ETV Bharat / bharat

Shopian encounter: ଦୁଇ ଆତଙ୍କୀ ନିପାତ, ଏବେ ବି ଅପରେସନ ଜାରି - ସୋପିଆନ ଏନକାଉଣ୍ଟର

ସୋପିଆନରେ ଜାରି ରହିଥିବା ଏନକାଉଣ୍ଟର (Shopian encounter) ରେ ସୁରକ୍ଷାବଳକୁ ସଫଳତା । ଦୁଇ ଆତଙ୍କୀ ନିପାତ ସୂଚନାକୁ ସ୍ପଷ୍ଟ କଲା କାଶ୍ମୀର ପୋଲିସ । ଏବେ ମଧ୍ୟ ଏନକାଉଣ୍ଟର ଜାରି । ଅଧିକ ପଢନ୍ତୁ

Shopian encounter: ଦୁଇ ଆତଙ୍କୀ ନିପାତ, ଏବେ ବି ଗୁଳି ବିନମୟ ଜାରି

author img

By

Published : Aug 30, 2022, 6:27 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଜାରି ରହିଥିବା ଏନକାଉଣ୍ଟର (Shopian encounter) ରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ଏହି ଏନକାଉଣ୍ଟରେ ଦୁଇ ଆତଙ୍କୀଙ୍କୁ ସଫା କରିବାରେ କୋର୍ଟ ପାରିବାରିକ ବିବାଦର ଶୁଣାଣି କରି ଯବାନମାନେ ସଫଳ ହୋଇଛନ୍ତି । ଦୁଇ ଆତଙ୍କୀଙ୍କ ପରିଚୟ ସ୍ପଷ୍ଟ କରିନି ପୋଲିସ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଅପରେସନ ଜାରି ରହିଛି । ଉକ୍ତ ସ୍ଥାନରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍‌ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ଅପେରେସନ ଆରମ୍ଭ କରିଥିଲା ।

ସମ୍ପୂର୍ଣ୍ଣ ସ୍ଥାନକୁ କର୍ଡନ କରି ସର୍ଚ୍ଚ ଅପରେସନ ଓ ପରେ ଆତଙ୍କୀଙ୍କ ଉପସ୍ଥିତି ସ୍ପଷ୍ଟ ହେବା ପରେ ଗୁଳି ବିନିୟମ ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଗୁଳି ବିନିମୟରେ ଦୁଇ ଆତଙ୍କୀ ନିପାତ ହୋଇଥିବା ସ୍ପଷ୍ଟ ହୋଇଛି । ସୁରକ୍ଷା ବଳର କୌଣସି ଯବାନ ମଧ୍ୟ ଆହତ ହୋଇ ନଥିବା ଜଣାପଡିଛି । ଏବେ ମଧ୍ୟ ସୁରକ୍ଷା ବଳ ଅପରେସନ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:-ଭାରତରେ ଅନୁପ୍ରେବଶ ଓ ଆକ୍ରମଣ ପାଇଁ ପାକିସ୍ତାନ ସେନା ଦେଇଥିଲା ଟଙ୍କା, ସ୍ୱୀକାର କଲା ଗିରଫ ଆତଙ୍କୀ

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି । ଆଜି ଦୁଇ ଆତଙ୍କୀଙ୍କୁ ମଧ୍ୟ ସଫା କରିବାରେ ସୁରକ୍ଷାବଳ ସଫଳ ହୋଇଛି ।

ନିକଟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଉଦ୍ୟମ ସମ୍ପର୍କରେ ସେନା ଏକ ବଡ଼ ଖୁଲାସା କରିଥିଲା । ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଜଣେ କର୍ଣ୍ଣେଲ ଜଣେ ଆତଙ୍କବାଦୀକୁ 30 ହଜାର ଟଙ୍କା ଦେଇ ପଠାଇଥିଲେ । ଏନେଇ ସୂଚନା ଦେଇଛି ସେନା ଦ୍ବାରା ଗିରଫ ହୋଇଥିବା ଜଣେ ଆତଙ୍କବାଦୀ । ଗିରଫ ଆତଙ୍କବାଦୀ ସେନା ଗୁଳିରେ ଆହତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ପାକିସ୍ତାନ ସେନା ତାକୁ ଭାରତ ପଠାଇଥିବା କଥା ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ସ୍ବୀକାର ମଧ୍ୟ କରିଥିଲା । ପରେ ତାକୁ ମାନବୀୟ ଦୃଷ୍ଟିକୋଣରୁ ପାକିସ୍ତାନ ପଠାଇ ଦେଇଥିଲା ଭାରତୀୟ ସେନା ।

ଅଗଷ୍ଟ 21 ତାରିଖ ସକାଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେନା । ନୋଶେରା ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇରୁ ତିନିଜଣ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିଥିଲା । ଜଣେ ଆତଙ୍କବାଦୀକୁ ଗୁଳି କରାଯିବା ପରେ ଆହତ ଅବସ୍ଥାରେ କାବୁ କରାଯାଇଥିଲା । ପରେ ତା ଠାରୁ ଏହି ସୂଚନା ପାଇଥିଲା ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.