ETV Bharat / bharat

ପୁଞ୍ଚରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: 6 ମୃତ, 5 ଗୁରୁତର

author img

By

Published : Mar 31, 2022, 9:18 PM IST

ଜମ୍ମୁ କାଶ୍ମୀରେ ପୁଞ୍ଚ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 6 ମୃତ, 5 ଆହତ । ଅଧିକ ପଢନ୍ତୁ

ପୁଞ୍ଚରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: 6 ମୃତ, 5 ଗୁରୁତର
ପୁଞ୍ଚରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: 6 ମୃତ, 5 ଗୁରୁତର

ଶ୍ରୀନଗର: ଜମ୍ମୁ କାଶ୍ମୀରେ ପୁଞ୍ଚ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି 6ଜଣ ପ୍ରାଣ ହରାଇବା ଅନ୍ୟ 5ଜଣ ଆହତ ମଧ୍ୟ ହୋଇଛନ୍ତି । ତାରୱାଲି ବଫଲିଆଜ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିିଛି ।

ମିଳିଥିବା ସୂଚନା ଅନୁସାରେ, ପୁଞ୍ଚ ଜିଲ୍ଲାର ସାରନକୋଟ ତହସିଲର ବଫାଲିଆଜ ଅଞ୍ଚଳରେ ଟାଟା ସୁମୋ କାର ହଠାତ ରାସ୍ତା ତଳକୁ ଖସି ପଡିଥିଲା । ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ 6ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ କିଛି ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଞ୍ଚରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 6 ମୃତ
ପୁଞ୍ଚରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 6 ମୃତ

ସେମାନଙ୍କ ମଧ୍ୟରୁ କିଛି ଆହତଙ୍କ ଅବସ୍ଥା ଗମ୍ଭୀର ମଧ୍ୟ ଥିବା ସୂଚନା ମିଳିଛି । ତେବେ ଗାଡିରେ ମୋଟ କେତେ ଯାତ୍ରୀ ଥିଲେ ଓ କେଉଁ କାରଣ ପାଇଁ ଗାଡିଟି ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.