ETV Bharat / bharat

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁକେଶର ଚିଠି, ମୋତେ ଧମକ ଦେଉଛନ୍ତି ସତ୍ୟେନ୍ଦ୍ର ଜୈନ ଓ କେଜ୍ରିଓ୍ବାଲ - ସୁକେଶ ଚନ୍ଦ୍ରଶେଖର

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମହାଠକ ସୁକେଶର ଚିଠି । ଆପ ନେତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରତ୍ୟାହାର କରାନଗଲେ ପରିଣାମ ସାଙ୍ଗାତିକ ହେବ ବୋଲି ଧମକ ଦିଆଯାଉଥିଲା ଚିଠିରେ ଉଲ୍ଲେଖ । ଅଧିକ ପଢନ୍ତୁ

jailed sukesh wrote a letter to delhi lg
ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁକେଶର ଚିଠି
author img

By

Published : Jan 13, 2023, 5:46 PM IST

ନୂଆଦିଲ୍ଲୀ: ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ସେ ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସତ୍ୟେନ୍ଦ୍ର ଜୈନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଲଗାତାର ଭାବେ ଧମକ ଦିଆଯିବା ସହ ନିର୍ଯାତନା ଦିଆଯାଉଥିବା ତିନି ପୃଷ୍ଠା ବିଶିଷ୍ଟ ଏକ ଚିଠିରେ ଉଲ୍ଲେଖ କରିଛି ମହାଠକ ସୁକେଶ ଚନ୍ଦ୍ରଶେଖର ।

ସୁକେଶ ଚିଠିରେ ଉଲ୍ଲେଖ କରିଛି, "ଦୁଇ ଶହ କୋଟି ଟଙ୍କା ଠକେଇ ଅଭିଯୋଗରେ ବର୍ତ୍ତମାନ ଜେଲ୍‌ରେ ବନ୍ଦି ହୋଇ ରହିଛି ସୁକେଶ ଚନ୍ଦ୍ରଶେଖର । ଗତକାଲି(ଗୁରୁବାର) ଉପରାଜ୍ୟପାଳଙ୍କୁ ସେ ଚିଠି ଲେଖି ତିହାର ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜେଲ୍‌ କର୍ମଚାରୀଙ୍କ ମାଧ୍ୟମରେ ମୋତେ ବାରାମ୍ବାର ଧମକ ଦେଉଛନ୍ତି ସତ୍ୟେନ୍ଦ୍ର ଜୈନ । ଆମ ଆଦମି ପାର୍ଟି, ଦିଲ୍ଲୀ ସରକାରୀଙ୍କ ପଦବୀରେ ଥିବା ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଯେଉଁ ସବୁ ଅଭିଯୋଗ ମୁଁ ଆଣିଛି ତାହା ପ୍ରତ୍ୟାହାର କରି ନେବାକୁ ଜେଲ କର୍ମଚାରୀଙ୍କ ମାଧ୍ୟମରେ ମୋତେ ବାର୍ତ୍ତା ପଠାଉଛନ୍ତି ସତ୍ୟେନ୍ଦ୍ର ଜୈନ । ଅଭିଯୋଗ ଗୁଡିକୁ ପତ୍ୟାହାର କରାନଗଲେ ଆଗକୁ ପରିଣତି ଭୟଙ୍କର ହେବ ବୋଲି ମୋତେ ଧମକ ଦିଆଯାଉଛି ।"

"ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରତ୍ୟାହାର କରିନେବା ପରେ ମୋତେ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​କିଛି ଆସନ ଦିଆଯିବ । ଯାହାକୁ ମୁଁ ବିକ୍ରି କରିପାରିବି । ଏହା ସହିତ ପଞ୍ଜାବରେ ଥିବା ଖଣିର କଣ୍ଟ୍ରାକ୍ଟ ମଧ୍ୟ ମୋତେ ଦିଆଯିବ ।" ଉପରାଜ୍ୟପାଳଙ୍କୁ କିଛି ଏଭଳି ଚିଠି ଲେଖିଛି ସୁକେଶ । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଉପରାଜ୍ୟପାଳଙ୍କୁ ଅନୁରୋଧ ମଧ୍ୟ କରିଛି ।

ସୁକେଶ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛି, "ଜେଲ୍‌ ଅଧ୍ୟକ୍ଷଙ୍କ ଜରିଆରେ ସତ୍ୟେନ୍ଦ୍ର ଜୈନ ମୋତେ ଧମକ ଦେଉଛନ୍ତି । ଯଦି ପୂର୍ବରୁ ଆପ ନେତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ମୁଁ ପ୍ରତ୍ୟାହାର ନକରେ ତେବେ ଯେଉଁଠାରେ ବହୁ ବଡ଼ବଡ଼ କ୍ରିମିନାଲ ରହୁଛନ୍ତି ସେଠାକୁ ମୋତେ ପଠାଇ ଦିଆଯିବ ବୋଲି ଧମକ ଦିଆଯାଉଛି ।" ସୁକେଶ ତାଙ୍କ ଓକିଲ ମାଧ୍ୟମରେ ଏହି ଚିଠି ଉପ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ସୁକେଶ ପୂର୍ବରୁ ଜେଲ କର୍ମଚାରୀ ଓ ଅଧ୍ୟକ୍ଷ ତାଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଥିଲେ । ଏହି ପ୍ରସଙ୍ଗରେ ଉପରାଜ୍ୟପାଳ ଏକ କମିଟି ଗଠନ କରିଥିଲେ ।

ସୁକେଶ ପୂର୍ବରୁ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ପୂର୍ବତନ ଜେଲ ଅଧ୍ୟକ୍ଷ ସନ୍ଦୀପ ଗୋୟେଲଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ, ଜେଲ୍‌ରେ ସୁରକ୍ଷିତ ରହିବା ପାଇଁ ସେ ଉଭୟଙ୍କୁ ୨୩ କୋଟି ଟଙ୍କା ଦେଇଥିଲା । ଏ କଥା ଯଦି ସାମ୍ନାକୁ ଆସେ ତେବେ ପରିଣାମ ଭଲ ହେବ ନାହିଁ ବୋଲି ଧମକ ଦିଆଯାଇଥିଲା । ଏହା ସହିତ ନିକଟରେ କୋର୍ଟରେ ହାଜର ହେବା ସମୟରେ ସେ ଗଣମାଧ୍ୟମ ଦ୍ୱାରା ପଚରାଯାଇଥିବା ପ୍ରଶ୍ନ ଉପରେ କହିଥିଲେ ଯେ ସେ ଆମ୍ ଆଦମୀ ପାର୍ଟିକୁ 60 କୋଟି ଟଙ୍କା ଦେଇଛନ୍ତି ।

ଏହା ପୂର୍ବରୁ ମହାଠକ ସୁକେଶ ଅନେକ ଥର ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ରହିଛି ଓ ସେ ଆମ୍ ଆଦମୀ ପାର୍ଟି ନେତାଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ବାରମ୍ବାର ଧମକ ପାଉଥିବା ନେଇ ଉପରାଜ୍ୟପାଳଙ୍କୁ ଏକ ଚିଠିରେ ଜଣାଇଥିଲେ। ସେହିପରି ତାଙ୍କୁ ଜେଲରେ ମଧ୍ୟ ଆକ୍ରମଣ କରିବା ପାଇଁ ଯୋଜନା ହେଉଛି । ସୁରକ୍ଷା ଦାୟିତ୍ବରେ ଥିବା CRPF କର୍ମଚାରୀଙ୍କ ଦ୍ବାରା ତାଙ୍କ ଉପରେ ଆକ୍ରମଣ କରାଯାଉଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଥିଲେ । ସେହିପରି ଆଉ ଏକ ଚିଠିରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଓ ସତ୍ୟେନ୍ଦ୍ର ଜୌନଙ୍କ ବିରୋଧରେ ଲେଖିଥିଲେ । ଆପର ନେତାମାନେ ଅଭିଯୋଗ ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ କରିଥିଲେ ସୁକେଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.