ETV Bharat / bharat

Jahangirpuri Violence: ଗିରଫ ସଂଖ୍ୟ ୨୨କୁ ବୃଦ୍ଧି, ଶାନ୍ତି ପ୍ରତିଷ୍ଠା ପାଇଁ ରାଜନେତାଙ୍କ ଅପିଲ - ପ୍ରଭୁ ହନୁମାନଙ୍କ ଜୟନ୍ତୀ ଶୋଭାଯାତ୍ରା ବେଳେ ଦିଲ୍ଲୀରେ ଉତ୍ତେଜନା

ଜାହାଙ୍ଗୀରପୁରୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ୨୨ ଜଣଙ୍କୁ ଗିରଫ କରାଯାଇଛି । ସତର୍କତା ମୂଳ୍‌କ ପଦକ୍ଷେପ ଭାବେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

Jahangirpuri Violence: ଗିରଫ ହେଲେଣି ୨୨ ଅଭିଯୁକ୍ତ, ଶାନ୍ତି ପ୍ରତିଷ୍ଠା ପାଇଁ ରାଜନେତାଙ୍କ ଅପିଲ

author img

By

Published : Apr 17, 2022, 3:51 PM IST

Updated : Apr 17, 2022, 9:53 PM IST

ନୂଆଦିଲ୍ଲୀ: ପ୍ରଭୁ ହନୁମାନଙ୍କ ଜୟନ୍ତୀ ଶୋଭାଯାତ୍ରା ସମୟରେ ଜାହାଙ୍ଗୀରପୁରୀ ହିଂସା(Jahangirpuri Violence) ମାମଲାରେ ଏପର୍ଯ୍ୟନ୍ତ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ନାବାଳକ ମଧ୍ୟ ଥିବା ଡିସିପି ଉତ୍ତର-ପଶ୍ଚିମ ଉଷା ରଙ୍ଗନାନି କହିଛନ୍ତି । ଏହା ସହିତ ଅଭିଯୁକ୍ତଙ୍କ ନିକଟରୁ ୩ଟି ବନ୍ଧୁକ ଏବଂ ୫ଟି ଖଣ୍ଡା ମଧ୍ଯ ଜବତ କରିଛି ପୋଲିସ ।

  • 20 accused arrested and 2 juveniles in conflict with law have also been apprehended in connection with Jahangirpuri violence case. 3 firearms and 5 swords have been recovered from the possession of the accused persons. Further investigation underway: DCP North-West Usha Rangnani

    — ANI (@ANI) April 17, 2022 " class="align-text-top noRightClick twitterSection" data=" ">

ସେହିପରି ଏହି ଘଟଣାରେ ଦିଲ୍ଲୀ ରୋହିଣୀ କୋର୍ଟ ଗୋଷ୍ଠୀସଂଘର୍ଷରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପୋଲିସକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଏଥିସହ ୧୨ଜଣଙ୍କୁ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏପଟେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଅଂସାର ଏବଂ ମହମ୍ମଦ ଅସଲମଙ୍କୁ ଦିନିକିଆ ପୋଲିସ ହେପାଜତକୁ କୋର୍ଟ ପଠାଇଛନ୍ତି ।

  • Jahangirpuri violence case | FIR registered under sections 147,148,149,186,353,332,323,427, 436,307,120B IPC and 27 Arms Act dated April 16th, following 20 accused persons have been arrested and 2 Juveniles in conflict with law have been apprehended: DCP North-West Usha Rangnani

ଏପଟେ ଏହି ଘଟଣା ଉପରେ ରାଷ୍ଟ୍ରବାଦୀ ଶିବସେନାର ଜାତୀୟ ସଭାପତି ଜୟ ଭଗବାନ ଗୋୟଲ କହିଛନ୍ତି ଯେ, ଗତକାଲି ଜାହାଙ୍ଗୀରପୁରୀ ଅଞ୍ଚଳରେ ଘଟିଥିବା ଏହି ହିଂସାକାଣ୍ଡ ପରେ ୟୁପି, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଅଭିଯୁକ୍ତଙ୍କ ଉପରେ ଏନକାଉଣ୍ଟର ଏବଂ ବୁଲଡୋଜର ଚଳାଇବାକୁ ସେ ଦାବି କରିଛନ୍ତି । ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ବିଷୟରେ ଦାବି କରିବେ ବୋଲି କହିଛନ୍ତି । ତେବେ ଦିଲ୍ଲୀର ଯେଉଁ ସ୍ଥାନରେ ଏନକାଉଣ୍ଟର ହେବ, ସେହି ଅଞ୍ଚଳରେ ବୁଲଡୋଜର ଚଢାଯିବା ଉଚିତ୍‌ ବୋଲି ସେ କହିଛନ୍ତି ।

ସେହିଭଳି ଏହି ହିଂସାକାଣ୍ଡରେ ୮ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ସମେତ ମୋଟ ୯ ଜଣ ଆହତ ହୋଇଥିଲେ । ସମସ୍ତ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦଙ୍ଗା, ସରକାରୀ ଆଦେଶର ଉଲ୍ଲଘଂନ, ଆକ୍ରମଣ, ହତ୍ୟା ଉଦ୍ୟମ, ଷଡଯନ୍ତ୍ରକୁ ନେଇ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି ।

ଏହି ହିଂସାକାଣ୍ଡରେ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ଗୁଳି କରାଯାଇଥିଲା ଓ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶନିବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ପ୍ରଭୁ ହନୁମାନଙ୍କ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଶୋଭା ଯାତ୍ରା ସମୟରେ କିଛି ଦୁର୍ବୃତ୍ତ ହଠାତ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏହାପରେ କିଛି ସମୟ ମଧ୍ୟରେ ସ୍ଥିତି ଏକ ବଡ଼ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା ।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୨୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜାହାଙ୍ଗୀରପୁରୀରେ ବିଶୃଙ୍ଖଳା ପରେ ଅନେକ କମ୍ପାନୀ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତ୍ତମାନ ଅଞ୍ଚଳର ପରିସ୍ଥିତି ନିୟନ୍ତ୍ରଣରେ ରହିଛି କିନ୍ତୁ ଉତ୍ତେଜନା ଜାରି ରହିଛି । ସତର୍କତା ମୂଳକ ପଦକ୍ଷେପ ଭାବେ JNUରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି ।

ତେବେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା ଏହାକୁ ଏକ ଷଡଯନ୍ତ୍ର ବୋଲି କହିଥିବା ବେଳେ ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ସଭାପତି ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ଏହାସହିତ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । କଂଗ୍ରେସ ରାଜ୍ୟ ସଭାପତି ଅନିଲ ଚୌଧୁରୀ କହିଛନ୍ତି ଯେ, ଦିଲ୍ଲୀର ଭାଇଚାରା ବଜାୟ ରଖିବା ଉଚିତ୍ । କୌଣସି ପ୍ରକାରର ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ । ଦିଲ୍ଲୀକୁ ବଞ୍ଚାଇବା ପାଇଁ ଭାଇଚାରା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2022, 9:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.