ETV Bharat / bharat

ଶ୍ରୀଲଙ୍କାରେ ମହାସଙ୍କଟ: ଆଜି ବସିବ ସର୍ବଦଳୀୟ ବୈଠକ

ଶ୍ରୀଲଙ୍କା ସଙ୍କଟକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ଅଧ୍ୟକ୍ଷତା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଅଧିକ ପଢନ୍ତୁ

ଶ୍ରୀଲଙ୍କାରେ ମହାସଙ୍କଟ: ଆଜି ସର୍ବଦଳୀୟ ବୈଠକ ଡାକିଛି କେନ୍ଦ୍ର

author img

By

Published : Jul 19, 2022, 10:26 AM IST

Updated : Jul 19, 2022, 11:18 AM IST

ନୂଆଦିଲ୍ଲୀ: ମହାସଙ୍କଟ ମଧ୍ୟ ଦେଇ ଗତି କରୁଛି ଦ୍ବୀପଦେଶ ଶ୍ରୀଲଙ୍କା । ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି । ପଡୋଶୀ ଶ୍ରୀଲଙ୍କାରେ ଜାରି ରହିଥିବା ଏପରି ସାଙ୍ଘାତିକ ସ୍ଥିତି ଉପରେ ଉଦବେଗ୍ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆଜି(ମଙ୍ଗଳବାର) ସର୍ବଦଳୀୟ ବୈଠକ ଡାକିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ବସିବ । ଏଥିରେ ଉଭୟ ମନ୍ତ୍ରୀ ଶ୍ରୀଲଙ୍କା ସ୍ଥିତି ଓ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ଆଭିମୁଖ୍ୟ ସମ୍ପର୍କରେ ବିଶେଷ ସୂଚନା ଦେବେ ।

ଶ୍ରୀଲଙ୍କାରେ ସଙ୍କଟ ଆରମ୍ଭ ହେବା ପରଠାରୁ ଭାରତ ଅନେକ ସହାୟତା ପ୍ରଦାନ କରିଛି । ଏକାଧିକ ପର୍ଯ୍ୟାୟରେ ଭାରତ ଖାଦ୍ୟ ସାମଗ୍ରୀ, ଔଷଧ ଓ ଇନ୍ଧନ ଆଦି ସାମଗ୍ରୀ ପଠାଇଛି । ଉଲ୍ଲେଖଯୋଗ୍ୟ, ଅଶାନ୍ତ ଶ୍ରୀଲଙ୍କା ସ୍ଥିତିକୁ ଲକ୍ଷ୍ୟ କରି କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ସୋମବାର ପୁଣି ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ।

୪ ମାସରେ ଚତୁର୍ଥ ଥର ପାଇଁ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ କାମଚଳା ରାଷ୍ଟ୍ରପତି ଭାବେ ବିକ୍ରମସିଙ୍ଘେ କାର୍ଯ୍ୟ କରୁଛନ୍ତି । ଆସନ୍ତା ୨୦ ତାରିଖରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।

Last Updated : Jul 19, 2022, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.