ETV Bharat / bharat

ପୋଲିସ ଲଗାଇ ଜନମତକୁ ପ୍ରଭାବିତ କରୁଛି କାଶ୍ମୀର ପ୍ରଶାସନ:ଓମାର ଅବଦୁଲ୍ଲା - jk ddc election result

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପ୍ରେସମିଟ । କହିଲେ ପୋଲିସ ଲଗାଇ ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି କାଶ୍ମୀର ପ୍ରଶାସନ । ପଢନ୍ତୁ ଅଧିକ....

‘ ପୁଲିସ ଲଗାଇ ଜନ ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି କାଶ୍ମୀର ପ୍ରଶାସନ ’

author img

By

Published : Dec 27, 2020, 10:16 AM IST

ଶ୍ରୀନଗର: ଚଳିତ ଜମ୍ମୁକାଶ୍ମୀର ଡିଡିସି ନିର୍ବାଚନରେ ଗୁପକାର ମେଣ୍ଟର ବିଜେତା ପାର୍ଥୀଙ୍କୁ କାଶ୍ମୀର ଆପନି ପାର୍ଟିକୁ ସମର୍ଥନ ଦେବା ପାଇଁ ପୋଲିସ ଲଗାଇ ବଳ ପ୍ରୟୋଗ କରୁଛି କେନ୍ଦ୍ର ଶାସିତ ଅଞ୍ଚଳ । ଏପରି ସଂଘାତିକ ଅଭିଯୋଗ ଆଣିଛନ୍ତି ନ୍ୟାସନାଲ କନଫରେନ୍ସର ଉପାଧ୍ୟକ୍ଷ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ ତାଙ୍କ ବାସଭବନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ।

‘ ପୁଲିସ ଲଗାଇ ଜନ ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି କାଶ୍ମୀର ପ୍ରଶାସନ ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କାଶ୍ମୀର ଉପରାଜ୍ୟପାଳ ଡିଡିସି ନିର୍ବାଚନରେ ଗଣତନ୍ତ୍ରର ବିଜୟ ହୋଇଥିବା କଥା କହୁଥିବା ବେଳେ ସରକାରୀ କଳ ଓ ପୋଲିସ ଲଗାଇ ଜନମତକୁ ପ୍ରଭାବିତ କରିବା ପାଇଁ କାହିଁକି ପ୍ରେଚେଷ୍ଟା କରୁଛନ୍ତି ବୋଲି ଓମାର ପ୍ରଶ୍ନ କରି ବର୍ଷିଛନ୍ତି ।

ଏସମ୍ପର୍କରେ ଓମାର ଏକ କଲ ରେକର୍ଡିଂ ମଧ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି । ସୋପିଆନ ଜିଲ୍ଲାରେ ବିଜୟୀ ହୋଇଥିବା ଗୁପକାର ମେଣ୍ଟର ଜଣେ ମହିଳା ସଭ୍ୟଙ୍କୁ କାଶ୍ମୀର ଆପନି ପାର୍ଟିରେ ଯୋଗ ଦବା ପାଇ ତାଙ୍କ ସ୍ବାମୀଙ୍କୁ ବଳ ପୂର୍ବକ ଚାପ ପକାଯାଉଥିବା ଏହି ଅଡିଓ ବାର୍ତ୍ତାଳାପରେ ସ୍ପଷ୍ଟ କରୁଥିବା କହିଛନ୍ତି ଓମାର । ତେବେ ଏହା କାହା ନିର୍ଦ୍ଦେଶରେ କରାଯାଇଛି ତାହା ସ୍ପଷ୍ଟ କରିନଥିବା ବେଳେ କାଶ୍ମୀର ଆପନି ପାର୍ଟି ବିଜେପିର ସହଯୋଗୀ ବି ଟିମ ଭାବେ କାମ କରୁଥିବା କଥା ଅଭିଯୋଗ କରିଛନ୍ତି ଓମାର ।

ତାଙ୍କ ଦଳକୁ ମିଳିଥିବା ଜନମତ ସ୍ପଷ୍ଟ ବୋଲି ସେ ଦାବି କରିଛନ୍ତି । କାଶ୍ମୀରବାସୀ ଗୁପକାର ଗ୍ୟାଙ୍ଗକୁ ଜନମତ ଦେଇଛନ୍ତି ଓ କ୍ଷମତାରେ ଦେଖିବାକୁ ଚାହୁଁଛନ୍ତି। ସେହିପରି କାଶ୍ମୀରବାସୀ ଧାରା 370 ଉଚ୍ଛେଦ ବିରୋଧରେ ଭୋଟ ଦେଇଥିବା କଥା ସେ କହିଛନ୍ତି ଓମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.