ETV Bharat / bharat

ଆଜିଠୁ ୪ ଦିନିଆ ଆମେରିକା ଗସ୍ତରେ ଏସ ଜୟଶଙ୍କର

ଆଜିଠୁ ୪ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଥମେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ହେବେ ସାମିଲ । ଅଧିକ ପଢନ୍ତୁ...

ଆଜିଠୁ ୪ ଦିନିଆ ଆମେରିକା ଗସ୍ତରେ ଏସ ଜୟ ଶଙ୍କର

author img

By

Published : Aug 16, 2021, 7:33 AM IST

ନୂଆଦିଲ୍ଲୀ: ଆଜିଠୁ ୪ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର । ଆମେରିକା ଗସ୍ତରେ ଯାଇ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ପ୍ରଥମେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ହେବେ ସାମିଲ । ବୈଠକରେ ଭାରତ ପକ୍ଷରୁ ରଖିବେ ଦେଶର ଆଭିମୁଖ୍ୟ । ୟୁଏନଏସସିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ପ୍ରତିନିଧତ୍ବ କରିବେ ଜୟ ଶଙ୍କର । ସୂଚନା ଯୋଗେ ଯେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଚଳିତ ମାସ ଭାରତ ହାତରେ ରହିଛି । ଫଳରେ ଜୟ ଶଙ୍କରଙ୍କ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଅନ୍ୟପଟେ ଆଫଗାନ ସ୍ଥିତି ଓ ଭାରତର ଭୂମିକାକୁ ନେଇ ମଧ୍ୟ ଆମେରିକା ପ୍ରତିପକ୍ଷଙ୍କ ସହ କରିବେ ବୈଠକ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୟୁଏନଏସସିରେ ଶାନ୍ତି ରକ୍ଷା ଉପରେ ଏକ ଖୋଲା ବିତର୍କର ଅଧ୍ୟକ୍ଷତା କରିବେ।

ଏହାସହ ଅଗଷ୍ଟ ୧୮ ଓ ୧୯ ତାରିଖରେ ୨ଟି ଉଚ୍ଚସ୍ତରୀୟ ଦସ୍ତଖତ କାର୍ଯ୍ୟକ୍ରମ (signature events) ହେବ । ଯେଉଁଥିରେ ଜୟଶଙ୍କର ଅଧ୍ୟକ୍ଷତା କରିବେ । ଅଗଷ୍ଟ 18ରେ ପ୍ରଥମ ବୈଠକ ସୁରକ୍ଷାକାରୀଙ୍କୁ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ଶାନ୍ତି ରକ୍ଷା 'ଉପରେ ଏକ ଖୋଲା ବିତର୍କ ହେବ । ଏହାସହ 19ରେ ଦ୍ୱିତୀୟ ବୈଠକ ହେବ । ଆତଙ୍କବାଦୀ କାର୍ଯ୍ୟ ଦ୍ବାର ସୃଷ୍ଟି ହୋଇଥିବା ଅନ୍ତର୍ଜାତୀୟ ଅଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ନେଇ ଏକ ଉଚ୍ଚ ସ୍ତରୀୟ ସଂକ୍ଷିପ୍ତ ଆଲୋଚନା ହେବ।

ୟୁଏନଏସସି ଇନିଂସରେ ଭାରତ ପାଇଁ ଉଭୟ ବିଷୟ ପ୍ରାଥମିକତା ବୋଲି ଏମଇଏ କହିଛି । ଜାନୁଆରୀ 1ରେ ଭାରତ ୟୁଏନଏସସିର ଜଣେ ସ୍ଥାୟୀ ସଦସ୍ୟ ଭାବରେ ଦୁଇ ବର୍ଷ କାର୍ଯ୍ୟକାଳ ଆରମ୍ଭ କରିଥିଲା ​​। କିନ୍ତୁ ବର୍ତ୍ତମାନ ଅର୍ଥାତ ଅଗଷ୍ଟ ମାସରେ ୟୁଏନଏସସିରେ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି ।

ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ, ପ୍ରଯୁକ୍ତିବିଦ୍ୟା, ଓ ଶାନ୍ତି ପ୍ରସଙ୍ଗରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇପାରେ ବୋଲି ଆଶା କରାଯାଉଛି । ୟୁଏନଏସସି କାର୍ଯ୍ୟକ୍ରମରେ ଜୟଶଙ୍କର ଅନ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଶାନ୍ତି ପ୍ରତିଷ୍ଠା ନେଇ ଚର୍ଚ୍ଚା, ସୁରକ୍ଷା ତଥା ନିରାପତ୍ତା ପାଇଁ ଆଧୁନିକ ବୈଷୟିକ ଉପକରଣ ବ୍ୟବହାର ଉପରେ ବୈଠକରେ ଗୁରୁତ୍ବ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.