ ଝୁରୁଛି ଗାଁ ।

ଚେତାଶୂନ୍ୟ କ୍ୟାପ୍ଟଟେନ ଶୁଭମ ଗୁପ୍ତାଙ୍କ ମାଆ: ଆଗ୍ରାର କ୍ୟାପ୍ଟଟେନ ଶୁଭମ ଗୁପ୍ତା ରଜୌରୀ ଏନକାଉଣ୍ଟରରେ ଶହୀଦ ହୋଇଛନ୍ତି । କ୍ୟାପ୍ଟଟେନ ଶୁଭମ ଗୁପ୍ତାଙ୍କ ବିବାହ ନେଇ ପରିବାର କନିଆଁ ଖୋଜୁଥିଲେ । ଏହାରି ଭିତରେ ଦେଶ ପାଇଁ ମାଟି ମାଆର ସେବା କରୁ କରୁ ଶହୀଦ ହୋଇଛନ୍ତି କ୍ୟାପ୍ଟଟେନ ଶୁଭମ ଗୁପ୍ତା । ପୁଅର ଶହୀଦ ଖବର ଶୁଣି ଘଡିକି ଘଡି ଚେତା ହରାଉଛନ୍ତି ଶୁଭମ ଗୁପ୍ତାଙ୍କ ମାଆ । ଶୋକରେ ବୁଡିଛି ପୁରା ଗାଁ ।

ଏହା ବି ପଢନ୍ତୁ...Anantnag Martyrs Bravery story: ଅପରେସନରେ ବ୍ୟସ୍ତ ଅଛି ମା’...କର୍ଣ୍ଣେଲଙ୍କ ଶେଷ କଲ

ହାବିଲଦାର ଅବଦୁଲ ମଜିଦଙ୍କ ଭାଇ ମଧ୍ୟ ଶହୀଦ ହୋଇଥିଲେ: ପୁଞ୍ଜ ନିବାସୀ ହାବିଲଦାର ଅବଦୁଲ ମଜିଦ ରଜୌରୀ ଅପରେସନରେ ଶହୀଦ ହୋଇଛନ୍ତି । ସେ ପେରା କମାଣ୍ଡୋ ଥିଲେ । ଏଲଓସିର ଅଜୋଟ ଗାଁରେ ଅବଦୁଲ ମଜିଦଙ୍କ ଘର । ମଜିଦଙ୍କ ଶହୀଦ ଖବର ପାଇ ପରିବାର ଶୋକରେ ବୁଡିଛି । ପୁଅର ବଳିଦାନକୁ ନେଇ ପରିବାର ଗର୍ବ କରୁଛନ୍ତି ହେଲେ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଅବଦୁଲ ମଜିଦଙ୍କ ଭାଇ ମଧ୍ୟ ଜମ୍ମୁ କାଶ୍ମୀର ଲାଇଟ ଇନ୍ଫୋଟ୍ରି (ଜେକେଏଲଆଇ) ସେନା ଥିଲେ । 2017ରେ ସେ ଶହୀଦ ହୋଇଥିଲେ ।

ଏହା ବି ପଢନ୍ତୁ...ଦ୍ବିତୀୟ ଦିନରେ ରଜୌରୀ ଏନକାଣ୍ଟର: 5 ଶହୀଦ, 2 ଆତଙ୍କୀ ନିପାତ

ଲାଏନ୍ସ ନାଏକ ସଞ୍ଜୟ ବିଷ୍ଟ: ଆତଙ୍କୀକୁ କଡା ଜବାବ ଦେଇ ଉତ୍ତରାଖଣ୍ଡ ନୈନିତାଲର ସଞ୍ଜୟ ବିଷ୍ଟ ଶହୀଦ ହୋଇଛନ୍ତି । ସେ 19 କୁମାଉଁ ପେରାରେ ନିୟୋଜିତ ଥିଲେ । ସଞ୍ଜୟଙ୍କ ଘର ରାମଗଡର ହଲି ଗାଁରେ । ସଞ୍ଜୟଙ୍କ ଶହୀଦ ଖବର ଶୁଣି ପରିବାର ଶୋକରେ ବୁଡିଛି । ସେ 2012ରେ ସେନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଘରେ ବାପା ଦିବାନ ସିଂହ, ମାତା ମଞ୍ଜୁ ଓ ଭଉଣୀ ମମତା ଏବଂ ଜଣେ ଭାଇ ରହିଛନ୍ତି । ପୁଅକୁ ହରାଇ ମାଆ କୋଳ ଖାଲି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.