ETV Bharat / bharat

World Tour on Bike: ଇଟାଲୀ ଅଭିନେତ୍ରୀଙ୍କ ବିଶ୍ବ ଭ୍ରମଣ, ସମାଜକୁ ଦେଲେ ଏକତାର ବାର୍ତ୍ତା

author img

By

Published : Jan 18, 2023, 9:31 AM IST

ବିଶ୍ବ ଭ୍ରମଣ ଲାଗି ବାଇକରେ ବାହାରିଛନ୍ତି ଇଟାଲୀ ଅଭିନେତ୍ରୀ । ବିଶ୍ବବାସୀ ସମସ୍ତେ ଭାଇ ଭଉଣୀ ଓ ଗୋଟିଏ ପରିବାରର ବାର୍ତ୍ତା ନେଇ ସେ ଏହି ଯାତ୍ରା ଗତ ୨୦୧୯ ମସିହାରୁ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

Italian actress traveling world on bike
Italian actress traveling world on bike

ହାଇଦ୍ରାବାଦ: ବାଇକରେ ବିଶ୍ବ ଭ୍ରମଣ । ସାରା ବିଶ୍ବ ଗୋଟିଏ ପରିବାରର ବାର୍ତ୍ତା ଦେବା ଲାଗି ଇଟାଲୀ ଅଭିନେତ୍ରୀଙ୍କ ଦୁଃସାହସିକ ପ୍ରୟାସ । ଇଟାଲୀ ଅଭିନେତ୍ରୀ ଏଲିନା ଆକ୍ସିଣ୍ଟେ ଏହି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଏକାକୀ ବାଇକରେ ବିଶ୍ବ ଭ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ବିଶ୍ବର ବିଭିନ୍ନ ଦେଶରେ ଥିବା କଳା ସଂସ୍କୃତି ସହ ପରିଚିତ ହେବା ପରେ ସେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏବେ ସେ ସଂସ୍କୃତି ସୌହାର୍ଦ୍ଦ୍ୟର ଦେଶ ଭାରତରେ ପହଞ୍ଚି ନିଜ ବିଶ୍ବ ଭ୍ରମଣର କାହାଣୀ କହିଛନ୍ତି ।

ଇଟାଲୀ ଅଭିନେତ୍ରୀଙ୍କ ବିଶ୍ବ ଭ୍ରମଣ, ସମାଜକୁ ଦେଲେ ଏକତାର ବାର୍ତ୍ତା

ଏଲିନା ଇଟାଲୀର ଜଣେ ଅଭିନେତ୍ରୀ ଓ ଡ୍ରାମା ତାଲିମ ଟ୍ରେନର । ସେ ବିଶ୍ବାସ କରନ୍ତି ଯେ ଦେଶରେ ଲୋକେ ସଂସ୍କୃତି ସହ ପରସ୍ପର ସହିତ ଯୋଡି ହୋଇଛନ୍ତି । ସେ ବିଭିନ୍ନ ଦେଶର କଳା ସଂସ୍କୃତି ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିଲାଗି ସେ ଗତ ୨୦୧୯ ଅଗଷ୍ଟ ମାସରୁ ଆରମ୍ଭ କରିଛନ୍ତି ଏହି ଯାତ୍ରା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧.୨ ଲକ୍ଷ କିଲୋମିଟର ଯାତ୍ରା କରିଛନ୍ତି । ଏବେ ସେ କେରଳରେ ପହଞ୍ଚିଛନ୍ତି । ଏଯାବତ ସେ ୨୮ ଦେଶ ମଧ୍ୟ ଭ୍ରମଣ କରିସାରିଥିବା କହିଛନ୍ତି । ଆଫ୍ରିକାରେ ମଧ୍ୟ ସେ ଏକାକୀ ବାଇକରେ ଭ୍ରମଣ କରିଥିବା କହିଛନ୍ତି ।

ଏହା ବି ପଢନ୍ତୁ- ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତିଥ୍ୟ, ଶାଶୁ ପରସିଲେ ୩୭୯ ପ୍ରକାରର ଖାଦ୍ୟ

ଏ ନେଇ ଏଲିନା କହିଛନ୍ତି, " ମୁଁ ଏକାକୀ ବାଇକରେ ଆଫ୍ରିକା ପରିଭ୍ରମଣ କରିଛି । ମୋତେ ଏହି ଭ୍ରମଣ ଯାତ୍ରା ମଧ୍ୟରେ କୌଣସି ହୋଟେଲ ରୁମ ମଧ୍ୟ ବୁକ୍‌ କରିବାକୁ ପଡିନାହିଁ । ମୁଁ ଯେଉଁ ସ୍ଥାନରେ ପହଞ୍ଚିଥାଏ ସେଠାକାର ଲୋକେ ମୋର ରହିବା ଖାଇବାର ବ୍ୟବସ୍ଥା କରିଥାନ୍ତି । ଯାହାକୁ ମୁଁ କେବେ ବି ଭୁଲିପାରିବି ନାହିଁ । ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଲୋକଙ୍କ ସହିତ କଥାବାର୍ତ୍ତା ସହ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ଆମେ ଆଲୋଚନା କରିଥାଉ । ଯେଉଁ ସ୍ଥାନକୁ ଗଲେ ମଧ୍ୟ ସେଠାକାର ଲୋକଙ୍କ ଆଚରଣ ଓ ଭଲ ପାଇବା ନିଜର ଲାଗିଥାଏ । ଆମେ ସମସ୍ତେ ଭାଇ ଭଉଣୀ । ବିଶ୍ବବାସୀ ମୋର ପରିବାର । "

ଏଲିନା ୟୁରୋପରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ସେ ତୁର୍କୀ, ଲେବାନନ ଓ ପଶ୍ଚିମ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି । ସେ କୋଭିଡ ସମୟରେ ସାଉଦି ଆରବରେ ରହିଥିଲେ । ଏଲିନା ହିମାଳୟ, ନେପାଳ ଓ ବାଲାଂଦେଶ ମଧ୍ୟ ଭ୍ରମଣ କରିବା ଲାଗି ଯୋଜନା କରିଛନ୍ତି । ଏହି ୩୭ ବର୍ଷୀୟ ଅଭିନେତ୍ରୀ ନିଜ ବିଶ୍ବ ଭ୍ରମଣ ଯାତ୍ରା ନେଇ ବେଶ ଖୁସିବ୍ୟକ୍ତ କରିଛନ୍ତି । ସେ ଦକ୍ଷିଣ-ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା ବୁଲିବାକୁ ଆଗକୁ ଯୋଜନା କରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.