ETV Bharat / bharat

ହାର୍ଟ୍ ଅଫ ଏସିଆରେ ଜୟଶଙ୍କରଙ୍କ ବୟାନ, ଆଫଗାନିସ୍ତାନରେ ଆବଶ୍ୟକ ଦ୍ବୈତ ରାଜିନାମା - ହାର୍ଟ ଅଫ ଏସିଆ

ନବମ ମନ୍ତ୍ରୀସ୍ତରୀୟ ହାର୍ଟ ଅଫ ଏସିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆଫଗାନିସ୍ତାନରେ ଦ୍ବୈତ ଶାନ୍ତି ପ୍ରକ୍ରିୟାର ଆବଶ୍ୟକ ରହିଛି । ଅଧିକ ପଢନ୍ତୁ...

ହାର୍ଟ ଅଫ ଏସିଆରେ ଜୟଶଙ୍କରଙ୍କ ବୟାନ, ଆଫଗାନିସ୍ତାନରେ ଆବଶ୍ୟକ ଦୋହରା ଶାନ୍ତି

author img

By

Published : Mar 30, 2021, 10:17 PM IST

ଦୁଶାନୱ୍ବେ: ତାଜିକସ୍ତାନରେ ନବମ ମନ୍ତ୍ରୀସ୍ତରୀୟ ହାର୍ଟ ଅଫ ଏସିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି ଭାରତର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଏହି ଅବସରରେ ଆଫଗାନିସ୍ତାନର ଶାନ୍ତି ବିଷୟ ଉଠାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆଫଗାନିସ୍ତାନରେ ଦ୍ବୈତ ଶାନ୍ତି ପ୍ରକ୍ରିୟା (ଦୁଇଟି ଶାନ୍ତି ଚୁକ୍ତି)ର ଆବଶ୍ୟକ ରହିଛି । ଏହା ସହିତ ସେ କହିଛନ୍ତି, ପଡୋଶୀ ଦେଶର ସପକ୍ଷରେ ଆଫଗାନିସ୍ତାନରେ ଶାନ୍ତି । ହାର୍ଟ ଅଫ ଏସିଆ ସମ୍ମିଳନୀରେ ଏହା କହିଛନ୍ତି ଜୟଶଙ୍କର ।

ଦୁଶାନୱେରେ ଜାରି ହାର୍ଟ ଅଫ ଏସିଆ ସମ୍ମିଳନୀରେ ଆଫଗାନିସ୍ତାନର ଶାନ୍ତି ପ୍ରକ୍ରିୟା ଉପରେ ଆଞ୍ଚଳିକ ସହମତି ପାଇଁ ପାଖାପାଖି 50 ଦେଶ ଓ ଅନ୍ତରାଷ୍ଟ୍ରୀୟ ସଂଗଠନର ପ୍ରତିନିଧି ଏକତ୍ରିତ ହୋଇଛନ୍ତି ।

ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ପାଇଁ ଆମକୁ ବାସ୍ତବିକ ଦ୍ବୈତ ଶାନ୍ତି ରାଜିନାମାର ଆବଶ୍ୟକତା ରହିଛି । ଅର୍ଥାତ ଆଫଗାନିସ୍ତାନର ଅଖପାଖ ଓ ଭିତରେ ଶାନ୍ତି ଆବଶ୍ୟକ। ଏଥିପାଇଁ ସେହି ଦେଶ ଭିତରେ ଏବଂ ଆଖପାଖରେ ସମସ୍ତଙ୍କ ସ୍ବାର୍ଥର ସମନ୍ବୟ ଆବଶ୍ୟକ । ଯଦି ଶାନ୍ତି ପ୍ରକ୍ରିୟା ସଫଳ ହୁଏ, ତେବେ ରାଜନୈତିକ ସମାଧାନ ପାଇଁ ବୁଝାମଣାକାରୀ ଦଳଗୁଡ଼ିକ ପ୍ରତିବଦ୍ଧ ବୋଲି ନିଶ୍ଚିତ କରିବା ଆବଶ୍ୟକ ।

ଆଫଗାନିସ୍ତାନରେ ହୋଇଥିବା ହିଂସା ଏବଂ ରକ୍ତପାତକୁ ନେଇ ଉଦବେଗ ପ୍ରକାଶ କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, 2020 ତୁଳନାରେ 2021ରେ ଏକ ପ୍ରତିଶତରୁ ଅଧିକ ସାଧାରଣ ନାଗରିକ ହିଂସାରେ ପ୍ରାଣ ହରାଇଛନ୍ତି । ତେବେ 2021ର ସ୍ଥିତି ମଧ୍ୟ ଭଲ ନଜର ଆସୁନଥିବା କହିଛନ୍ତି ଜୟଶଙ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.