ETV Bharat / bharat

ଆଜି ଶପଥ ନେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ - ଜଗଦୀପ ଧନଖଡଙ୍କ ଶପଥ ଗ୍ରହଣ

ଆଜି ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ । ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଆଜି ଶପଥ ନେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ
ଆଜି ଶପଥ ନେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ
author img

By

Published : Aug 11, 2022, 8:32 AM IST

Updated : Aug 11, 2022, 9:47 AM IST

ନୂଆଦିଲ୍ଲୀ: ନବ ନିର୍ବାଚିତ ଉପରାଷ୍ଟ୍ରପତି(Vice President Of India) ଜଗଦୀପ ଧନଖଡଙ୍କ ଆଜି (ଗୁରୁବାର) ଶପଥ ଗ୍ରହଣ । ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ । ଆଜି ପୂର୍ବାହ୍ନ ସାଢେ ୧୨ଟା ସମୟରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଧନଖଡଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ରହିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜଗଦୀପ ଧନଖଡ ସକାଳ 8.30ରେ ପ୍ରଥମେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

  • Delhi | Vice President-elect Jagdeep Dhankhar pays tribute to Mahatma Gandhi at Rajghat. He will take oath as the 14th Vice President of the country today. pic.twitter.com/8vvvwCrb2z

    — ANI (@ANI) August 11, 2022 " class="align-text-top noRightClick twitterSection" data=" ">

ଗତ ୬ ତାରିଖରେ ଜଗଦୀପ ଧନଖଡ ମିଳିତ ବିରୋଧି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଧନଖଡକୁ ମୋଟ ୫୨୮ ଖଣ୍ଡ ଭୋଟ ମିଳିଥିଲା । ଯାହା ମୋଟ ଭୋଟର ୭୨.୮ ପ୍ରତିଶତ ଥିଲା । ଧନଖରଙ୍କ ପ୍ରତିଦ୍ବନ୍ଦୀ ମାର୍ଗରେଟ ଅଲଭା ପାଇଥିଲେ ମାତ୍ର ୧୮୨ ଭୋଟ । ମୋଟ ୭୨୫ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ । କହିରଖୁଛୁ କି, ଦେଶର ଉପରାଷ୍ଟ୍ରପତି ରାଜ୍ୟସଭା ଅଧ୍ୟକ୍ଷ ମଧ୍ୟ ଅଟନ୍ତି ।

Last Updated : Aug 11, 2022, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.