ETV Bharat / bharat

ତାଜିକସ୍ତାନ NSAଙ୍କୁ ଭେଟିଲେ ଏସ.ଜୟଶଙ୍କର, ଦ୍ବିପାକ୍ଷିକ ଆଲୋଚନା ସଫଳ - ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

ଗୁରୁବାର ତାଜିକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ମହମୁଦଜୋଦା ନାସରୁଲୋ ରହମତଜନଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ଏବଂ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ତାଜିକସ୍ତାନ NSAଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

author img

By

Published : Nov 12, 2021, 11:43 AM IST

ନୂଆଦିଲ୍ଲୀ: ତାଜିକିସ୍ତାନ NSAଙ୍କୁ ଭେଟିଛନ୍ତି ଏସ. ଜୟଶଙ୍କର । ଗୁରୁବାର ତାଜିକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ମହମୁଦଜୋଦା ନାସରୁଲୋ ରହମତଜନଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ଏବଂ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିବା ଜଣାପଡିଛି ।

ବୁଧବାର ଆଫଗାନିସ୍ତାନ ସ୍ଥିତି ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ ଏସିଆର ପାଞ୍ଚଟି ଦେଶ ତାଜିକିସ୍ତାନ, କିର୍ଗିଜସ୍ତାନ, କାଜାଖସ୍ତାନ, ଉଜବେକିସ୍ତାନ ଏବଂ ତୁର୍କମେନିସ୍ତାନ ସଚିବମାନେ ଯୋଗଦେଇଥିଲେ । ଏହା ପରେ ତାଜିକିସ୍ତାନ NSAଙ୍କୁ ଭେଟିଛନ୍ତି ଏସ. ଜୟଶଙ୍କର । ଭେଟ ସହିତ ଆମର ଦ୍ବିପାକ୍ଷିକ ସହଯୋଗ ଓ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ସଫଳ ହୋଇଥିଲା ଟ୍ବିଟ କରି କହିଛନ୍ତି ଏସ. ଜୟଶଙ୍କର ।

ଦିଲ୍ଲୀରେ ବସିଥିବା ଆଞ୍ଚଳିକ ସୁରକ୍ଷା ବୈଠକ ଇରାନ, ଋଷିଆର NSA ସାମିଲ ହୋଇଥିଲେ । ତାଲିବାନୀ ଶାସନଧୀନ ଆଫଗାନିସ୍ତାନର ସୁରକ୍ଷା ସ୍ଥିତି ଉପରେ ଆଲୋଚନା ହୋଇଥିଲା । ଅଂଶଗ୍ରହଣକାରୀମାନେ ଏକ ଶାନ୍ତିପୂର୍ଣ୍ଣ, ନିରାପଦ ଆଫଗାନିସ୍ତାନ ପାଇଁ ଦୃଢ ସମର୍ଥନ ଦୋହରାଇ ଥିବାବେଳେ ସାର୍ବଭୌମତ୍ବ ଏକତା ଏବଂ ଆଞ୍ଚଳିକ ଅଖଣ୍ଡତା ଏବଂ ଏହାର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ଉପରେ ଗୁରୁତ୍ବାରୋପ ହୋଇଥିଲା ।

ଆଫଗାନିସ୍ତାନ ଉପରେ ମିଳିତ ଜାତିସଂଘର ସଂକଳ୍ପକୁ ମନେପକାଇ ଅଂଶଗ୍ରହଣକାରୀମାନେ ଉଲ୍ଲେଖ କରିଛନ୍ତି ଯେ ଆଫଗାନିସ୍ତାନରେ ମିଳିତ ଜାତିସଂଘର ଏକ ପ୍ରମୁଖ ଭୂମିକା ରହିଛି । ଦେଶରେ ଏହାର ନିରନ୍ତର ଉପସ୍ଥିତି ସଂରକ୍ଷିତ ହେବା ଆବଶ୍ୟକ। ଆଫଗାନିସ୍ତାନରେ ସମାଜିକ ଅର୍ଥନୈତିକ ଓ ମାନବିକ ପରିସ୍ଥିତିକୁ ନେଇ ଉଦବେକ ପ୍ରକାଶ ପାଇଥିଲା । ଆଫଗାନିସ୍ତାନର ଲୋକଙ୍କୁ ତୁରନ୍ତ ମାନବିକ ସହାୟତା ପ୍ରଦାନ କରିବାର ଆବଶ୍ୟକତା ଉପରେ ଆଲୋକପାତ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.