ETV Bharat / bharat

ଅଶାନ୍ତ ଜମ୍ମୁ-କାଶ୍ମୀର: ଯବାନ ସହିଦ, ଟଳିଲେ 2 ଆତଙ୍କୀ

ଘାଟିରେ ସହିଦ ହେଲେ ସିପାହୀ । ଶତ୍ରୃପକ୍ଷ ସହ ଲଢି ଦେଶପାଇଁ ଜୀବନ ଦେଲେ ସିପାହୀ କେ.ବୈଦ୍ୟ । ସେପଟେ ଜମ୍ମୁ-କାଶ୍ମୀର ବାନ୍ଦିପୋରାରେ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ । ଅଧିକ ପଢନ୍ତୁ...

author img

By

Published : Jul 24, 2021, 10:51 AM IST

J&K: Army Jawan killed in an explosion
ଘାଟିରେ ସହିଦ ହେଲେ ସିପାହୀ କେ. ବୌଦ୍ୟ

ଶ୍ରୀନଗର: ଘାଟିରେ ସହିଦ ହେଲେ ସିପାହୀ । ଶତ୍ରୃପକ୍ଷ ସହ ଲଢି ଦେଶପାଇଁ ଜୀବନ ଦେଲେ ସିପାହୀ କେ.ବୈଦ୍ୟ । ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ତାଙ୍କୁ ସଲାମି ଦିଆଯାଇଛି । ସୂଚନା ଅନୁଯାୟୀ, ଶନିବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି) କ୍ରିଷ୍ଣା ଘାଟିରେ ସେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଶତ୍ରୃପକ୍ଷରୁ LOCରେ ବିସ୍ଫୋରଣ କରାଯାଇଥିଲା । ସେଠାରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

J&K: Army Jawan killed in an explosion
ଘାଟିରେ ସହିଦ ହେଲେ ସିପାହୀ କେ. ବୌଦ୍ୟ

ସେପଟେ, ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ପୁଣି ସୀମାରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଜମ୍ମୁ-କାଶ୍ମୀର ବାନ୍ଦିପୋରା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ଆତଙ୍କୀଙ୍କୁ ନିପାତ କରିବାର ସଫଳ ହୋଇଛି ସେନା ।

ସୂଚନା ଅନୁସାରେ, ବାନ୍ଦିପୋରା ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ପୁରା ଅଞ୍ଚଳକୁ ଘେରା ବନ୍ଦୀ କରାଯାଇ ଆରମ୍ଭ କରାଯାଇଥିଲା କୁମ୍ବିଂ। ପରେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲା । ଯାହାର ପ୍ରତି ଜବାବ ଦେଇଥିଲା ସେନା । ଆଉ ଯେଉଁଥିରେ ଟଳି ପଡିଥିଲେ ୨ ଆତଙ୍କବାଦୀ । ଏବେବି ସେଠାରେ କୁମ୍ବିଂ ଜୋରଦାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.