ETV Bharat / bharat

ପୁଞ୍ଚରେ ଆତଙ୍କୀ ଆକ୍ରମଣ, ସେନା ମୁଖ୍ୟ ପ୍ରଶାସକଙ୍କ ଗାଡ଼ିକୁ ଗୁଳିମାଡ଼ - ପୁଞ୍ଚରେ ଆତଙ୍କୀ ଆକ୍ରମଣ

Militant attack in Poonch: ଜମ୍ମୁ କାଶ୍ମୀର ପୁଞ୍ଚରେ ପୁଣି ଆତଙ୍କୀ ଆକ୍ରମଣ । ସେନାର ମୁଖ୍ୟ ପ୍ରଶାସକଙ୍କ ଗାଡ଼ି ଉପରକୁ ହୋଇଛି ଗୁଳିମାଡ଼ । ଅଧିକ ପଢନ୍ତୁ

Militant attack in Poonch
Militant attack in Poonch
author img

By ETV Bharat Odisha Team

Published : Jan 12, 2024, 8:47 PM IST

Updated : Jan 12, 2024, 8:59 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ପୁଣି ଆତଙ୍କବାଦୀ ଆକ୍ରମଣ । ସେନାଗାଡ଼ିକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଶୁକ୍ରବାର ସନ୍ଧ୍ୟା ସମୟରେ ଖନେତରଠାରେ ସେନାର ମୁଖ୍ୟ ପ୍ରଶାସକ (CAO)ଙ୍କ ଗାଡ଼ି ଉପରକୁ ଫାୟାରିଂ ହୋଇଛି । ପୁଞ୍ଚ ଓ ରାଜୌରିରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ମାତ୍ର ସମ୍ବେଦନଶୀଳ ଥିବା ନେଇ ସିଏଓ ଦେଇଥିବା ମନ୍ତବ୍ୟର ଗୋଟିଏ ଦିନ ପରେ ତାଙ୍କ ଗାଡ଼ିକୁ ଆକ୍ରମଣ କରିଛନ୍ତି ଆତଙ୍କୀ ଗୋଷ୍ଠୀ ।

  • At around 1800 hours today, a Security Forces convoy of vehicles was fired upon by suspected terrorists from a jungle near Krishna Ghati in Poonch sector. No casualties to own troops. Joint search Operations by Indian Army and Jammu & Kashmir Police are in progress: White Knight… pic.twitter.com/Khk7GmIK9O

    — ANI (@ANI) January 12, 2024 " class="align-text-top noRightClick twitterSection" data=" ">

ଏହି ଫାୟାରିଂ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ସ୍ଥାନକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏହି ଘଟଣାରେ କୌଣସି ଯବାନଙ୍କ କ୍ଷତି ଘଟିନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କୀ ଗୋଷ୍ଠୀ ଫାୟାରିଂ ପରେ ଫେରାର ହୋଇଯାଇଛନ୍ତି । ଆତଙ୍କୀ ଗୋଷ୍ଠୀ ଗୁଳିମାଡ଼ କରିବା ପରେ ସେନା ମଧ୍ୟ ପ୍ରତି ଜବାବ ଦେଇ ଗୁଳିମାଡ଼ କରିଥିଲା । ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା । ଏହାପରେ ଆତଙ୍କୀ ଗୋଷ୍ଠୀ ଫେରାର ହୋଇଯାଇଥିଲେ ।

ଏହା ବି ପଢନ୍ତୁ- ପୁଞ୍ଚ୍ ଆତଙ୍କୀ ହମଲା ପରେ କାଶ୍ମୀରରେ ରାଜନାଥ, ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷାର ସମୀକ୍ଷା

ଏହି ଆତଙ୍କୀ ଆକ୍ରମଣ ପୁଞ୍ଚ କୃଷ୍ଣା ଘାଟି ସେକ୍ଟରର ଖନେତର ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳଟି ପୁଞ୍ଚଠାରୁ 40କିମି ଦୂରରେ ଅବସ୍ଥିତ । ଗତବର୍ଷ ଡିସେମ୍ବରରେ ଠିକ ଏହି ସ୍ଥାନରେ ଆତଙ୍କବାଦୀମାନେ ସେନା ଗାଡ଼ିକୁ ଟାର୍ଗେଟ କରି ଗୁଳି ବିନିମୟ କରିଥିଲେ, ଯେଉଁଥିରେ 5ଜଣ ଯବାନ ଶହୀଦ ହୋଇଥିଲେ । ସୂଚନା ଥାଉ କି ସେନାର ଉତ୍ତର କମାଣର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ଜମ୍ମୁକାଶ୍ମୀର ରାଜୌରି ସେକ୍ଟର ଗସ୍ତ କରିଥିଲେ । ନିୟନ୍ତ୍ରଣ ରେଖା (LOC) ନିକଟରେ ମୁତୟନ ଥିବା ସେନାଙ୍କ ମନୋବଳ ବଢାଇଥିଲେ । ଏହାସହିତ ଆସନ୍ତା 24 ଘଣ୍ଟା ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଏହା ବି ପଢନ୍ତୁ- ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ, ଆତଙ୍କବାଦୀ ବ୍ୟବହାର କରିଥିଲେ ଆମେରିକା ରାଇଫଲ

ସୂଚନା ଥାଉ କି ଏହା ପୂର୍ବରୁ ସୁରକ୍ଷାକର୍ମୀ ଓ ପୋଲିସର ମିଳିତ ଅପରେସନ ମାଧ୍ୟମରେ ଦକ୍ଷିଣାଞ୍ଚଳ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ଜଣେ ଆତଙ୍କବାଦୀକୁ ନିହତ କରିଥିଲେ । ଛୋଟିଗାମ ଗାଁ ନିକଟରେ ଆତଙ୍କବାଦୀ ଲୁଚି ଥିବା ନେଇ ସେନାକୁ ଖବର ମିଳିଥିଲା । ପୋଲିସ, ସେନା ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଉତ୍ତରାଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2024, 8:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.