ETV Bharat / bharat

ଆଉ ଜଣେ ଦୃଢମନା, ଗୋଟିଏ ଗୋଡରେ ଡେଇଁ ଡେଇଁ ଯାଉଛନ୍ତି ସ୍କୁଲ୍ - ଗୋଟିଏ ଗୋଡରେ ସ୍କୁଲ୍ ଯାଉଥିବା ଛାତ୍ର

ଗୋଟିଏ ଗୋଡରେ ପ୍ରତିଦିନ ଡେଇଁ ଡେଇଁ ସ୍କୁଲ୍ ଯାଉଥିବା ଛାତ୍ରଙ୍କୁ ସହାୟତାର ହାତ ବଢାଇଲା ଜୟପୁର ଫୁଟ୍ NGO ସଂସ୍ଥା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସହଯୋଗ କରିବାକୁ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ଆଉ ଜଣେ ଦୃଢମନା, ଗୋଟିଏ ଗୋଡରେ ଡେଇଁ ଡେଇଁ ଯାଉଛନ୍ତି ସ୍କୁଲ୍

author img

By

Published : Jun 4, 2022, 8:23 PM IST

ଶ୍ରୀନଗର: ଯେତେବେଳେ ନିଜ ଶରୀରର କୌଣସି ଅଙ୍ଗ ସ୍ବପ୍ନ ପୂରଣ ଆଗରେ ବାଧା ସୃଷ୍ଟି କରେ ସେତେବେଳେ କଠିନ ହୋଇଯାଏ ଯାତ୍ରା । ମାତ୍ର ମନର ବଳ ଶାରୀରିକ ଅକ୍ଷମତାକୁ ଫିକା ପକାଇ ଦିଏ । ଯଦି ମନ ଦୃଢ ହୁଏ ତେବେ ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିପାରେନା । ଏପରି ଦୃଢ ମନୋବଳ ପୋଷଣ କରି ପ୍ରତିଦିନ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ୍ ଯାଉଛନ୍ତି ଜମ୍ମୁ କାଶ୍ମୀରର ବାଳକ ପରଭେଜ ଅହମ୍ମଦ ।

  • #WATCH| Specially-abled boy walks to school on one leg to pursue his dreams in J&K's Handwara. He has to cover a distance of 2km while balancing on a one leg

    Roads are not good. If I get an artificial limb,I can walk. I have a dream to achieve something in my life, Parvaiz said pic.twitter.com/yan7KC0Yd3

    — ANI (@ANI) June 3, 2022 " class="align-text-top noRightClick twitterSection" data=" ">

ଦକ୍ଷିଣ କାଶ୍ମୀର ହଣ୍ଡୱାର ଅଞ୍ଚଳର 14 ବର୍ଷର ଛାତ୍ର ହେଉଛନ୍ତି ପରଭେଜ । ବହୁଦିନ ପୂର୍ବେ ଏକ ଦୁର୍ଘଟଣାରେ ପରଭେଜଙ୍କ ଗୋଡ ପୋଡି ଯାଇଥିଲା । ଶରୀର ପ୍ରତି ବିପଦ ଥିବା ଦର୍ଶାଇ ଡାକ୍ତର ବାଧ୍ୟ ହୋଇ ଗୋଟିଏ ଗୋଡ କାଟି ଦେଇଥିଲେ । ବର୍ତ୍ତମାନ ପରଭେଜ ପ୍ରତିଦିନ ଗୋଟିଏ ଗୋଡରେ ଡେଇଁ ଡେଇଁ 2 କିଲୋମିଟର ଦୂର ସ୍କୁଲ୍ ଯାଉଛନ୍ତି ।

ସରକାର ତାଙ୍କୁ ଏକ ହ୍ବିଲ ଚେୟାର ଯୋଗାଇ ଦେଇଛନ୍ତି, କିନ୍ତୁ ଗାଁ ରାସ୍ତାର ଅବସ୍ଥା ଏପରି ଯେ, ହ୍ବିଲ ଚେୟାରରେ ଯିବାଆସିବା କରିବା ସହଜ ନୁହେଁ । ତେବେ ସବୁଠୁ ବଡ କଥା ହେଉଛି କି, ପରଭେଜ ଗୋଟିଏ ଗୋଡ଼ରେ ନିୟମିତ ଭାବେ ସ୍କୁଲ କ୍ରୀଡ଼ା କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି ଏବଂ ଭଲିବଲ୍ ଏବଂ କ୍ରିକେଟ୍ ମଧ୍ୟ ଖେଳିଥାନ୍ତି ।

ତେବେ ଜୟପୁର ଫୁଟ୍ USA ଚେୟାରମ୍ୟାନ ପ୍ରେମ ଭଣ୍ଡାରୀ ପରଭେଜଙ୍କ ଏକ ଭାଇରାଲ ଭିଡିଓ ଦେଖି ସହାୟତା ପାଇଁ ହାତ ବଢାଇଛନ୍ତି । ସେ ପରଭେଜଙ୍କୁ ମାଗଣାରେ କୃତ୍ରିମ ଗୋଡ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜୟପୁର ଫୁଟ ହେଉଛି ଏକ ଏନଜିଓ ସଂସ୍ଥା, ଯାହା ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ, ଅର୍ଥନୈତିକ ଏବଂ ସାମାଜିକ କ୍ଷେତ୍ରରେ ପୁନଃଥଇଥାନ କରାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.