ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟରେ ଜୟରାମଙ୍କ ଟାର୍ଗେଟ, ଦଳୀୟ ସାଂସଦ ଭୂମିକା କଥା ଉଠିବ ବୋଲି ପ୍ରଧାନମନ୍ତ୍ରୀ ଚର୍ଚ୍ଚାକୁ ଡରୁଛନ୍ତି

Jairam ramesh target pm modi over Parliament Security Breach: ଦଳୀୟ ସାଂସଦଙ୍କ ଭୂମିକା କଥା ଉଠିବ ବୋଲି ପ୍ରଧାନମନ୍ତ୍ରୀ ଚର୍ଚ୍ଚାକୁ ଏଡାଇ ଯାଉଛନ୍ତି ବୋଲି କହିଲା କଂଗ୍ରେସ । ସକାଳେ ଆସିଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା । ଅଧିକ ମଢନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟରେ ଜୟରାମଙ୍କ ଟାର୍ଗେଟ: ‘ପ୍ରଧାନମନ୍ତ୍ରୀ ଚର୍ଚ୍ଚା ଚାହୁନାହାନ୍ତି ’

author img

By ETV Bharat Odisha Team

Published : Dec 17, 2023, 4:03 PM IST

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ ଆଜି ନିରବତା ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ । ଘଟଣାକୁ ଚିନ୍ତାଜନକ କହିବା ସହ ଏହାକୁ ନେଇ ରାଜନୀତି ନକରିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିବା ପରେ ଏହାକୁ ନେଇ ସିଧା ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ମୁଖ୍ୟ ବିରୋଧୀ କଂଗ୍ରେସ । ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ମାମଲାରେ ଦଳୀୟ ସାଂସଦଙ୍କ ଭୂମିକା ଥିବା କାରଣରୁ ପ୍ରଧାନମନ୍ତ୍ରୀ ତଦନ୍ତ ଆଳରେ ଚର୍ଚ୍ଚାକୁ ଏଡାଇ ଯାଉଛନ୍ତି ।

  • The Prime Minister has finally broken his silence on the extraordinary events in the Lok Sabha on December 13th.

    He says probe is needed and not debate and that such a probe is on.

    All that INDIA parties are asking for and will continue to press for is a statement by the Home…

    — Jairam Ramesh (@Jairam_Ramesh) December 17, 2023 " class="align-text-top noRightClick twitterSection" data=" ">

ଏକ୍ସରେ ଜୟରାମ ରମେଶ ଲେଖିଛନ୍ତି,‘‘13 ତାରିଖରେ ଲୋକସଭାରେ ଘଟିଥିବା ଅପ୍ରୀତିକର ଘଟଣା ସମ୍ପର୍କରେ ଶେଷରେ ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିରବତା ଭାଙ୍ଗିଲେ । ସେ କହିଲେ, ଏହି ଘଟଣାରେ ତଦନ୍ତ ଆବଶ୍ୟକ,ଚର୍ଚ୍ଚା ନୁହେଁ । ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି । ପ୍ରକୃତରେ କ’ଣ ହେଲା ସେ ନେଇ ସମସ୍ତ ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳମାନେ ଗୃହରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି କରିଆସୁଛନ୍ତି । ହେଲେ ଏକ ସରଳ କାରଣ ପାଇଁ ପ୍ରଧାନମନ୍ତ୍ରୀ ଚର୍ଚ୍ଚାକୁ ଏଡାଇ ଯାଉଛନ୍ତି । କାରଣ ଏହି ମାମଲାରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭୂମିକା ରହିଛି । ଦଳୀୟ ସାଂସଦଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା କାରଣରୁ ସେ ଚର୍ଚ୍ଚା ଚାହୁଁନାହାନ୍ତି ।’’

ଏହା ମଧ୍ୟ ପଢନ୍ତୁ :- 'ସଂସଦ ସୁରକ୍ଷାରେ ତ୍ରୁଟି ଚିନ୍ତାଜନକ, ବାଦ ବିବାଦ ନୁହେଁ ଅଭିଯୁକ୍ତର ଉଦ୍ଦେଶ୍ୟ ଜାଣିବା ଆବଶ୍ୟକ'

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ଏହି ବହୁଚର୍ଚ୍ଚିତ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ, ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ଦୁଃଖଦ ଓ ଚିନ୍ତାଜନକ ବ୍ୟକ୍ତ କରିବା ସହ ଏହା ପଛରେ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ମାମଲାରେ ବାଦ ବିବାଦ କରିବାର କୌଣସି ଆବଶ୍ୟକତା ନାହିଁ । ଘଟଣା ପଛରେ କିଏ ରହିଛି ସେ ବିଷୟରେ ଜାଣିବାର ନିହାତି ଆବଶ୍ୟକତା ରହିଛି । ଏଭଳି ଘଟଣା ଘଟାଇବା ପଛରେ ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ କଣ ଥିଲା ସେ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିବା ପରେ ବିରୋଧୀ ଗୃହରେ ଚର୍ଚ୍ଚା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି । କେବଳ ତଦନ୍ତ କଥା କହି ସରକାର ଚର୍ଚ୍ଚାକୁ ଏଡାଇ ଯାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.