ETV Bharat / bharat

Article 370 case: ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିବା ଅଧ୍ୟାପକଙ୍କ ବିରୋଧରେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ - କାଶ୍ମୀରରେ ଅଧ୍ୟାପକ ନିଲମ୍ବନ ପ୍ରସଙ୍ଗ

ଧାରା 370 ଉଚ୍ଛେଦ ପ୍ରତ୍ୟାହାର ମାମଲାରେ ସର୍ବୋଚ୍ଚ କୋର୍ଟରେ ଯୁକ୍ତି ବାଢିଥିବା ଅଧ୍ୟାପକଙ୍କ ବିରୋଧରେ ନିଲମ୍ବନ ପ୍ରତ୍ୟାହୃତ । ସର୍ବୋଚ୍ଚ କୋର୍ଟ ମଧ୍ୟ ନିଲମ୍ବନ ନିଷ୍ପତ୍ତିକୁ କରିଥିଲେ ସାମାଲୋଚନା । ଅଧିକ ପଢନ୍ତୁ

କୋର୍ଟରେ ଯୁକ୍ତି ବାଢିଥିବା ଅଧ୍ୟାପକଙ୍କ ବିରୋଧରେ ନିଲମ୍ବନ ପ୍ରତ୍ୟାହୃତ

author img

By ETV Bharat Odisha Team

Published : Sep 3, 2023, 10:23 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ବିରୋଧରେ ସର୍ବୋଚ୍ଚ କୋର୍ଟରେ ହୋଇଥିବା ମାମଲା ଯୁକ୍ତି ବାଢି ନିଲମ୍ବିତ ହୋଇଥିବା ସରକାରୀ ଅଧ୍ୟାପକଙ୍କ ବିରୋଧରେ ଆଜି (ରବିବାର) ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ସ୍ଥାନୀୟ ପ୍ରଶାସନ । ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ବାଧୀନ ପ୍ରଶାସନ ଏହି ନିଲମ୍ବନ ଜାରି କରିଥିଲା । ଏହାକୁ ନେଇ ସର୍ବୋଚ୍ଚ କୋର୍ଟରେ ମଧ୍ୟ ମାମଲା ହୋଇଥିଲା । ଅଗଷ୍ଟ 25 ତାରିଖରେ ଏହି ଆଦେଶକୁ ପ୍ରତ୍ୟାହାର କରାଯିବା ସହ ଅଧ୍ୟାପକଙ୍କୁ କଲେଜ ଆସିବାକୁ କୁହାଯାଇଛି ।

କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଧାରା-370 ଏବଂ 35 (A) ଉଚ୍ଛେଦ ପ୍ରତ୍ୟାହାର ଦାବିରେ ସୁପ୍ରିମକୋର୍ଟରେ ଏକାଧିକ ପକ୍ଷ ଚ୍ୟାଲେଞ୍ଜ କରିଥିଲେ । ଏହି ପରିପ୍ରେକ୍ଷୀରେ ଜହୁର ଅହମ୍ମଦ ଭଟ୍ଟ ନାମକ ଏହି ସରକାରୀ ରାଜନୀତି ବିଜ୍ଞାନ ଅଧ୍ୟାପକ ଶୁଣାଣି ସମୟରେ କୋର୍ଟରେ ହାଜର ହୋଇ ନିଜ ଯୁକ୍ତି ବାଢ଼ିଥିଲେ । ସେବା ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଏହି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଥିଲେ ଜମ୍ମୁ-କାଶ୍ମୀର ପ୍ରଶାସନ ।

ଅଧ୍ୟାପକ ଜଣକ ଶ୍ରୀନଗର ସ୍ଥିତ ଜବାହର ନଗର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଥିଲେ । କୋର୍ଟରେ ପକ୍ଷ ରଖିବା ପରେ କର୍ମଚାରୀ (ଆଚରଣ) ଅଧିନିୟମ 1971ର ଉଲଙ୍ଘନ ଅଭିଯୋଗରେ ତାଙ୍କୁ ତୁରନ୍ତ ସେବାରୁ ନିଲମ୍ବିତ କରାଯାଇଥିଲା । ଜମ୍ମୁ-କାଶ୍ମୀରର ସିଭିଲ ସର୍ଭିସେସ୍ ରେଗୁଲେସନ୍ (CSR), ଜମ୍ମୁ-କାଶ୍ମୀର ସରକାରୀ କର୍ମଚାରୀ (ଆଚରଣ) ନିୟମ ୧୯୭୧ ଏବଂ ଜମ୍ମୁ-କାଶ୍ମୀର ଅବକାଶ ନିୟମ ଆଧାରରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ି ନିଲମ୍ବିତ ହେଲେ ଅଧ୍ୟାପକ

ତେବେ ସେ କୋର୍ଟରେ ଯୁକ୍ତି ବାଢ଼ିବାର ମାତ୍ର ଗୋଟିଏ ଦିନ ପରେ ତାଙ୍କୁ ତୁରନ୍ତ ନିଲମ୍ବନ କରାଯିବା ଘଟଣା ମଧ୍ୟ ସର୍ବୋଚ୍ଚ କୋର୍ଟରେ ଉଠିଥିଲା । ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲଙ୍କ ଦ୍ବାରା ଏହା ସର୍ବୋଚ୍ଚ କୋର୍ଟରେ ଉପସ୍ଥାପିତ ହୋଇଥିଲା । ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଜମ୍ମୁ କାଶ୍ମୀର ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ସହ ଏହା ଉପରେ ଆପତ୍ତି ଦର୍ଶାଇଥିଲେ । ତେବେ 25 ଅଗଷ୍ଟରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି । ତାଙ୍କୁ ପୁଣି ପୂର୍ବପରି କଲେଜ ଆସିବାକୁ ବିଭାଗୀୟ ଚିଠି ମଧ୍ୟ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.