ETV Bharat / bharat

ଜମ୍ମୁ ଡ୍ରୋନ ଆକ୍ରମଣରେ ବ୍ୟବହୃତ ହୋଇଥିଲା RDX ନାଇଟ୍ରେଟ

author img

By

Published : Jul 5, 2021, 10:53 PM IST

ଜମ୍ମୁ ଡ୍ରୋନ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକକୁ ଆରଡିଏକ୍ସ ଓ ନାଇଟ୍ରେଟରେ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ଫରେନ୍ସିକ ବିଶେଷଜ୍ଞ । ଅଧିକ ପଢନ୍ତୁ...

ଜମ୍ମୁ ଡ୍ରୋନ ଆକ୍ରମଣରେ ବ୍ୟବହୃତ ହୋଇଥିଲା RDX ନାଇଟ୍ରେଟ
ଜମ୍ମୁ ଡ୍ରୋନ ଆକ୍ରମଣରେ ବ୍ୟବହୃତ ହୋଇଥିଲା RDX ନାଇଟ୍ରେଟ

ନୂଆଦିଲ୍ଲୀ: ଜମ୍ମୁ ବାୟୁସେନା ଷ୍ଟେସନ ଉପରେ ଡ୍ରୋନ ଆକ୍ରମଣ ଘଟଣାରେ ବଡ ଖୁଲାସା । ଡ୍ରୋନ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକକୁ ଆରଡିଏକ୍ସ ଓ ନାଇଟ୍ରେଟରେ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ଫରେନ୍ସିକ ବିଶେଷଜ୍ଞ ।

ବାୟୁସେନା ଷ୍ଟେସନରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ବିସ୍ଫୋରକରେ 1.5 କିଲୋଗ୍ରାମ ଆରଡିଏକ୍ସ ଓ ଗୋଟିଏ ନାଇଟ୍ରେନ ଯୌଗିକର ମିଶ୍ରଣ ରହିଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ଦ୍ବିତୀୟ ଆଇଇଡିରେ ଅଧିକ ସଂଖ୍ୟକ ବଲ ବେରିଙ୍ଗ ରହିଥିଲା ।

ବାୟୁସେନା ଷ୍ଟେସନର ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବାକୁ ଗୋଟିଏ ବିସ୍ଫୋରକ ପ୍ରସ୍ତୁତ କରାଯାଇଥିବାବେଳେ ଅନ୍ୟ ଆଇଡରେ ଯବାନଙ୍କ ଜୀବନ ନେବା ଲକ୍ଷ୍ୟ ରହିଥିଲା । ସୂଚନା ଅନୁଯାୟୀ, ଆଇଡି ଅତ୍ୟନ୍ତ ଜଟିଳ ଥିଲା । ଏହି ପ୍ରକାର ଆଇଇଡି ପ୍ରସ୍ତୁତ କରିବା କେବଳ ଲସ୍କର ଓ ଜୈଶର କାମ ନୁହେଁ ବୋଲି ଫରେନ୍ସକ ଯାଞ୍ଚ ବିଶେଷଜ୍ଞ କହିଛନ୍ତି ।

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଲସ୍କର ଏ ତୋଇବାକୁ ହାତ କରି ଆକ୍ରମଣ କରିଥିବା ସନ୍ଦେହ କରୁଛି ଏନଆଇଏ । ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନଥିବା ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.