ETV Bharat / bharat

ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଉପରେ ପରୋକ୍ଷରେ ବର୍ଷିଲେ ଜୟଶଙ୍କର

author img

By

Published : Sep 25, 2022, 10:21 AM IST

ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । କହିଲେ ଜାତିସଂଘ ଘୋଷଣା କରିଥିବା ବିଶ୍ବ ଆତଙ୍କବାଦୀଙ୍କୁ କିଛି ରାଷ୍ଟ୍ର ଦେଇ ଚାଲିଛନ୍ତି ସୁରକ୍ଷା । UNSC 1267 ବ୍ୟବସ୍ଥାର ଉଲ୍ଲଙ୍ଘନ କରି ଆତଙ୍କବାଦକୁ ଦେଉଛନ୍ତି ପ୍ରୋତ୍ସାହନ । ଅଧିକ ପଢନ୍ତୁ

ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଉପରେ ପରୋକ୍ଷରେ ବର୍ଷିଲେ ଜୟଶଙ୍କର
ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଉପରେ ପରୋକ୍ଷରେ ବର୍ଷିଲେ ଜୟଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ପରୋକ୍ଷରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର (Jaishankar targets Pak)। ଗତକାଲି (ଶନିବାର) ମିଳିତ ଜାତିସଂଘ ସାଧାରଣ ସଭା (UNGA)ର ଅଧିବେଶନକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଓ ଚୀନକୁ ପରୋକ୍ଷ ଜବାବ ଦେଇଛନ୍ତି (un general assembly meeting)। ଜୟଶଙ୍କର କହିଛନ୍ତି, କିଛି ରାଷ୍ଟ୍ର ଜାତିସଂଘର UNSC 1267 ପ୍ରତିବନ୍ଧକ ବ୍ୟବସ୍ଥାକୁ ରାଜନୀତିକରଣ କରିବାରେ ଲାଗିଛନ୍ତି । ଜାତିସଂଘ ଦ୍ବାରା ଘୋଷିତ ବିଶ୍ବ ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେଉଛନ୍ତି । ଆତଙ୍କବାଦକୁ ସିଧା ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି ।

ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ଜୟଶଙ୍କର କହିଛନ୍ତି,(MEA Jaishankar in un) ଭାରତ ଏହି ଦିଗରେ ପ୍ରଥମରୁ ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇ ଆସିଛି । ଆତଙ୍କବାଦୀଙ୍କ ପ୍ରତି କୌଣସି କୋହଳ ମନୋଭାବ ଭାରତ କେବେ ହେଲେ ପୋଷଣ କରିନାହିଁ । ଆମ ମତରେ ଆତଙ୍କବାଦ ପାଇଁ କୌଣସି ମାନବୀୟ ଦୃଷ୍ଟିକୋଣରୁ ବିଚାର କରିବାର ଆବଶ୍ୟକତା ମଧ୍ୟ ନାହିଁ । ଭାରତ ଆରମ୍ଭରୁ ହିଁ ଆତଙ୍କବାଦ ପ୍ରତି କଠୋର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ବ ସମୂଦାୟ ନିକଟରେ ପ୍ରସ୍ତାବ ମଧ୍ୟ ରଖି ଆସିଛି।

ଜାତିସଂଘର କାର୍ଯ୍ୟ ପ୍ରଣାଳୀକୁ ପ୍ରଂଶସା କରିବାକୁ ଯାଇ ଜୟଶଙ୍କର କହିଛନ୍ତି, ଆତଙ୍କବାଦ ଦମନ କ୍ଷେତ୍ରରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଜାତିସଂଘ । ଅନେକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଓ ଏହାର ମୁଖ୍ୟମାନଙ୍କ ବିରୋଧରେ ଜାତିଂସଘ କଠୋର କଟକଣା ମଧ୍ୟ ଲାଗୁ କରିଛି । କିନ୍ତୁ ଏସବୁ ସତ୍ତ୍ବେ ମଧ୍ୟ କିଛି ରାଷ୍ଟ୍ର ଜାତିସଂଘ ଦ୍ବାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ମଧ୍ୟ କରୁଛନ୍ତି । ଜାତିସଂଘର UNSC 1267 ପ୍ରତିବନ୍ଧକ ବ୍ୟବସ୍ଥାକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ଆତଙ୍କବାଦୀଙ୍କୁ ସମସ୍ତ ସହଯୋଗ ସହ ନିଜ ଦେଶରେ ଆତ୍ମଗୋପନ କରିବା ପାଇଁ ଶରଣ ମଧ୍ୟ ଦେଉଛନ୍ତି । ଏପରି କରିବା ଦ୍ବାରା ସେମାନଙ୍କର ପ୍ରତିଷ୍ଠା ହାନୀ ହେବା ସହ ଆତଙ୍କବାଦକୁ ବଳ ମିଳୁଛି ବୋଲି ଜୟଶଙ୍କର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.